ମୋ ବାପା ଦେଇଛନ୍ତି ଯୌତୁକ, ଖାଦ୍ୟ ରାନ୍ଧି ମତେ ଖାଇବାକୁ ଦିଅ, ମୁଁ ରୋଷେଇ କରିବି ନାହିଁ: ସ୍ତ୍ରୀ-ସ୍ବାମୀଙ୍କ ନିଆରା ବିବାଦ କୋର୍ଟରେ…

ଲକ୍ଷ୍ନୌ,୩୦।୫ : ଉତ୍ତରପ୍ରଦେଶର ଆଗ୍ରାରେ ସ୍ତ୍ରୀ-ସ୍ବାମୀଙ୍କ ବିବାଦର ଏକ ନିଆରା ମାମଲା ସାମ୍ନାକୁ ଆସିଛି। ସ୍ତ୍ରୀ କହିଛନ୍ତି ତାଙ୍କ ବାପା ବହୁତ ଯୌତୁକ ଦେଇଛନ୍ତି, ତେଣୁ ସେ ରୋଷେଇ କରିବେ ନାହିଁ। କେବଳ ଏତିକି ନୁହେଁ, ସ୍ତ୍ରୀ ସ୍ବାମୀଙ୍କୁ ଯୌତୁକ ଟଙ୍କାରେ ଘରେ ଚାକରାଣୀ ରଖିବାକୁ କହିଥିଲେ। ନିଜେ ରାନ୍ଧ ଖାଅ ଏବଂ ମୋତେ ମଧ୍ୟ ଖାଇବାକୁ ଦିଅ। ଏହିସବୁ କାରଣରୁ ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ କଳହ ବଢ଼ିବାକୁ ଲାଗିଲା। ପରେ ସ୍ତ୍ରୀ ତାଙ୍କ ସ୍ବାମୀ ଏବଂ ଶାଶୁଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ।

ରିପୋର୍ଟ ଅନୁଯାୟୀ, ଏହି ଅଭିଯୋଗ ପରେ ଉଭୟଙ୍କୁ ପରିବାର ପରାମର୍ଶ କେନ୍ଦ୍ରରେ ପରାମର୍ଶ ଦିଆଯାଇଥିଲା। ପରାମର୍ଶଦାତା ଉଭୟଙ୍କ ସହ କଥା ହୋଇଥିଲେ। ସ୍ବାମୀ କହିଥିଲେ ସ୍ତ୍ରୀ କୌଣସି ଘରୋଇ କାମ କରନ୍ତି ନାହିଁ। ଏପରିକି ଖାଦ୍ୟ ରାନ୍ଧନ୍ତି ନାହିଁ ଏବଂ କିଛି କହିଲେ ଝଗଡା କରନ୍ତି। ଦିନସାରା ଫୋନରେ ବ୍ୟସ୍ତ ରୁହନ୍ତି। ଯେତେବେଳେ ପରାମର୍ଶଦାତା ସ୍ତ୍ରୀଙ୍କ ସହ କଥା ହୋଇଥିଲେ, ସେତେବେଳେ ସେ ସ୍ପଷ୍ଟ ଭାବରେ କହିଥିଲେ ତାଙ୍କ ବାପା ବିବାହରେ ବହୁତ ଯୌତୁକ ଦେଇଛନ୍ତି। ସେ କିପରି ରୋଷେଇ କରିବେ ଜାଣନ୍ତି ନାହିଁ। ସ୍ବାମୀ ଏବଂ ଶାଶୁଙ୍କ ପାଇଁ ସେ ଖାଦ୍ୟ ରାନ୍ଧି ପାରିବେ ନାହିଁ । ସେ ଘର କାମ କରିବେ ନାହିଁ। ମହିଳାଙ୍କ ଅଜବ ଯୁକ୍ତି ଶୁଣି ପରାମର୍ଶଦାତା ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ମହିଳାଙ୍କୁ ବୁଝାଇବାକୁ ତାଙ୍କ ପାଖରେ ଶବ୍ଦ ମଧ୍ୟ ନ ଥିଲା।

ଉଭୟ ପକ୍ଷ ଶୁଣିବା ପରେ ପରାମର୍ଶଦାତା ଆସନ୍ତା ସପ୍ତାହରେ ପରାମର୍ଶ ଦେବାକୁ କହିଛନ୍ତି। ଫ୍ୟାମିଲି କାଉନସେଲିଂ ସେଣ୍ଟରରେ ଏହି ବିଷୟ ଆଲୋଚନାର ବିଷୟ ପାଲଟିଛି। ମହିଳା ଜଣକ ପ୍ରାୟ ତିନି ବର୍ଷ ପୂର୍ବେ ସଦର ପୋଲିସ ଷ୍ଟେଶନ ଅଞ୍ଚଳରେ ରହୁଥିବା ଜଣେ ଯୁବକଙ୍କ ସହ ବିବାହ କରିଥିଲେ। ଯୁବକ ଜଣକ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ଉଭୟ ଉଚ୍ଚଶିକ୍ଷିତ । କିନ୍ତୁ, ଘରର କାମକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଛି।

ମହିଳା ଜଣକ ଅଧିକ ସମୟ ଫୋନରେ ବ୍ୟସ୍ତ ରୁହନ୍ତି। ସାମ୍ପ୍ରତିକ ଯୁଗରେ ସୋସିଆଲ ମିଡ଼ିଆ ପୃଥିବୀ ବହୁ ଅଜଣା ଲୋକଙ୍କୁ ନିକଟତର କରୁଛି। ତେବେ ଲୋକେ ଏଥିରେ ବ୍ୟସ୍ତ ରହି ନିଜ ପରିବାର ସଦସ୍ୟ ଏବଂ ପ୍ରିୟ ପରିଜନଙ୍କ ପାଖରେ ରହି ମଧ୍ୟ ଦୂରେଇ ଯାଉଛନ୍ତି। ଏନେଇ ପରିବାର କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସାଂସଦ ନବ ଚରଣ ମାଝୀ ମଙ୍ଗଳବାର…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଖେଳାଳି: କ୍ରିକେଟ୍‌ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ…

ରାହୁ-କେତୁଙ୍କ କୃପାରୁ ସିଂହ ସମେତ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା: ବର୍ଷ ଶେଷ ସୁଦ୍ଧା ଧନଲାଭର ଯୋଗ! ହେବ ଏକ୍ସଟ୍ରା ରୋଜଗାର

ଭୁବନେଶ୍ୱର: ବର୍ଷ ଶେଷରେ ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୫ ଡିସେମ୍ବର ୨୦୨୬ରେ ରାହୁ କୁମ୍ଭ ରାଶିରୁ ବାହାରି ମକର ରାଶିରେ…

ପ୍ଲେଇଂ ଇଲେଭେନ୍‌ରେ ବୈଭବଙ୍କୁ ଦେଖିବାକୁ ନ ପାଇ ଆଶ୍ଚର୍ଯ୍ୟ ହୋଇଗଲେ ଜାପାନ ଅଧିନାୟକ; କହିଲେ ଏମିତି…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ କରାଯାଇଥିଲା।…

ହାରୁ ହାରୁ ମ୍ୟାଚ ଜିତିଗଲା ଭାରତ, ଦୀର୍ଘ ନିଃଶ୍ୱାସ ମାରି ଶ୍ରେୟସ ଆୟର କହିଲେ…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର (୨୨ ସେପ୍ଟେମ୍ବର) ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଐତିହାସିକ ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ହାରୁଥିବା ମ୍ୟାଚକୁ ଶେଷରେ ମାତ୍ର ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?