ଏହି ସବୁ ସମସ୍ୟାରୁ ମୁକ୍ତିଦିଏ ସୋରିଷ ତେଲ

ସୋରିଷ ତେଲ, ଘିଅ, ରିଫାଇନ୍‌ ଆଦି ତେଲକୁ ଆମେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥାଉ। କେତେକ ସ୍ଥାନରେ ନଡ଼ିଆ ତେଲ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ପ୍ରତ୍ୟେକ ତେଲରେ ବିଭିନ୍ନ ଖାଦ୍ୟସାର ରହୁଥିଲେ ହେଁ ସୋରିଷ ତେଲରେ ପ୍ରସ୍ତୁତ ବ୍ୟଞ୍ଜନ ଶରୀର ପାଇଁ ବିଶେଷ ଉପକାରୀ ହୋଇଥାଏ। କେବଳ ସ୍ବାସ୍ଥ୍ୟ ପାଇଁ ନୁହେଁ, ସୌନ୍ଦର୍ଯ୍ୟରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ। ସୋରିଷ ତେଲରୁ ମିଳୁଥିବା ଉପକାରିତା ସମ୍ପର୍କରେ…
ଓଜନ ସନ୍ତୁଳିତ ରଖିଥାଏ: ସୋରିଷ ତେଲରେ ପ୍ରସ୍ତୁତ ଖାଦ୍ୟ ଦ୍ୱାରା ଶରୀରର ଓଜନ ସନ୍ତୁଳିତ ରହିଥାଏ। ଅତ୍ୟଧିକ ଓଜନ ହ୍ରାସ କିମ୍ବା ବୃଦ୍ଧି ଭଳି ସମସ୍ୟାକୁ ସୋରିଷ ତେଲ ନିୟନ୍ତ୍ରଣ ରଖିଥାଏ।

କ୍ୟାନ୍‌ସର ଆଶଙ୍କାରୁ ମୁକ୍ତି : ଏହି ତେଲ ଶରୀରରେ କ୍ୟାନ୍‌ସର କୋଷକୁ ବୃଦ୍ଧି କରିବାକୁ ଦିଏ ନାହିଁ।
ହୃତ୍‌ପିଣ୍ଡ ସୁସ୍ଥ ରହେ: ସୋରିଷ ତେଲ ବ୍ୟବହାର ଫଳରେ କୋଲେଷ୍ଟରଲ ମାତ୍ରା ସନ୍ତୁଳିତ ରହୁଥିବାରୁ ଏହା ହୃଦ୍‌ଘାତ ଆଦି ସମସ୍ୟାରୁ ମୁକ୍ତି ଦେଇଥାଏ।

ଭୋକ ବଢ଼ାଇଥାଏ: ଭୋକ ନ ହେଲେ ଜବରଦସ୍ତ ଖାଦ୍ୟ ଖାଇବା ଦ୍ୱାରା ଏହା ସହଜରେ ହଜମ ନ ହୋଇ ସମସ୍ୟା ସୃଷ୍ଟି କରିଥାଏ। ତେବେ ସୋରିଷ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ହଜମ ଶକ୍ତି ବଢ଼ିଥାଏ ଏବଂ ଠିକ୍‌ ସମୟରେ ଭୋକ ଲାଗିଥାଏ।

ସର୍ଦ୍ଦି ଦୂର କରିଥାଏ: କଞ୍ଚା ସୋରିଷ ତେଲ ସର୍ଦ୍ଦି-କାଶ ଆଦି ଯନ୍ତ୍ରଣାରୁ ଉପଶମ ଦେଇଥାଏ। ଖାଦ୍ୟ ବ୍ୟତୀତ ମୁହଁ ଓ ପାଦରେ ସୋରିଷ ତେଲ ମାଲିସ କରିବା ଦ୍ୱାରା ଉପକାର ମିଳିଥାଏ।

କେଶ ପାଇଁ ବରଦାନ: ନିୟମିତ କେଶରେ ସୋରିଷ ତେଲ ଲଗାଇବା ଦ୍ୱାରା କେଶ ଘନ ଓ କଳା ହୋଇଥାଏ। ରୁପି, କେଶ ଝଡ଼ିବା, ଫାଟିବା, ରୁକ୍ଷ ହେବା ଆଦି ସମସ୍ୟା ଦୂରେଇଯାଏ।

ତ୍ୱଚାର ସୁନ୍ଦରତା ବଢ଼ିଥାଏ : ଦେହ କିମ୍ବା ମୁହଁରେ ସୋରିଷ ତେଲ ମାଲିସ୍‌ କରିବା ଦ୍ୱାରା ମୁହଁର ତ୍ୱଚାରେ ଚମକ ଆସିଥାଏ।

ଓଠ, ପାଦ ଫାଟିବା ସମସ୍ୟା ହୁଏ ଦୂର: ଓଠ ଓ ପାଦ ଫାଟୁଥିଲେ ଆପଣ ଶୋଇବା ପୂର୍ବରୁ ସୋରିଷ ତେଲ ମାଲିସ୍‌ କରି ଶୁଅନ୍ତୁ।