ହସୁଛି ସୋରିଷ କ୍ଷେତ

ଜଳେଶ୍ୱର,୯।୨(ଡି.ଏନ.ଏ.)  ବାଲେଶ୍ୱର ଜିଲାରେ ସୁବର୍ଣ୍ଣରେଖା ନଦୀ କୂଳେ କୂଳେ ବ୍ୟାପକ ସୋରିଷ ଚାଷ ହୋଇଛି। ଚଳିତବର୍ଷ ଥଣ୍ଡା ପାଗ ରହିଥିବାରୁ ଭଲ ଫସଲ ଅମଳ ହେବ ବୋଲି ଚାଷୀ ଆଶା ବାନ୍ଧି ବସିଛି। ହେଲେ ଅଦିନିଆ ବର୍ଷା ଡରରେ ଚାଷୀମାନେ ଭରସା କରି ନ ପାରି ଆଶଙ୍କା ମଧ୍ୟରେ କାଳାତିପାତ କରୁଛନ୍ତି। ା
ଜଳେଶ୍ୱର ବ୍ଲକ ମଧ୍ୟ ଦେଇ ବହିଯାଇଛି ସୁବର୍ଣ୍ଣରେଖା ନଦୀ। ନିକଟରେ ଥିବା ଜମିଗୁଡିକର ମାଟି ପଟୁ ଓ ବାଲିଆଯୁକ୍ତ ା ଫଳରେ ଅନ୍ୟାନ୍ୟ ଚାଷ ସହିତ ସୋରିଷ ଚାଷ ଭଲ ହୋଇଥାଏ ା ସାଧାରଣ ସୋରିଷ ୧୨୦ ଦିନରୁ ୧୨୫ ଦିନ ମଧ୍ୟରେ ଅମଳ ହୋଇଥାଏ। ଚଳିତବର୍ଷ ଜଳେଶ୍ୱରରେ ୧୪୦ ଦିନରେ ଅମଳ ହେବାକୁ ଥିବା ଗିରିରାଜ ସୋରିଷ ହୋଇଛି। ନଭେମ୍ବରରୁ ଅଦ୍ୟାବଧି ପାଗ ଥଣ୍ଡା ରହିଥିବାରୁ ସୋରିଷ ଭଲ ହୋଇଛି। ଜଳେଶ୍ୱର ବ୍ଲକର ରାୟାଁରାମଚନ୍ଦ୍ରପୁର, ବାଇଗଣବାଡ଼ିଆ, ପାଇକସିଦା, ମାକିଡ଼ିଆ, ରାଜପୁର, ମହମ୍ମଦନଗରପାଟଣା, ଖୁଦିଆମାଝିସାହି, ଗଡ଼ସାହି ବାଲିଆପାଳ, ଶ୍ରୀରାମପୁର, ଶିଖରପୁର ପଞ୍ଚାୟତରେ ଗିରିରାଜ ସୋରିଷ ଚାଷ ହୋଇଛି। ଉପରୋକ୍ତ ପଞ୍ଚାୟତରେ ଚାଷ ହୋଇଥିବା ୧୮୭୫ ଏକର ଜମିକୁ ବିଡିଓ ଓ ମୁଖ୍ୟ ଜିଲା କୃଷି ଅଧିକାରୀ ନିକୁଞ୍ଜ ବିହାରୀ ରାଉତ ବୁଲି ଦେଖିଥିଲେ। ଚଳିତବର୍ଷ ସରକାର ୩୭୮ ଏକର ଜମିରେ ସୋରିଷ ଚାଷ ଲାଗି ବିହନ ମାଗଣାରେ ଯୋଗାଇଛନ୍ତି। ପ୍ରତି ବ୍ୟକ୍ତିଙ୍କୁ ୨ କେଜି ଲେଖାଏଁ ବିହନ କିଟସ୍‌ ଦିଆଯାଇଥିବା ବେଳେ କ୍ଷେତ ପୋଖରୀ ଯୋଜନାରେ ୪୭ଜଣଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ଚଳିତବର୍ଷ ରାୟାଁରାମଚନ୍ଦ୍ରପୁରରେ ୭୫ଏକର, ବାଇଗଣବାଡ଼ିଆ, ନମକନାରେ ୧୫୦ ଏକର, ଚିତମିଶ୍ରାରେ ୩୦ଏକର, ମାକିଡିଆ, ଚାଲନ୍ତି, ଗଡସାହି ବାଲିଆପାଳରେ ପ୍ରାୟ ୬୦ ଏକର ଜମିରେ ସୋରିଷ ଚାଷ ହୋଇଥିବା ଜଣାଯାଇଛି ା
ମାଗଣାରେ ସରକାରୀ ବିହନ ସହିତ କୀଟନାଶକ, ଅଣୁସାର, କଲଚର ଆଦି ଅର୍ଥ ଚାଷୀଙ୍କୁ ସିଧାସଳଖ ଦେବା ପାଇଁ ଡିବିଟିର ସୁଯୋଗ ନେବାକୁ କୃଷି ଅଧିକାରୀମାନେ ଚାଷୀମାନଙ୍କୁ ସଚେତନ କରାଇ ଆସୁଛନ୍ତି। ଗତ ୨ଦିନ ଧରି ବର୍ଷା ଓ ପବନ ଲାଗି ରହିଥିବାରୁ ସୋରିଷ କ୍ଷେତର ବ୍ୟାପକ କ୍ଷତି ହେବାର ଆଶଙ୍କା ଦେଖାଦେଇଛି। ଜମିରେ ପାଣି ଛିଡ଼ା ହୋଇଥିବାରୁ ୪ରୁ ୫ ଫୁଟ ଉଚ୍ଚର ଗଛଗୁଡିକରେ ସୋରିଷ ପାଚି ଆସୁଥିବାରୁ ତାହା କ୍ଷେତରେ ଲୋଟି ପଡିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri