ନଭେମ୍ବର ୨ ରୁ ୧୭ ରୁଟ୍‌ରେ ଗଡ଼ିବ ମୋ-ବସ୍‌

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ)-ସୋମବାର ଅର୍ଥାତ୍‌ ନଭେମ୍ବର ୨ରୁ ମୋ-ବସ୍‌ ୧୭ ରୁଟ୍‌ରେ ଗଡ଼ିବ। ରୁଟ୍‌ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ୧୧, ୧୨, ୧୬, ୧୭, ୧୮, ୧୯, ୨୦, ୨୨, ୨୩, ୨୪, ୨୫, ୨୭, ୨୮, ୩୦, ୩୩, ୫୦ ଓ ୭୦ରେ ମୋ-ବସ୍‌ ଚଳାଚଳ କରିବ ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। କେଉଁ ରୁଟ୍‌ରେ ମୋ-ବସ୍‌ କେଉଁ ସ୍ଥାନକୁ ଯାତ୍ରା କରିବ ସେନେଇ ସବିଶେଷ ବିବରଣୀ କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌)ର ଟୁଇଟର ହ୍ୟାଣ୍ଡେଲରେ ପ୍ରଦାନ କରାଯାଇଛି। ସେହିପରି ବସ୍‌ର ଯାତ୍ରା ସମୟ ମୋ-ବସ୍‌ ଆପ୍‌ରୁ ଜାଣି ହେବ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି।