ଚାନ୍ଦା ଆଦାୟ କରି ଧରାପଡିଲେ କନିଷ୍ଠ ଏମ୍‌ଭିଆଇ

ଗୋପାଳପୁର,୨୬ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନଂ ଜାତୀୟ ରାଜପଥ କଡ଼ରେ ପରିବହନ ବିଭାଗର ଜଣେ କନିଷ୍ଠ ଏମଭିଆଇ ଓ କେତେ ଜଣ ଯୁବକ ଯାଞ୍ଚ ଆଳରେ ଚାନ୍ଦା ଆଦାୟ କରିବା ସେମାନଙ୍କ ପାଇଁ ମହଙ୍ଗା ପଡିଛି। ଗୋଳନ୍ଥରା ପୋଲିସ ଏମ୍‌ଭିଆଇ ଓ ୩ ଜଣ ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ସୋମବାର ରାତିରେ ଏସ୍‌ପି ଡା. ସର୍ବଣା ବିବେକ ଏମ୍‌ ସମ୍ପୃକ୍ତ ୪ ଜଣଙ୍କୁ ଜେରା କରିଛନ୍ତି।

ଖବରରୁ ପ୍ରକାଶ, ଗୋଳନ୍ଥରା ଥାନା ଅଧୀନରେ ଗିରିସୋଲାଠାରୁ ଭାଲିଆଗଡ଼ ମଧ୍ୟରେ ଜିଲାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କନିଷ୍ଠ ଏମ୍‌ଭିଆଇ ଓ ସ୍ଥାନୀୟ ଯୁବକମାନେ ମିଳିତ ହୋଇ ୧୬ ନଂ. ଜାତୀୟ ରାଜପଥର ଯାତାୟାତ କରୁଥିବା ଟ୍ରକ, ଟ୍ରେଲର ଓ ଅନ୍ୟ ଓଭର ଲୋଡିଂ ଗାଡିଗୁଡିକ ଯାଞ୍ଚ କରି ଜରିମାନା କରି ରସିଦ କାଟି ଗାଡି ଛାଡିବା କିମ୍ବା ଜବତ କରିବା ନିୟମ ଥିବା ବେଳେ ଏହା ନ କରି ଯାଞ୍ଚ ଆଳରେ ଗାଡ଼ିଗୁଡିକରୁ ଜୋରକରି ଟଙ୍କା ଆଦାୟ କରୁଥିବା ନେଇ ଗତ ୫ ଦିନ ତଳେ ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ଭାଇରଲ ହୋଇଥିଲା।

ଏ ସମ୍ପର୍କରେ ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌ ଜାଣିବା ପରେ ଘଟଣାକୁ ଗୁରୁତର ସହ ନେଇ ଅନୁସନ୍ଧାନ ଆରମ୍ଭ କରିଥିଲେ। ରବିବାର ଗିରିସୋଲାଠାରୁ ସୋରଳ ରୋଡ଼ ମଧ୍ୟରେ ପରିବହନ ବିଭାଗର ଅଧିକାରୀ ଓ କେତେ ଜଣ ଯୁବକ ଗାଡିଗୁଡ଼ିକୁ ଯାଞ୍ଚ କରି ଟଙ୍କା ଆଦାୟ କରୁଥିବା ନେଇ ପୋଲିସ ସୂଚନା ପାଇଥିଲା। ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ସେଠାକୁ ଯାଇ ଅନୁସନ୍ଧାନ କରିବା ପରେ ସେମାନଙ୍କୁ କାବୁ କରିଥିଲା। ସେମାନଙ୍କ ମଧ୍ୟରେ ଜଣେ କନିଷ୍ଠ ଏମ୍‌ଭିଆଇ, ଏବଂ ୩ଜଣ ଯୁବକ ଅଛନ୍ତି। ସମସ୍ତଙ୍କୁ ପୋଲିସ ଗୋଳନ୍ଥରା ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ରବିବାର ରାତିରେ ବ୍ରହ୍ମପୁର ଏସ୍‌ପି ଥାନାରେ ପହଞ୍ଚି ଏମଭିଆଇ ଓ ଯୁବକମାନଙ୍କୁ ପୃଥକ ପୃଥକ ଭାବେ ପଚରାଉଚରା କରିଥିଲେ। ଏହି ଘଟଣାରେ ଆଉ କେଉଁ କେଉଁ ଅଧିକାରୀମାନଙ୍କ ସମ୍ପୃକ୍ତି ରହିଛି ଓ କିଏ ମାଷ୍ଟର ମାଇଣ୍ଡ ରହିଛି ପୋଲିସ ତାହାର ଖୋଳତାଡ କରୁଛି।

ଖବର ଲେଖା ହେବା ସୁଦ୍ଧା ଥାନାରେ କୋଣସି ମାମଲା ରୁଜୁ ହୋଇନାହିଁ। ସୂଚନାଯୋଗ୍ୟ, ଗତ କିଛି ବର୍ଷ ହେଲା ୧୬ ନଂ ଜାତୀୟ ରାଜପଥ ଗିରିସୋଲା ଠାରୁ ଜଗନ୍ନାଥପୁର ମଧ୍ୟରେ ରାସ୍ତାରେ ପରିବହନ ବିଭାଗର ଅଧିକାରୀମାନେ ସ୍ଥାନୀୟ ଯୁବକଙ୍କୁ ଧରି ଗାଡିଗୁଡ଼ିକୁ ଯାଞ୍ଚ ଆଳରେ ଜୋର ଜବରଦସ୍ତ ଟଙ୍କା ମାଗିଥାନ୍ତି। କେହି ନ ଦେଲେ ଚାଳକମାନଙ୍କଠାରୁ କାଗଜପତ୍ର ନେଇ ତାଙ୍କ ହଇରାଣ କରିଥାନ୍ତି। ଏନେଇ ଅନେକ ଥର ପରିବହନ ବିଭାଗ ଉଚ୍ଚ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେଲେ ମଧ୍ୟ କୋଣସି ପ୍ରକାରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri