୩ ଜିଲାରେ ଗଡ଼ିବ ମୋ ବସ୍‌

ଝାରସୁଗୁଡ଼ା ଅଫିସ,୧୮।୫ ଝାରସୁଗୁଡ଼ାରେ ମୋ ବସ୍‌ ଚଳାଚଳ ହେବ । ଏହା ସହ ଆଉ ୨ ଜିଲାରେ ମଧ୍ୟ ମୋ ବସ୍‌ ଚାଲିବ । ସମ୍ବଲପୁର ଓ ଗଞ୍ଜାମ ଜିଲାରେ ମୋ ବସ୍‌ ଚାଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନଇଛନ୍ତି। ଏ ନେଇ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ସମ୍ବଲପୁର-ଝାରସୁଗୁଡ଼ା-ବ୍ରଜରାଜନଗର ଓ ବେଲପାହାଡ କ୍ଲଷ୍ଟରରେ ମୋ ବସ୍‌ ଚଳାଚଳ ହେବ। ସେହିପରି ବ୍ରହ୍ମପୁର-ଗୋପାଳପୁର-ଛତ୍ରପୁର-ହିଞ୍ଜିଳିକାଟୁ, ଦିଗପହଣ୍ଡି କ୍ଲଷ୍ଟରରେ ମୋ ବସ ଗଡ଼ିବ । ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।