Categories: ଜାତୀୟ

ପିଲାଙ୍କ ଆକାଉଣ୍ଟ ହ୍ୟାକ୍‌ କରିଛି ଭାଜପା

ଲକ୍ଷ୍ନୌ,୨୧।୧୨: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ ରେହନ(୨୦) ଓ ଝିଅ ମିରାୟା(୧୮)ଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌ ହୋଇଛି। ଏହା ପଛରେ ଭାଜପାର ହାତ ଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି।

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କ ବିରୋଧରେ ବେଆଇନ ଫୋନ୍‌ ସର୍ଭିଲାନ୍ସ ନେଇ ମଙ୍ଗଳବାର କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଲକ୍ଷ୍ନୌରେ ଖବରଦାତାମାନେ ପ୍ରଶ୍ନ କରିଥିଲେ। ଉତ୍ତରରେ ପ୍ରିୟଙ୍କା କହିଥିଲେ, ସରକାର ତାଙ୍କ ପିଲାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ପଛରେ ପଡ଼ିଛନ୍ତି। ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟକୁ ହ୍ୟାକ୍‌ କରି ଫୋନ୍‌ ଟ୍ୟାପିଂ କରୁଛନ୍ତି। ସେମାନଙ୍କ କିଛି କାମ ନାହିଁ କି ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି। କଂଗ୍ରେସର ୟୁପି ୟୁନିଟ୍‌ ପ୍ରଭାରୀ ପ୍ରିୟଙ୍କା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରୁଥିବାରୁ ଭାଜପା ପକ୍ଷରୁ ଏପରି କାଣ୍ଡ କରାଯାଉଥିବା ସେ କହିଛନ୍ତି। ପ୍ରକାଶ ଯେ, ଶୁକ୍ରବାର ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଯୋଗୀଙ୍କ ବିରୋଧରେ ଫୋନ୍‌ ଟ୍ୟାପିଂ ଅଭିଯୋଗ ଆଣିଥିଲେ।

Share