ମୁସଲମାନ୍‌ ଯୁବକ କଲେ ହିନ୍ଦୁ ବୃଦ୍ଧଙ୍କ ଅନ୍ତିମ ସଂସ୍କାର: ମୃତଦେହ ଛୁଇଁଲେନି ପରିବାର ଲୋକେ

ହାଇଦ୍ରାବାଦ୍‌, ୨୬।୮: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ କେତେକ ଅଞ୍ଚଳରେ ଅଭାବନୀୟ ଘଟଣାମାନ ଘଟୁଛି। ସମ୍ପ୍ରତି ତେଲଙ୍ଗାନାରେ ଏଭଳି ଏକ ଘଟଣା ଘଟିଛି। ସ୍ଥାନୀୟ ଜାଗତିୟାଲ ଅଞ୍ଚଳରେ ଜଣେ ୬୫ ବର୍ଷ ବୟସ୍କ ବୃଦ୍ଧଙ୍କ ମୃତ୍ୟୁ କରୋନା ସଂକ୍ରମଣ ଯୋଗୁ ସୋମବାର ଘଟିଥିଲା। ତାଙ୍କ ସାହି ପଡ଼ିଶା କେହି ଅନ୍ତିମ ସଂସ୍କାର ପାଇଁ ବାହାରକୁ ଆସି ନ ଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ଲୋକେ ମଧ୍ୟ ଭୟରେ ମୃତଦେହ ଛୁଇଁବାକୁ ମନା କରିଦେଇଥିଲେ। ମୃତଦେହ ସେହିପରି ପଡ଼ି ରହିଲା। ତେବେ ଗାଁର ୬-୭ଜଣ ମୁସଲମାନ ଯୁବକ ଅନ୍ତିମ ସଂସ୍କାର ପାଇଁ ଅଣ୍ଟା ଭିଡ଼ିଥିଲେ। ସେମାନେ ପିପିଇ କିଟ୍‌ ପିନ୍ଧି ମୃତଦେହକୁ ଆମ୍ବୁଲାନ୍ସ୍‌ରେ ଶ୍ମଶାନକୁ ନେଇ ସମ୍ପୂର୍ଣ୍ଣ ହିନ୍ଦୁ ପରମ୍ପରା ଅନୁସାରେ ଅନ୍ତିମ ସଂସ୍କାର କରିଥିଲେ। ଏବେ ଏହି ଖବର ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭାଇଚାରାର ଏହି ନିଆରା ସମ୍ପର୍କ ନେଇ ବହୁ ୟୁଜର ଭାବୁକ ହୋଇ ମନ୍ତବ୍ୟ ଦେଉଛନ୍ତି।

Share