Categories: ଜାତୀୟ

‘ମୁଁ ଜିତିଲେ ମୁସଲମାନମାନେ ତିଲକ ଲଗେଇବେ’

ଲକ୍ଷ୍ନୌ,୧୪।୨: “ମୁଁ ପୁଣି ଥରେ ନିର୍ବାଚିତ ହେଲେ ମୁସଲମାନମାନେ ତିଲକ ଲଗେଇବେ”। ଉତ୍ତରପ୍ରଦେଶ ନିର୍ବାଚନ ମଧ୍ୟରେ ଏଭଳି ବୟାନ ଦେଇଛନ୍ତି ଭାଜପାର ବିଧାୟକ ରାଘବେନ୍ଦ୍ର ସିଂ। ଘଟଣାର ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି।

“ଯଦି ମୁଁ ପୁଣି ଥରେ ବିଧାୟକ ହୁଏ, ଗୋଲ ଟୋପି ଦେଖିବାକୁ ମିଳିବ ନାହିଁ। ଆଗାମୀ ଥର ମୁସଲମାନମାନେ ତିଲକ ଲଗେଇବେ” ବୋଲି ୟୁପିର ଦୋମାରିୟାଗଞ୍ଜରୁ ବିଧାୟକ ଥିବା ରାଘବେନ୍ଦ୍ର ଭିଡିଓରେ କହୁଥିବା ଶୁଣିବାକୁ ମିଳୁଛି। ସେ ହିନ୍ଦୁ ଯୁବ ବାହିନୀ ଦାୟିତ୍ୱରେ ଅଛନ୍ତି। ଏହି ଦକ୍ଷିଣପନ୍ଥୀ ଗୋଷ୍ଠୀ ପ୍ରତିଷ୍ଠାତା ହେଉଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

୨୦୧୭ରେ ଦୋମାରିୟାଗଞ୍ଜ ଆସନରୁ ୨୦୦ ଖଣ୍ଡ ଭୋଟରେ ଜିତିଥିଲେ। ଏହି ଅଞ୍ଚଳରେ ଭୋଟିଂ ୬ଷ୍ଠ ପର୍ଯ୍ୟାୟରେ ହେବାର ଅଛି।

Share