‘ଫରାସୀଙ୍କୁ ହତ୍ୟା କରିପାରିବେ ମୁସଲମାନ’

କୁଆଲାଲମ୍ବୁର,୩୧ା୧୦: ନିସ୍‌ ଆକ୍ରମଣର କିଛି ସମୟ ପରେ ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ ଟୁଇଟର୍‌ରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଲକ୍ଷ ଲକ୍ଷ ଫରାସୀଙ୍କୁ ହତ୍ୟା କରିବା ଅଧିକାର ମୁସଲମାନମାନଙ୍କର ରହିଛି। ଏହାକୁ ନେଇ ଫ୍ରାନ୍ସ ଓ ଅନ୍ୟ ରାଷ୍ଟ୍ରଗୁଡ଼ିକରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଟୁଇଟର୍‌ ଉକ୍ତ ପୋଷ୍ଟକୁ ଡିଲିଟ୍‌ କରିଦେଇଛି। ହିଂସାକୁ ମହିମାମଣ୍ଡିତ କରୁଥିବା ଏହି ଟୁଇଟ୍‌ ଆମର ନିୟମଗୁଡ଼ିକୁ ଉଲ୍ଲଂଘନ କରୁଛି ବୋଲି ଟୁଇଟର ପକ୍ଷରୁ କୁହାଯାଇଛି। ମହାଥିରଙ୍କ ଟୁଇଟର ଆକାଉଣ୍ଟକୁ ତୁରନ୍ତ ସସ୍‌ପେଣ୍ଡ କରାଯାଉ ବୋଲି ଫ୍ରାନ୍ସର ଜୁନିୟର ଡିଜିଟାଲ ଆଫେୟାର୍ସ ମନ୍ତ୍ରୀ ସେଡ୍ରିକ୍‌ ଓ ଦାବି କରିଛନ୍ତି।

Share