Posted inଜାତୀୟ

ମୁସ୍‌ଲିମ ସଂରକ୍ଷଣ ଉଚ୍ଛେଦ ମେ’ ୯ ପର୍ଯ୍ୟନ୍ତ ସ୍ଥଗିତ

ନୂଆଦିଲ୍ଲୀ,୨୬ା୪: ମେ’ ୧୦ରେ କର୍ନାଟକ ବିଧାନସଭା ନିର୍ବାଚନ ହେବ। ରାଜ୍ୟରେ କ୍ଷମତାସୀନ ଭାଜପା ସରକାର ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୩ରେ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଶ୍ରେଣୀରେ ଦିଆଯାଉଥିବା ପୂର୍ବର ୪% ସଂରକ୍ଷଣକୁ ଉଚ୍ଛେଦ କରିଥିଲେ। ଏଥିସହ ଏହି ୪% ସଂରକ୍ଷଣକୁ ଲିଙ୍ଗାୟତ ଓ ଭୋକାଲିଙ୍ଗା ସମ୍ପ୍ରଦାୟ ମଧ୍ୟରେ ସମାନ ଦୁଇଭାଗ କରି ବାଣ୍ଟିଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଉକ୍ତ ନିଷ୍ପତ୍ତି ଅନୁସାରେ ଲିଙ୍ଗାୟତମାନେ ପୂର୍ବରୁ ୫% ସଂରକ୍ଷଣ ପାଉଥିବାବେଳେ ବର୍ତ୍ତମାନ ୭% ପାଇବେ। ସେହିପରି ଭୋକାଲିଙ୍ଗା ସମୁଦାୟକୁ ମିଳୁଥିବା ୪% ସଂରକ୍ଷଣ ସୁବିଧାକୁ ୬% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଉକ୍ତ ନିଷ୍ପତ୍ତି ନିର୍ବାଚନ ବେଳେ ଜନମତକୁ ପ୍ରଭାବିତ କରିବା ଆଶଙ୍କା ଥିବା ଦର୍ଶାଇ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏହା ଉପରେ ଜବାବ ଦାଖଲ ପାଇଁ କର୍ନାଟକ ସରକାର ଶୀର୍ଷ ଅଦାଲତଙ୍କୁ ଅଧିକ ସମୟ ମାଗିଛନ୍ତି। ତେଣୁ ମୁସଲମାନ ସଂରକ୍ଷଣ ଉଚ୍ଛେଦ ସମ୍ପର୍କିତ ନିଷ୍ପତ୍ତି ମେ’ ୯ ପର୍ଯ୍ୟନ୍ତ ଲାଗୁ ହେବ ନାହିଁ ବୋଲି ମଙ୍ଗଳବାର ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। କର୍ନାଟକ ସରକାରଙ୍କ ନିଷ୍ପତ୍ତି ମିଥ୍ୟା ଧାରଣା ଉପରେ ଆଧାରିତ ବୋଲି ଶୀର୍ଷ ଅଦାଲତ କହିଛନ୍ତି।
ନୂଆ ନୀତି ଅନୁସାରେ କୌଣସି ନିଯୁକ୍ତି ଦିଆଯିବ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଦାଭେ ମେହେଟ୍ଟାଙ୍କ ସ୍ଥଗିତ ନିବେଦନକୁ ବିରୋଧ କରିବାରୁ ତୁଷାର କହିଥିଲେ, ଅଦାଲତଙ୍କ ଅନ୍ତରୀଣ ନିର୍ଦ୍ଦେଶ ଆବେଦନକାରୀଙ୍କ ସପକ୍ଷରେ ହିଁ ରହିଛି। ତେଣୁ ଜବାବ ଦାଖଲ ଲାଗି ଅଧିକ ସମୟ ମିଳୁ। ଜଷ୍ଟିସ୍‌ କେ.ଏମ୍‌. ଜୋସେଫ୍‌ ଏବଂ ବି.ଭି. ନାଗରନତ୍ାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ପୂର୍ବ ସରକାର ଅମଳରେ ମୁସଲମାନ ସମ୍ପ୍ରଦାୟ ପାଇଁ ସ୍ଥିର କରାଯାଇଥିବା ୪% ସଂରକ୍ଷଣ ଉଚ୍ଛେଦ ନୀତି ମେ’ ୯ରେ ପରବର୍ତ୍ତୀ ଶୁଣାଣି ହେବା ଯାଏ କାର୍ଯ୍ୟକାରୀ ହେବ ନାହିଁ। ପ୍ରକାଶ ଯେ, ଗତ ୧୮ ତାରିଖରେ ଏ ସମ୍ପର୍କିତ ଏକାଧିକ ଆବେଦନର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୫ରେ କରିବାକୁ ଧାର୍ଯ୍ୟ କରିଥିଲେ। ଭୋକାଲିଙ୍ଗା ଓ ଲିଙ୍ଗାୟତ ସମ୍ପ୍ରଦାୟକୁ ଶିକ୍ଷାନୁଷ୍ଠାନରେ ନାମଲେଖା ତଥା ସରକାରୀ ନିଯୁକ୍ତି କ୍ଷେତ୍ରରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସଂରକ୍ଷଣ ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ନେତୃତ୍ୱାଧୀନ ସରକାର ଦେଇଥିବା ପ୍ରତିଶ୍ରୁତିକୁ ମଧ୍ୟ ଖଣ୍ଡପୀଠ ରେକର୍ଡ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri