ଗଡ଼ିଲାନି ମୋ ବସ୍‌

ଭୁବନେଶ୍ୱର,୨୮।୩(ବ୍ୟୁରୋ): ମୋ ବସ ସେବା ସୋମବାର ବନ୍ଦ ରହିଛି। ହୋଲିକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରାଯାଇଛି। କେବଳ ପ୍ରଥମାର୍ଦ୍ଧରେ ଏହା ବନ୍ଦ ରହିବ। ହେଲେ ଅପରାହ୍ନ ୩ଟାରୁ ପୁଣି ଏହି ସେବା ଆରମ୍ଭ ହେବ। ମାଷ୍ଟର କ୍ୟାଣ୍ଟିନରେ ଥିବା ପାସ କାଉଣ୍ଟର ମଧ୍ୟ ବନ୍ଦ ରହିବ ବୋଲି ରବିବାର ସିଆର୍‌ୟୁଟି ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଥିଲା।