ଭାରତରେ ବାଂଲାଦେଶର ହାଇ କମିଶନର ଭାବେ ନିଯୁକ୍ତ ମୁସ୍ତାଫିଜୁର ରେହମାନ

ଢାକା,୧୪ା୭: ମୁସ୍ତାଫିଜୁର ରେହମାନ ଭାରତରେ ବାଂଲାଦେଶର ହାଇ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି। ସେ ବର୍ତ୍ତମାନ ଜେନେଭାରେ ମିଳିତ ଜାତିସଂଘ କାର୍ଯ୍ୟାଳୟରେ ବାଂଲାଦେଶର ସ୍ଥାୟୀ ପ୍ରତିନିଧି ଏବଂ ସ୍ବିଜରଲ୍ୟାଣ୍ଡର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରୁଛନ୍ତି। ଭାରତକୁ ବାଂଲାଦେଶର ହାଇ କମିଶନର ଭାବେ ମହମ୍ମଦ ମୁସ୍ତାଫିଜୁର ରେହମାନ ନିଯୁକ୍ତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେ ମହମ୍ମଦ ଇମ୍ରାନଙ୍କ ସ୍ଥାନ ନେବେ। ରାଷ୍ଟ୍ରଦୂତ ରେହମାନ ଜଣେ ବୈଦେଶିକ ସେବା ଅଧିକାରୀ ଏବଂ ସେ ବାଂଲାଦେଶ ସିଭିଲ ସର୍ଭିସର ଏକାଦଶ ବ୍ୟାଚର ଅଟନ୍ତି।

ବାଂଲାଦେଶ ସରକାର ଏମ୍‌ ମୁସ୍ତାଫିଜୁର ରେହମାନଙ୍କୁ ବାଂଲାଦେଶର ପରବର୍ତ୍ତୀ ହାଇ କମିଶନର ଭାବରେ ଭାରତରେ ନିଯୁକ୍ତ କରିଛନ୍ତି। ବୁଧବାର ବୈଦେଶିକ ମନ୍ତ୍ରଣାଳୟର ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

Share