Posted inଜାତୀୟ

‘ମୁସଲମାନ ଆତଙ୍କବାଦୀ’ କହିଲେ ବିଧୁରୀ

ନୂଆଦିଲ୍ଲୀ,୨୩ା୯: ସଂସଦ ସ୍ବତନ୍ତ୍ର ଅଧିବେଶନରେ ଭାଜପାର ଲୋକ ସଭା ସଦସ୍ୟ ରମେଶ ବିଧୁରୀ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଏମ୍‌ପି କୁଅଁର ଦାନିସ ଅଲୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦୀୟ ହୋଇଛନ୍ତି। ନିମ୍ନ ସଦନରେ ଚନ୍ଦ୍ରୟାନ-୩ ମିଶନର ସଫଳତା ଉପରେ ଗୁରୁବାର ରାତିରେ ଆଲୋଚନା ଚାଲିଥିବାବେଳେ ଦକ୍ଷିଣ ଦିଲ୍ଲୀ ସଂସଦୀୟ ଆସନର ସଦସ୍ୟ ବିଧୁରୀ ଉତ୍ତର ପ୍ରଦେଶ ଆମରୋହା ଏମ୍‌ପି ଦାନିସଙ୍କୁ ‘ମୁସଲମାନ ଆତଙ୍କବାଦୀ’ ଆଖ୍ୟା ଦେଇଥିଲେ। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହେବା ପରେ ଶୁକ୍ରବାର ବିବାଦୀୟ ସ୍ଥିତି ଉପୁଜିଛି। ବିରୋଧୀ ଦଳଗୁଡ଼ିକ ଏହାର ଦୃଢ଼ନିନ୍ଦା କରିଥିବାବେଳେ ଭାଜପା ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ବିଧୁରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଗୃହରୁ ଇସ୍ତଫା ଦେବେ ବୋଲି ଦାନିସ କହିଛନ୍ତି।
ସଂଦସର ସମସ୍ତ ସଦସ୍ୟଙ୍କୁ ଅପମାନିତ କରିଛନ୍ତି। ତାଙ୍କୁ ଲୋକ ସଭାରୁ ନିଲମ୍ବିତ କରାଯିବା ଉଚିତ ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି। ସିପିଆଇଏମ୍‌ ପକ୍ଷରୁ ଜାରି ଏକ ବିବୃତିରେ ବିଧୁରୀଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଛି। ସେହିପରି ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ର ସାମାଜିକ ଗଣମାଧ୍ୟମ ମଞ୍ଚ ଏକ୍ସ’ରେ ଏହାର ଦୃଢ଼ ନିନ୍ଦା କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ମୁସଲମାନମାନଙ୍କୁ ଏପରି କରିଦେଇଛନ୍ତି ଯେ ସେମାନେ ନିଜ ଦେଶରେ ବି ଭୟରେ ଜୀବନ ବିତାଉଛନ୍ତି। ପ୍ରଧାନମନ୍ତ୍ରୀ ଓ ବାଚସ୍ପତି ବିଧୁରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି। ଶିବସେନା (ୟୁବିଟି)ର ରାଜ୍ୟ ସଭା ସଦସ୍ୟା ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ଏହାର ଦୃଢ଼ ନିନ୍ଦା କରି ବିଧୁରୀଙ୍କ ପାଖରେ ଆଉ ଲଜ୍ଜା ନାହିଁ ବୋଲି କହିଛନ୍ତି। ଆମ୍‌ ଆଦ୍‌ମୀ ପାର୍ଟିର ସଞ୍ଜୟ ସିଂ କହିଛନ୍ତି, ବିଧୁରୀ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ରୁ ଶିଖିଥିବା ଭାଷାର ଏହା ପରିଣାମ। ମୁଁ ମଣିପୁର ପ୍ରସଙ୍ଗ ଉଠାଇ ନିଲମ୍ବିତ ହୋଇଥିଲି। ଭାଜପା ଏମ୍‌ପିଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଇତିମଧ୍ୟରେ ବାଚସ୍ପତି ବିର୍ଲା ଗୃହରେ ବିଧୁରୀଙ୍କ ମନ୍ତବ୍ୟକୁ ଗମ୍ଭୀରତା ସହ ନେଇଛନ୍ତି। ଭବିଷ୍ୟତରେ ଏପରି ବ୍ୟବହାରର ପୁନରାବୃତ୍ତି ଦେଖିବାକୁ ମିଳିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି। ଏଥିସହ ସେହି ଆପତ୍ତିଜନକ ଶବ୍ଦଗୁଡ଼ିକୁ ବାଦ୍‌ ଦେଇଛନ୍ତି। ବିଧୁରୀଙ୍କ ମନ୍ତବ୍ୟକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ହସୁଥିଲେ ହର୍ଷବର୍ଦ୍ଧନ

ବିଏସ୍‌ପିର ଦାନିସ ଅଲୀଙ୍କୁ ଭାଜପା ଏମ୍‌ପି ରମେଶ ବିଧୁରୀ ‘ମୁସଲମାନ ଆତଙ୍କବାଦୀ’ କହି ଭର୍ତ୍ସନା କରୁଥିବାବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ଓ ରବିଶଙ୍କର ପ୍ରସାଦ ହସୁଥିବା ଦେଖିବାକୁ ମିଳିଥିଲା। ବିବାଦ ପରେ ହର୍ଷବର୍ଦ୍ଧନ ଓ ରବିଶଙ୍କର ଦଳୀୟ ସହଯୋଗୀ ବିଧୁରୀଙ୍କ ଆପତ୍ତିଜନକ ମନ୍ତବ୍ୟରୁ ନିଜକୁ ଦୂରେଇ ରଖିଛନ୍ତି। ହର୍ଷବର୍ଦ୍ଧନ କହିଛନ୍ତି, କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ତାଙ୍କ ନାମକୁ ଅଯଥା ବିବାଦକୁ ଟାଣୁଛନ୍ତି। ଗୃହରେ ହଟ୍ଟଗୋଳ ଲାଗିରହିଥିବାରୁ ବିଧୁରୀ କ’ଣ କହିଲେ ତାହା ସେ ସ୍ପଷ୍ଟଭାବେ ଶୁଣିପାରି ନାହାନ୍ତି। ରବିଶଙ୍କର କହିଛନ୍ତି, କୌଣସି ଅଶୋଭନୀୟ ମନ୍ତବ୍ୟକୁ ସେ ସମର୍ଥନ କରନ୍ତି ନାହିଁ।

ବିଧୁରୀଙ୍କୁ ନିଲମ୍ବନ ନ କଲେ ଗୃହ ଛାଡ଼ିବି
ପୂର୍ବରୁ ପାର୍ଲାମେଣ୍ଟ ବାହାରେ ଘୃଣା ମନ୍ତବ୍ୟ ଦିଆଯାଉଥିଲା। ଏବେ ଗୃହ ଭିତରେ ଦିଆଗଲାଣି। ଭାଜପା ଏମ୍‌ପି ରମେଶ ବିଧୁରୀ ସାରା ଦେଶକୁ ଲଜ୍ଜିତ କରିଛନ୍ତି। ତାଙ୍କୁ ନିଲମ୍ବନ କରାଯାଉ। ରୁଲ୍‌ ୨୨୭ ବଳରେ ଆପତ୍ତିଜନକ ଭାଷାକୁ ଗୃହର ସ୍ବାଧିକାର କମିଟିକୁ ତଦନ୍ତ ପାଇଁ ପଠାଯାଉ। ବିଧୁରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଚସ୍ପତି ଓମ୍‌ ବିର୍ଲାଙ୍କ ନିକଟକୁ ପତ୍ର ଲେଖିଛି। କାର୍ଯ୍ୟାନୁଷ୍ଠାନ ନ ହେଲେ ମୁଁ ଗୃହର ସଦସ୍ୟତା ତ୍ୟାଗ କରିବି। ଘୃଣା ମନ୍ତବ୍ୟ ଶୁଣିବା ପାଇଁ ଲୋକେ ମୋତେ ନିର୍ବାଚିତ କରିନାହାନ୍ତି। ବିଧୁରୀ ଏପରି କହିବାବେଳେ ମୋଦି ସରକାରଙ୍କ ଦୁଇଜଣ ପୂର୍ବତନ ମନ୍ତ୍ରୀ ହର୍ଷବର୍ଦ୍ଧନ ଓ ରବିଶଙ୍କର ପ୍ରସାଦ ହସୁଥିଲେ। ନୂଆ ସଂସଦ ଭବନର ପ୍ରଥମ ଅଧିବେଶନରେ ଭାଜପାର ଏପରି ବ୍ୟବହାରକୁ ଲୋକେ ଦେଖିଛନ୍ତି।
-ଦାନିସ ଅଲୀ, ବିଏସ୍‌ପି ଏମ୍‌ପି


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri