ହସୁଛି ସୋରିଷ କ୍ଷେତ

ଜଳେଶ୍ୱର,୯।୨(ଡି.ଏନ.ଏ.)  ବାଲେଶ୍ୱର ଜିଲାରେ ସୁବର୍ଣ୍ଣରେଖା ନଦୀ କୂଳେ କୂଳେ ବ୍ୟାପକ ସୋରିଷ ଚାଷ ହୋଇଛି। ଚଳିତବର୍ଷ ଥଣ୍ଡା ପାଗ ରହିଥିବାରୁ ଭଲ ଫସଲ ଅମଳ ହେବ ବୋଲି ଚାଷୀ ଆଶା ବାନ୍ଧି ବସିଛି। ହେଲେ ଅଦିନିଆ ବର୍ଷା ଡରରେ ଚାଷୀମାନେ ଭରସା କରି ନ ପାରି ଆଶଙ୍କା ମଧ୍ୟରେ କାଳାତିପାତ କରୁଛନ୍ତି। ା
ଜଳେଶ୍ୱର ବ୍ଲକ ମଧ୍ୟ ଦେଇ ବହିଯାଇଛି ସୁବର୍ଣ୍ଣରେଖା ନଦୀ। ନିକଟରେ ଥିବା ଜମିଗୁଡିକର ମାଟି ପଟୁ ଓ ବାଲିଆଯୁକ୍ତ ା ଫଳରେ ଅନ୍ୟାନ୍ୟ ଚାଷ ସହିତ ସୋରିଷ ଚାଷ ଭଲ ହୋଇଥାଏ ା ସାଧାରଣ ସୋରିଷ ୧୨୦ ଦିନରୁ ୧୨୫ ଦିନ ମଧ୍ୟରେ ଅମଳ ହୋଇଥାଏ। ଚଳିତବର୍ଷ ଜଳେଶ୍ୱରରେ ୧୪୦ ଦିନରେ ଅମଳ ହେବାକୁ ଥିବା ଗିରିରାଜ ସୋରିଷ ହୋଇଛି। ନଭେମ୍ବରରୁ ଅଦ୍ୟାବଧି ପାଗ ଥଣ୍ଡା ରହିଥିବାରୁ ସୋରିଷ ଭଲ ହୋଇଛି। ଜଳେଶ୍ୱର ବ୍ଲକର ରାୟାଁରାମଚନ୍ଦ୍ରପୁର, ବାଇଗଣବାଡ଼ିଆ, ପାଇକସିଦା, ମାକିଡ଼ିଆ, ରାଜପୁର, ମହମ୍ମଦନଗରପାଟଣା, ଖୁଦିଆମାଝିସାହି, ଗଡ଼ସାହି ବାଲିଆପାଳ, ଶ୍ରୀରାମପୁର, ଶିଖରପୁର ପଞ୍ଚାୟତରେ ଗିରିରାଜ ସୋରିଷ ଚାଷ ହୋଇଛି। ଉପରୋକ୍ତ ପଞ୍ଚାୟତରେ ଚାଷ ହୋଇଥିବା ୧୮୭୫ ଏକର ଜମିକୁ ବିଡିଓ ଓ ମୁଖ୍ୟ ଜିଲା କୃଷି ଅଧିକାରୀ ନିକୁଞ୍ଜ ବିହାରୀ ରାଉତ ବୁଲି ଦେଖିଥିଲେ। ଚଳିତବର୍ଷ ସରକାର ୩୭୮ ଏକର ଜମିରେ ସୋରିଷ ଚାଷ ଲାଗି ବିହନ ମାଗଣାରେ ଯୋଗାଇଛନ୍ତି। ପ୍ରତି ବ୍ୟକ୍ତିଙ୍କୁ ୨ କେଜି ଲେଖାଏଁ ବିହନ କିଟସ୍‌ ଦିଆଯାଇଥିବା ବେଳେ କ୍ଷେତ ପୋଖରୀ ଯୋଜନାରେ ୪୭ଜଣଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ଚଳିତବର୍ଷ ରାୟାଁରାମଚନ୍ଦ୍ରପୁରରେ ୭୫ଏକର, ବାଇଗଣବାଡ଼ିଆ, ନମକନାରେ ୧୫୦ ଏକର, ଚିତମିଶ୍ରାରେ ୩୦ଏକର, ମାକିଡିଆ, ଚାଲନ୍ତି, ଗଡସାହି ବାଲିଆପାଳରେ ପ୍ରାୟ ୬୦ ଏକର ଜମିରେ ସୋରିଷ ଚାଷ ହୋଇଥିବା ଜଣାଯାଇଛି ା
ମାଗଣାରେ ସରକାରୀ ବିହନ ସହିତ କୀଟନାଶକ, ଅଣୁସାର, କଲଚର ଆଦି ଅର୍ଥ ଚାଷୀଙ୍କୁ ସିଧାସଳଖ ଦେବା ପାଇଁ ଡିବିଟିର ସୁଯୋଗ ନେବାକୁ କୃଷି ଅଧିକାରୀମାନେ ଚାଷୀମାନଙ୍କୁ ସଚେତନ କରାଇ ଆସୁଛନ୍ତି। ଗତ ୨ଦିନ ଧରି ବର୍ଷା ଓ ପବନ ଲାଗି ରହିଥିବାରୁ ସୋରିଷ କ୍ଷେତର ବ୍ୟାପକ କ୍ଷତି ହେବାର ଆଶଙ୍କା ଦେଖାଦେଇଛି। ଜମିରେ ପାଣି ଛିଡ଼ା ହୋଇଥିବାରୁ ୪ରୁ ୫ ଫୁଟ ଉଚ୍ଚର ଗଛଗୁଡିକରେ ସୋରିଷ ପାଚି ଆସୁଥିବାରୁ ତାହା କ୍ଷେତରେ ଲୋଟି ପଡିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri