ନାବାଳକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ରାଉରକେଲା,୨୬।୯(ସଂଗୀତା ଜେନା): ସୁନ୍ଦରଗଡ ଜିଲାର ରାଉରକେଲାରେ ଜଣେ ନାବାଳକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର କରାଯାଇଛି। ହେକେଟ ରୋଡରୁ ଦେଓଗାଆଁକୁ ସଂଯୁକ୍ତ କରୁଥିବା ରାସ୍ତାକଡ ବୁଦାରୁ ମଙ୍ଗଳବାର ସକାଳୁ ଜଣେ ନାବାଳକଙ୍କ କ୍ଷତାକ୍ତ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ମୃତକ ହେଉଛନ୍ତି ବାଲୁଘାଟ ନିବାସୀ ରୁଦ୍ରନାରାୟଣ ପାଢ଼ୀ (୧୪)। ସେ ସରସତୀ ବିଦ୍ୟାମନ୍ଦିରରେ ୧୦ମ ଶ୍ରେଣୀରେ ପଢୁଥିଲେ। ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ତାଙ୍କୁ ପଥର ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ରୁଦ୍ରଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ସେ ରବିବାର ସନ୍ଧ୍ୟାରେ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ଘରକୁ ଫେରି ନ ଥିଲେ। ଏ ନେଇ ରଘନାଥପାଲି ଥାନାରେ ଏତଲା ଦିଆଯାଇଥିଲା। ଉକ୍ତ ମାମଲାରେ ପୋଲିସ ୩ ଜଣ ନାବାଳକଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଓ ଅନ୍ୟ ଥାନାର ଅଧିକାରୀମାନେ ପହଞ୍ଚି ତଦନ୍ତ କରୁଛନ୍ତି।