Posted inଜାତୀୟ

‘ମୁସଲମାନ ଆତଙ୍କବାଦୀ’ କହିଲେ ବିଧୁରୀ

ନୂଆଦିଲ୍ଲୀ,୨୩ା୯: ସଂସଦ ସ୍ବତନ୍ତ୍ର ଅଧିବେଶନରେ ଭାଜପାର ଲୋକ ସଭା ସଦସ୍ୟ ରମେଶ ବିଧୁରୀ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଏମ୍‌ପି କୁଅଁର ଦାନିସ ଅଲୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦୀୟ ହୋଇଛନ୍ତି। ନିମ୍ନ ସଦନରେ ଚନ୍ଦ୍ରୟାନ-୩ ମିଶନର ସଫଳତା ଉପରେ ଗୁରୁବାର ରାତିରେ ଆଲୋଚନା ଚାଲିଥିବାବେଳେ ଦକ୍ଷିଣ ଦିଲ୍ଲୀ ସଂସଦୀୟ ଆସନର ସଦସ୍ୟ ବିଧୁରୀ ଉତ୍ତର ପ୍ରଦେଶ ଆମରୋହା ଏମ୍‌ପି ଦାନିସଙ୍କୁ ‘ମୁସଲମାନ ଆତଙ୍କବାଦୀ’ ଆଖ୍ୟା ଦେଇଥିଲେ। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହେବା ପରେ ଶୁକ୍ରବାର ବିବାଦୀୟ ସ୍ଥିତି ଉପୁଜିଛି। ବିରୋଧୀ ଦଳଗୁଡ଼ିକ ଏହାର ଦୃଢ଼ନିନ୍ଦା କରିଥିବାବେଳେ ଭାଜପା ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ବିଧୁରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଗୃହରୁ ଇସ୍ତଫା ଦେବେ ବୋଲି ଦାନିସ କହିଛନ୍ତି।
ସଂଦସର ସମସ୍ତ ସଦସ୍ୟଙ୍କୁ ଅପମାନିତ କରିଛନ୍ତି। ତାଙ୍କୁ ଲୋକ ସଭାରୁ ନିଲମ୍ବିତ କରାଯିବା ଉଚିତ ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି। ସିପିଆଇଏମ୍‌ ପକ୍ଷରୁ ଜାରି ଏକ ବିବୃତିରେ ବିଧୁରୀଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଛି। ସେହିପରି ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ର ସାମାଜିକ ଗଣମାଧ୍ୟମ ମଞ୍ଚ ଏକ୍ସ’ରେ ଏହାର ଦୃଢ଼ ନିନ୍ଦା କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ମୁସଲମାନମାନଙ୍କୁ ଏପରି କରିଦେଇଛନ୍ତି ଯେ ସେମାନେ ନିଜ ଦେଶରେ ବି ଭୟରେ ଜୀବନ ବିତାଉଛନ୍ତି। ପ୍ରଧାନମନ୍ତ୍ରୀ ଓ ବାଚସ୍ପତି ବିଧୁରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି। ଶିବସେନା (ୟୁବିଟି)ର ରାଜ୍ୟ ସଭା ସଦସ୍ୟା ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ଏହାର ଦୃଢ଼ ନିନ୍ଦା କରି ବିଧୁରୀଙ୍କ ପାଖରେ ଆଉ ଲଜ୍ଜା ନାହିଁ ବୋଲି କହିଛନ୍ତି। ଆମ୍‌ ଆଦ୍‌ମୀ ପାର୍ଟିର ସଞ୍ଜୟ ସିଂ କହିଛନ୍ତି, ବିଧୁରୀ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ରୁ ଶିଖିଥିବା ଭାଷାର ଏହା ପରିଣାମ। ମୁଁ ମଣିପୁର ପ୍ରସଙ୍ଗ ଉଠାଇ ନିଲମ୍ବିତ ହୋଇଥିଲି। ଭାଜପା ଏମ୍‌ପିଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଇତିମଧ୍ୟରେ ବାଚସ୍ପତି ବିର୍ଲା ଗୃହରେ ବିଧୁରୀଙ୍କ ମନ୍ତବ୍ୟକୁ ଗମ୍ଭୀରତା ସହ ନେଇଛନ୍ତି। ଭବିଷ୍ୟତରେ ଏପରି ବ୍ୟବହାରର ପୁନରାବୃତ୍ତି ଦେଖିବାକୁ ମିଳିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି। ଏଥିସହ ସେହି ଆପତ୍ତିଜନକ ଶବ୍ଦଗୁଡ଼ିକୁ ବାଦ୍‌ ଦେଇଛନ୍ତି। ବିଧୁରୀଙ୍କ ମନ୍ତବ୍ୟକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ହସୁଥିଲେ ହର୍ଷବର୍ଦ୍ଧନ

ବିଏସ୍‌ପିର ଦାନିସ ଅଲୀଙ୍କୁ ଭାଜପା ଏମ୍‌ପି ରମେଶ ବିଧୁରୀ ‘ମୁସଲମାନ ଆତଙ୍କବାଦୀ’ କହି ଭର୍ତ୍ସନା କରୁଥିବାବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ଓ ରବିଶଙ୍କର ପ୍ରସାଦ ହସୁଥିବା ଦେଖିବାକୁ ମିଳିଥିଲା। ବିବାଦ ପରେ ହର୍ଷବର୍ଦ୍ଧନ ଓ ରବିଶଙ୍କର ଦଳୀୟ ସହଯୋଗୀ ବିଧୁରୀଙ୍କ ଆପତ୍ତିଜନକ ମନ୍ତବ୍ୟରୁ ନିଜକୁ ଦୂରେଇ ରଖିଛନ୍ତି। ହର୍ଷବର୍ଦ୍ଧନ କହିଛନ୍ତି, କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ତାଙ୍କ ନାମକୁ ଅଯଥା ବିବାଦକୁ ଟାଣୁଛନ୍ତି। ଗୃହରେ ହଟ୍ଟଗୋଳ ଲାଗିରହିଥିବାରୁ ବିଧୁରୀ କ’ଣ କହିଲେ ତାହା ସେ ସ୍ପଷ୍ଟଭାବେ ଶୁଣିପାରି ନାହାନ୍ତି। ରବିଶଙ୍କର କହିଛନ୍ତି, କୌଣସି ଅଶୋଭନୀୟ ମନ୍ତବ୍ୟକୁ ସେ ସମର୍ଥନ କରନ୍ତି ନାହିଁ।

ବିଧୁରୀଙ୍କୁ ନିଲମ୍ବନ ନ କଲେ ଗୃହ ଛାଡ଼ିବି
ପୂର୍ବରୁ ପାର୍ଲାମେଣ୍ଟ ବାହାରେ ଘୃଣା ମନ୍ତବ୍ୟ ଦିଆଯାଉଥିଲା। ଏବେ ଗୃହ ଭିତରେ ଦିଆଗଲାଣି। ଭାଜପା ଏମ୍‌ପି ରମେଶ ବିଧୁରୀ ସାରା ଦେଶକୁ ଲଜ୍ଜିତ କରିଛନ୍ତି। ତାଙ୍କୁ ନିଲମ୍ବନ କରାଯାଉ। ରୁଲ୍‌ ୨୨୭ ବଳରେ ଆପତ୍ତିଜନକ ଭାଷାକୁ ଗୃହର ସ୍ବାଧିକାର କମିଟିକୁ ତଦନ୍ତ ପାଇଁ ପଠାଯାଉ। ବିଧୁରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଚସ୍ପତି ଓମ୍‌ ବିର୍ଲାଙ୍କ ନିକଟକୁ ପତ୍ର ଲେଖିଛି। କାର୍ଯ୍ୟାନୁଷ୍ଠାନ ନ ହେଲେ ମୁଁ ଗୃହର ସଦସ୍ୟତା ତ୍ୟାଗ କରିବି। ଘୃଣା ମନ୍ତବ୍ୟ ଶୁଣିବା ପାଇଁ ଲୋକେ ମୋତେ ନିର୍ବାଚିତ କରିନାହାନ୍ତି। ବିଧୁରୀ ଏପରି କହିବାବେଳେ ମୋଦି ସରକାରଙ୍କ ଦୁଇଜଣ ପୂର୍ବତନ ମନ୍ତ୍ରୀ ହର୍ଷବର୍ଦ୍ଧନ ଓ ରବିଶଙ୍କର ପ୍ରସାଦ ହସୁଥିଲେ। ନୂଆ ସଂସଦ ଭବନର ପ୍ରଥମ ଅଧିବେଶନରେ ଭାଜପାର ଏପରି ବ୍ୟବହାରକୁ ଲୋକେ ଦେଖିଛନ୍ତି।
-ଦାନିସ ଅଲୀ, ବିଏସ୍‌ପି ଏମ୍‌ପି


Enter your email to get our daily news in your inbox.

All Right Reserved By Dharitri.Com

ଦେଖନ୍ତୁ ଛତିଥରା ଭିଡିଓ, ରାସ୍ତାରେ ଲୁଚିଥିଲା ମୃତ୍ୟୁ! କେହିକିଛି ବୁଝିବା ପୂର୍ବରୁ…

ସାଣ୍ଟିଆଗୋ,୨୧।୨: ଚିଲିର ରାଜଧାନୀ ସାଣ୍ଟିଆଗୋରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ…

‘AI ଆସିଲେବି ମଣିଷର ସ୍ଥାନ ନେଇପାରିବନି ମେଶିନ’, ସିସ୍କୋ ଅଧିକାରୀ କହିଲେ କେମିତି ପରିବର୍ତ୍ତନ ହେବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୨୧।୨: କର୍ପୋରେଟ ଜଗତ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ମେଶିନଗୁଡ଼ିକ ମଣିଷକୁ ବଦଳାଇବେ ବୋଲି ବଢୁଥିବା ଭୟ…

ବିଦ୍ୟୁତ୍‌ ଟିକସ ବୃଦ୍ଧି ବାତିଲ, ସ୍ମାର୍ଟ ମିଟର ଲଗାଇବା ବନ୍ଦ ନେଇ ସିପିଆଇଏମ୍‌ର ବିକ୍ଷୋଭ

ଛତ୍ରପୁର,୨୧ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ବିଭିନ୍ନ ବିଷୟକୁ ନେଇ ଓଇଆରସି ପକ୍ଷରୁ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଟିପିଏସଓଡିଏଲ…

ଚୁରମାର ହେଲା ୟୁନିର୍ଭସିଟି ପ୍ରତିଷ୍ଠା ସ୍ୱପ୍ନ! ଜମି ବିକିଦେଲେ ଖାନ ସାର୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୧।୨:ନିକଟରେ ସୋସିଆଲ ମିଡିଆରେ ଖବର ପ୍ରକାଶ ପାଇଥିଲା ଯେ ଖାନ ସାର୍‌ କୋଏଲୱାରରେ ଏକ ବଡ଼ ଜମି କିଣି ସେଠାରେ ଏକ ବିଶ୍ୱବିଦ୍ୟାଳୟ ନିର୍ମାଣ କରିବାକୁ ଯୋଜନା…

ଚାନ୍ଦା ନ ଦେବାରୁ ଠିକାଦାରଙ୍କୁ ହତ୍ୟା, ଅଭିଯୋଗ ଆଣି ପୁଅ କହିଲେ ମୋ’ ବାପାଙ୍କୁ…

ଆନନ୍ଦପୁର/ବଞ୍ଚୋ,୨୧ା୨(ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): ଠିକା କାମରେ ଚାନ୍ଦା ନ ଦେବାରୁ ଠିକାଦାରଙ୍କୁ କିଛି ଅସାମାଜିକ ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।…

ଖରାପ ଫର୍ମ ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରୁ ବାଦ ପଡିବେ ଅଭିଷେକ? କ୍ୟାପଟେନ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ରେ ଭାରତର ପ୍ରଥମ ମ୍ୟାଚ ରବିବାର, ଫେବୃଆରୀ ୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ। ଏହା ପୂର୍ବରୁ, ଶନିବାର ଏକ ସାମ୍ବାଦିକ…

୪ ମାସ ବିତିନି ପୁଣି ବାଣ ବିସ୍ଫୋରଣ: ଲୋକେ ଭୟଭୀତ

ବୌଦ୍ଧ,୨୧ା୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ପୁରୁଣା କଟକ ଥାନା ଜିଆକଟା ଗ୍ରାମରେ ବାଣ ବିସ୍ଫୋରଣ ଘଟଣାକୁ ୪ ମାସ ବିତି ନ ଥିବା ବେଳେ ପୁଣି…

‘AI ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରତିବାଦ ନେପାଳର GenZ ଆନ୍ଦୋଳନ ଦ୍ୱାରା ଅନୁପ୍ରାଣିତ’, ଦିଲ୍ଲୀ ପୋଲିସର ବଡ଼ ଦାବି

ନୂଆଦିଲ୍ଲୀ,୨୧।୨: ଦିଲ୍ଲୀର ଭାରତ ମଣ୍ଡପମରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ଯୁବ କଂଗ୍ରେସ କର୍ମୀଙ୍କ ପ୍ରତିବାଦ ଦେଶରେ ରାଜନୀତିକୁ ଉଷ୍ମ କରିଛି। ବିଭିନ୍ନ ରାଜ୍ୟର ଭାଜପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri