ମୋ ବାପା ଦେଇଛନ୍ତି ଯୌତୁକ, ଖାଦ୍ୟ ରାନ୍ଧି ମତେ ଖାଇବାକୁ ଦିଅ, ମୁଁ ରୋଷେଇ କରିବି ନାହିଁ: ସ୍ତ୍ରୀ-ସ୍ବାମୀଙ୍କ ନିଆରା ବିବାଦ କୋର୍ଟରେ…

ଲକ୍ଷ୍ନୌ,୩୦।୫ : ଉତ୍ତରପ୍ରଦେଶର ଆଗ୍ରାରେ ସ୍ତ୍ରୀ-ସ୍ବାମୀଙ୍କ ବିବାଦର ଏକ ନିଆରା ମାମଲା ସାମ୍ନାକୁ ଆସିଛି। ସ୍ତ୍ରୀ କହିଛନ୍ତି ତାଙ୍କ ବାପା ବହୁତ ଯୌତୁକ ଦେଇଛନ୍ତି, ତେଣୁ ସେ ରୋଷେଇ କରିବେ ନାହିଁ। କେବଳ ଏତିକି ନୁହେଁ, ସ୍ତ୍ରୀ ସ୍ବାମୀଙ୍କୁ ଯୌତୁକ ଟଙ୍କାରେ ଘରେ ଚାକରାଣୀ ରଖିବାକୁ କହିଥିଲେ। ନିଜେ ରାନ୍ଧ ଖାଅ ଏବଂ ମୋତେ ମଧ୍ୟ ଖାଇବାକୁ ଦିଅ। ଏହିସବୁ କାରଣରୁ ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ କଳହ ବଢ଼ିବାକୁ ଲାଗିଲା। ପରେ ସ୍ତ୍ରୀ ତାଙ୍କ ସ୍ବାମୀ ଏବଂ ଶାଶୁଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ।

ରିପୋର୍ଟ ଅନୁଯାୟୀ, ଏହି ଅଭିଯୋଗ ପରେ ଉଭୟଙ୍କୁ ପରିବାର ପରାମର୍ଶ କେନ୍ଦ୍ରରେ ପରାମର୍ଶ ଦିଆଯାଇଥିଲା। ପରାମର୍ଶଦାତା ଉଭୟଙ୍କ ସହ କଥା ହୋଇଥିଲେ। ସ୍ବାମୀ କହିଥିଲେ ସ୍ତ୍ରୀ କୌଣସି ଘରୋଇ କାମ କରନ୍ତି ନାହିଁ। ଏପରିକି ଖାଦ୍ୟ ରାନ୍ଧନ୍ତି ନାହିଁ ଏବଂ କିଛି କହିଲେ ଝଗଡା କରନ୍ତି। ଦିନସାରା ଫୋନରେ ବ୍ୟସ୍ତ ରୁହନ୍ତି। ଯେତେବେଳେ ପରାମର୍ଶଦାତା ସ୍ତ୍ରୀଙ୍କ ସହ କଥା ହୋଇଥିଲେ, ସେତେବେଳେ ସେ ସ୍ପଷ୍ଟ ଭାବରେ କହିଥିଲେ ତାଙ୍କ ବାପା ବିବାହରେ ବହୁତ ଯୌତୁକ ଦେଇଛନ୍ତି। ସେ କିପରି ରୋଷେଇ କରିବେ ଜାଣନ୍ତି ନାହିଁ। ସ୍ବାମୀ ଏବଂ ଶାଶୁଙ୍କ ପାଇଁ ସେ ଖାଦ୍ୟ ରାନ୍ଧି ପାରିବେ ନାହିଁ । ସେ ଘର କାମ କରିବେ ନାହିଁ। ମହିଳାଙ୍କ ଅଜବ ଯୁକ୍ତି ଶୁଣି ପରାମର୍ଶଦାତା ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ମହିଳାଙ୍କୁ ବୁଝାଇବାକୁ ତାଙ୍କ ପାଖରେ ଶବ୍ଦ ମଧ୍ୟ ନ ଥିଲା।

ଉଭୟ ପକ୍ଷ ଶୁଣିବା ପରେ ପରାମର୍ଶଦାତା ଆସନ୍ତା ସପ୍ତାହରେ ପରାମର୍ଶ ଦେବାକୁ କହିଛନ୍ତି। ଫ୍ୟାମିଲି କାଉନସେଲିଂ ସେଣ୍ଟରରେ ଏହି ବିଷୟ ଆଲୋଚନାର ବିଷୟ ପାଲଟିଛି। ମହିଳା ଜଣକ ପ୍ରାୟ ତିନି ବର୍ଷ ପୂର୍ବେ ସଦର ପୋଲିସ ଷ୍ଟେଶନ ଅଞ୍ଚଳରେ ରହୁଥିବା ଜଣେ ଯୁବକଙ୍କ ସହ ବିବାହ କରିଥିଲେ। ଯୁବକ ଜଣକ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ଉଭୟ ଉଚ୍ଚଶିକ୍ଷିତ । କିନ୍ତୁ, ଘରର କାମକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଛି।

ମହିଳା ଜଣକ ଅଧିକ ସମୟ ଫୋନରେ ବ୍ୟସ୍ତ ରୁହନ୍ତି। ସାମ୍ପ୍ରତିକ ଯୁଗରେ ସୋସିଆଲ ମିଡ଼ିଆ ପୃଥିବୀ ବହୁ ଅଜଣା ଲୋକଙ୍କୁ ନିକଟତର କରୁଛି। ତେବେ ଲୋକେ ଏଥିରେ ବ୍ୟସ୍ତ ରହି ନିଜ ପରିବାର ସଦସ୍ୟ ଏବଂ ପ୍ରିୟ ପରିଜନଙ୍କ ପାଖରେ ରହି ମଧ୍ୟ ଦୂରେଇ ଯାଉଛନ୍ତି। ଏନେଇ ପରିବାର କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯେମିତି କଂଗ୍ରେସ ରାଜକୁମାର ଆମେଠି ଛାଡ଼ିଛନ୍ତି, ଓ୍ବାୟନାଡ ବି ଛାଡ଼ିବେ’

ନୂଆଦିଲ୍ଲୀ,୨୦।୪: ମହାରାଷ୍ଟ୍ରର ନନ୍ଦେଡ଼ରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସର ରାଜକୁମାରଙ୍କୁ ଓ୍ବାୟନାଡ଼ରେ ବିପଦ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri