Categories: ଜାତୀୟ

ମୋ ପିତା କରିଥିଲେ ମୋର ଯୌନ ଶୋଷଣ, ସତ କହିଥିବାରୁ ମୁଁ ଲଜ୍ଜିତ ନୁହେଁ: ଖୁସ୍‌ବୁ ସୁନ୍ଦର…

ହାଇଦ୍ରାବାଦ,୮।୩ : ଭାରତୀୟ ଜନତା ପାର୍ଟିର ନେତା ତଥା ଜାତୀୟ ମହିଳା ଆୟୋଗର ସଦସ୍ୟା ଖୁସ୍‌ବୁ ସୁନ୍ଦର କହିଛନ୍ତି ଯେ ତାଙ୍କ ପିତା ତାଙ୍କର ଯୌନ ଶୋଷଣ କରିଥିଲେ ଏବଂ ମୁଁ ଯାହା କହିଛି ସେଥିପାଇଁ ମୁଁ ଲଜ୍ଜିତ ନୁହେଁ। ମୁଁ କୌଣସି ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇ ନାହିଁ। ମୁଁ ଭାବୁଛି ଯେ ମୁଁ ସଚ୍ଚୋଟତାର ସହ ଏଭଳି କହି ଦୁଃଖରୁ ବାହାରକୁ ଆସିଛି। ମୁଁ ଯାହା କହିଛି ସେଥିପାଇଁ ମୁଁ ଲଜ୍ଜିତ ନୁହେଁ କାରଣ ଏହା ମୋ ସହ ଘଟିଛି ଏବଂ ମୋତେ ଲାଗୁଛି ଯେ ଦୋଷୀ ଏଥିପାଇଁ ଲଜ୍ଜିତ ହେବା ଉଚିିତ।

ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ସେ ନିଜ ସମ୍ପର୍କରେ ପ୍ରକାଶ କରି କହିଛନ୍ତି ମୁଁ ଚାହୁଁଛନ୍ତି ଯେ ମହିଳାମାନେ ସେମାନଙ୍କ ସହ କ’ଣ ହେଉଛି ସେ ବିଷୟରେ ଆଲୋଚନା କରନ୍ତୁ। ମୁଁ ଭାବୁଛି ମୋତେ ଏହି ବାର୍ତ୍ତା ଦେବା ଆବଶ୍ୟକ ଯେ ତୁମେ ଶକ୍ତିଶାଳୀ ହେବା ଉଚିତ ଏବଂ ନିଜ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କୌଣସି କ୍ଷେତ୍ରରେ ନିଜ ମନରେ ହୀନମାନ୍ୟତା ଆଣିବାକୁ ଦିଅନ୍ତୁ ନାହିଁ। ମୁଁ ଭାବୁଛି ମହିଳାମାନେ ଏ ବିଷୟରେ କହିବା ଆବଶ୍ୟକ ଏବଂ ସେମାନେ ଜଣାନ୍ତୁ ଯେ ଏହା ମୋ ସହିତ ଘଟିଛି ଏବଂ ଯାହା ହେଉନା କାହିଁକି ମୁଁ ମୋର ଯାତ୍ରା ଜାରି ରଖିବି।
ନିକଟରେ ଜୟପୁରରେ ’ମୋଜୋ ଷ୍ଟୋରୀ’ ଦ୍ୱାରା ଆୟୋଜିତ ’ଓ୍ବି ଦ ଓ୍ବମେନ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ ଯେତେବେଳେ ତାଙ୍କୁ ୧୫ ବର୍ଷ ହୋଇଥିଲା ସେତେବେଳେ ସେ ତାଙ୍କ ପିତାଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଥିଲେ। ଏହା ପରେ ତାଙ୍କ ପିତା ପରିବାରକୁ ବେସାହାରା କରି ଛାଡିଥିଲେ। ସେ କହିଥିଲେ, ସବୁଠାରୁ କଷ୍ଟକର ବିଷୟ ଯାହା ମୋତେ ଦୀର୍ଘ ଦିନ ଧରି ବ୍ୟଥିତ କରିଛି, ଯାହା ମୁଁ ଭୁଲି ପାରିବି ନାହିଁ, କ୍ଷମା କରିବି ନାହିଁ, କିନ୍ତୁ ଏହାକୁ ପଛରେ ଛାଡି ଆଗକୁ ବଢ଼ିବି। ମୋ ପିଲାଦିନରେ ମୋ ପିତାଙ୍କ ଦ୍ୱାରା ହୋଇଥିବା ଯୌନ ଶୋଷଣ ମତେ ମାନସିକସ୍ତରରେ ଆଘାତ ଦେଇଛି। ଯେତେବେଳେ ଏକ ଶିଶୁ ଯୌନ ଶୋଷଣର ଶିକାର ହୁଏ, ଏହା ତାଙ୍କୁ ସାରା ଜୀବନ କଷ୍ଟ ଦେଇଥାଏ ।

ସେ କହିଛନ୍ତି ଯେ ସେ ଗର୍ବିତ ଯେ ସେ ତାଙ୍କ ପିତାଙ୍କ ବିରୁଦ୍ଧରେ ଠିଆ ହୋଇଥିଲେ କାରଣ ଯଦି ସେ ପରିବାରରେ ରହିଥାନ୍ତେ, ତେବେ ସେ ଏ ପର୍ଯ୍ୟନ୍ତ ଆସି ପାରି ନ ଥାନ୍ତେ। ମୁଁ ମଧ୍ୟ ଦୁନିଆ ସହ ଅତି ସହଜରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବି ବୋଲି ସେ କହିଛନ୍ତି।

Share