ବିଦ୍ୟୁତ୍‌ ଟିକସ ବୃଦ୍ଧି ବାତିଲ, ସ୍ମାର୍ଟ ମିଟର ଲଗାଇବା ବନ୍ଦ ନେଇ ସିପିଆଇଏମ୍‌ର ବିକ୍ଷୋଭ

ଛତ୍ରପୁର,୨୧ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ବିଭିନ୍ନ ବିଷୟକୁ ନେଇ ଓଇଆରସି ପକ୍ଷରୁ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଟିପିଏସଓଡିଏଲ ଆଗାମୀ ଦିନରେ ବିଦ୍ୟୁତ୍‌ ଟିକସ ବୃଦ୍ଧି କରିବ। ତେଣୁ ଏହାକୁ ବିରୋଧ କରି ସିପିଆଇଏମ ପକ୍ଷରୁ ଏକ ବିରାଟ ରାଲି କରାଯାଇ ଡିଆରଡିଏ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରସ୍ତାବିତ ବିଦ୍ୟୁତ୍‌ ଟିକସ ବୃଦ୍ଧି ବାତିଲ, ସ୍ମାର୍ଟ ମିଟର ଲଗାଇବା ବନ୍ଦ, ଉତ୍ତମ ସେବା ଯୋଗାଇବାରେ ଟାଟା କମ୍ପନୀ ବିଫଳ। ତେଣୁ ତୁରନ୍ତ ହଟାଇ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ସରକାର ହାତକୁ ନିଅନ୍ତୁ। ଅତିରିକ୍ତ ସୁରକ୍ଷା ଜମା ଆଦାୟ ବନ୍ଦ ସମେତ ୩ଶହ ୟୁନିଟ ମାଗଣା ବିଦ୍ୟୁତ୍‌ ସେବା ପ୍ରଦାନ ଦାବି ହୋଇଛି। ଏପରିକି ଓଡ଼ିଶା ହେଉଛି ବିଦ୍ୟୁତ୍‌ ବଳକା ରାଜ୍ୟ। କିନ୍ତୁ ଅନ୍ୟ କିଛି ରାଜ୍ୟରେ ଏକ ଶହରୁ ୩ଶହ ୟୁନିଟ ମାଗଣା ଦିଆଯାଉଛି କିନ୍ତୁ ଓଡ଼ିଶା କାହିଁକି ନାହିଁ ବୋଲି କହିଥିଲେ। ତୁରନ୍ତ ପ୍ରଦାନ ଦାବି ସହ ପ୍ରସ୍ତାବିତ ଦର ବୃଦ୍ଧିକୁ ବିରୋଧ ସହ ସ୍ମାର୍ଟ ମିଟର ଲଗାଇବା ବନ୍ଦ ହେଉ। ସ୍ମାର୍ଟ ମିଟର ଦ୍ୱାରା କମ୍ପନୀ ଗ୍ରାହକଙ୍କଠାରୁ କୋଟି କୋଟି ଟଙ୍କାର ଲାଭ ଉଠାଇବ ବୋଲି କହିଥିଲେ। ସ୍ମାର୍ଟ ମିଟର ଲଗାଇବା କେଉଁଠି ନିୟମ ନାହିଁ, ଗ୍ରାହକଙ୍କୁ ଠକିବା ପାଇଁ ଟାଟା କମ୍ପାନୀ ଏକ ପ୍ରାୟସ କରୁଛି।

ଅନ୍ୟପକ୍ଷରେ ଏହି ଜନ ଶୁଣାଣିରେ କମ୍ପାନୀରେ ଶହେରୁ ଊର୍ଦ୍ଧ୍ୱ ଅଧିକାରୀ ଓ କର୍ମଚାରୀ ଥିବା ବେଳେ ସିପିଆଇଏମ୍‌ର ବରିଷ୍ଠ ନେତା ଅଳି କିଶୋର ପଟ୍ଟନାୟକଙ୍କ ସହ ହାତ ଗଣତି ଉପଭୋକ୍ତା ଉପସ୍ଥିତ ରହିଥିଲେ। ଏପରିକି ଭିତରକୁ କାହାରିକୁ ଛଡ଼ା ଯାଉ ନ ଥିଲା। ମୁଖ୍ୟ ଫାଟକ ପୋଲିସ ଜଗି ରହିଥିଲା। ଏହାସହ ଜନ ଶୁଣାଣି ଚାଲିଥିବା ଗୃହରେ ସମ୍ମୁଖରେ କମ୍ପାନୀ ଅଧିକାରୀ ମାନେ ଜଗି ରହିଥିଲେ। ଏହି ଜନ ଶୁଣାଣି ମଧ୍ୟ କେହି ଜାଣି ନ ଥିବା ସହ କୌଣସି କମ୍ପାନୀ ପକ୍ଷରୁ ସୂଚନା ଦିଆ ଯାଇ ନ ଥିବା ଅଞ୍ଚଳର ଉପଭୋକ୍ତାମାନେ କହିଥିଲେ। ଜନଶୁଣାଣିକୁ ଲୁଚିଛପି କମ୍ପାନୀ କରୁଥିବା ଅଭିଯୋଗ ହୋଇଛି।
ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ସିପିଆଇଏମ୍‌ର ଜିଲା ସମ୍ପାଦକ ଯୁଧିଷ୍ଠିର ବେହେରା, ପ୍ରତାପ ଚନ୍ଦ୍ର ଚୌଧୁରୀ, ବିଦ୍ୟାଧର ଜେନା, ପି. ହରିକୃଷ୍ଣ ରେଡ୍ଡୀ, ଦିଲ୍ଲୀପ ଛୋଟରାୟ, ଶିବରାମ ମହାପାତ୍ର ଓ ରାମଛନ୍ଦ୍ର ନାୟକଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ଭୂପର୍ଯ୍ୟବେକ୍ଷକ ସାଟେଲାଇଟ୍‌ ଉତ୍‌କ୍ଷେପଣ କଲା ଇସ୍ରୋ

ଶ୍ରୀହରିକୋଟା,୫ା୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍‌କୁ ସଫଳତାର ସହ ଭୂସ୍ଥିର କକ୍ଷରେ ସ୍ଥାପନ କରି ଆଉ ଏକ ଇତିହାସ…

ଚାଷୀଙ୍କ ଶ୍ରମକୁ ଉଚିତ ସମ୍ମାନ ମିଳୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯ (ସୁନିତ୍‌ ମିଶ୍ର): ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଓୟୁଏଟିର କୃଷି ଶିକ୍ଷା ସଦନଠାରେ ସିଏମ୍‌ କିଷାନ ଯୋଜନାର…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri