ଏଆଇର ଅପବ୍ୟବହାର ରୋକିବା ଜରୁରୀ: ଜାତିସଂଘରେ କହିଲା ଭାରତ…

ଜେନେଭା,୧୫।୪ : ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ମିଶନ ମିଳିତ ଜାତିସଂଘ ମୁଖ୍ୟାଳୟ କମ୍ପ୍ଲେକ୍ସରେ ଏକ ସମ୍ମିଳନୀ ଆୟୋଜନ କରି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ଟେକ୍ନୋଲୋଜିର ବିଶେଷ କରି କୃତ୍ରିମ ବୁଦ୍ଧିମତା (ଏଆଇ) ର ଭୂମିକା ଉପରେ ବିଚାରବିମର୍ଶ କରିଛି। ଗଣତାନ୍ତ୍ରିକ ନୀତିକୁ ପ୍ରୋତ୍ସାହିତ କରିବାରେ ବୈଷୟିକ ଜ୍ଞାନକୌଶଳ ଏବଂ ଅଭ୍ୟାସଗୁଡିକର ଭୂମିକା ଉପରେ ଆଲୋଚନାରେ ଆଲୋକପାତ କରାଯାଇଥିଲା ଯାହା ଏକ ଅନ୍ତର୍ଭୂକ୍ତ, ଅଭିବୃଦ୍ଧି ଭିତ୍ତିକ, ସ୍ଥାୟୀ ଏବଂ ଶାନ୍ତିପୂର୍ଣ୍ଣ ସମାଜକୁ ଦୃଢ଼ କରିପାରିବ।

ଏହି ସମ୍ମିଳନୀରେ ମିଳିତ ଜାତିସଂଘର ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କୃତ୍ରିମ ଇଣ୍ଟେଲିଜେନ୍ସର ଅପବ୍ୟବହାର ଦ୍ୱାରା ପରିଚାଳିତ ହେବା ବିଷୟରେ କହିଥିଲେ। ରୁଚିରା କାମ୍ବୋଜ ତାଙ୍କ ଭାଷଣରେ କହିଛନ୍ତି ଯେ ସ୍ଥାୟୀ ବିକାଶ ଲକ୍ଷ୍ୟର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ସେପ୍ଟେମ୍ବର ୨୦୨୩ ରେ ଅନୁଷ୍ଠିତ ହେବ, ଯାହାକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମର ବିଷୟବସ୍ତୁ ଅତ୍ୟନ୍ତ ପ୍ରାସଙ୍ଗିକ ଅଟେ।

କାମ୍ବୋଜ କହିଛନ୍ତି ଯେ ଯଦି ସଠିକ ଉପାୟରେ ବ୍ୟବହାର କରାଯାଏ ତେବେ କୃତ୍ରିମ ଇଣ୍ଟେଲିଜେନ୍ସ ଅପାର ସମୃଦ୍ଧତା ଏବଂ ସୁଯୋଗ ସୃଷ୍ଟି କରିପାରିବ, କିନ୍ତୁ ନିଶ୍ଚିତ କରିବାକୁ ହେବ ଯେ ଏଇ ସିଷ୍ଟମଗୁଡିକର ଅପବ୍ୟବହାର ନ ହେବା ଏବଂ ଡିଜିଟାଲ ସୁପର ଇଣ୍ଟେଲିଜେନ୍ସର ଉନ୍ନତି ମାନବିକତା ପାଇଁ ଲାଭଦାୟକ ଅଟେ।
’ସାମାଜିକ ନ୍ୟାୟ ପାଇଁ କୃତ୍ରିମ ଇଣ୍ଟେଲିଜେନ୍ସ’ ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେଇ ରୁଚିରା କାମ୍ବୋଜ କହିଛନ୍ତି ଯଦି ସଠିକ ଭାବରେ ବ୍ୟବହାର କରାଯାଏ, ଏଆଇ ଉଚ୍ଚ ଉତ୍ପାଦନକାରୀ ଏବଂ ଦକ୍ଷ ଅର୍ଥନୀତି ସୃଷ୍ଟି କରିପାରିବ।

Share