Categories: ଜାତୀୟ

ମୋହନ ଭାଗବତ ‘ରାଷ୍ଟ୍ରପିତା’: ମୁସଲମାନ ଧର୍ମଗୁରୁ ଉମର ଅହମ୍ମଦ ଇଲିୟାସି

ନୂଆଦିଲ୍ଲୀ,୨୨ ।୯: ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ଗୁରୁବାର ଦିଲ୍ଲୀର ଏକ ମସଜିଦରେ ଅଖିଳ ଭାରତୀୟ ଇମାମ ସଙ୍ଗଠନର ମୁଖ୍ୟ ଇମାମ ଉମର ଅହମ୍ମଦ ଇଲିୟାସିଙ୍କୁ ଭେଟିଛନ୍ତି । କସ୍ତୁରବା ଗାନ୍ଧୀ ମାର୍ଗ ମସଜିଦରେ ବନ୍ଦ କୋଠରି ମଧ୍ୟରେ ଉଭୟଙ୍କ ମଧ୍ୟରେ ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବୈଠକ ହୋଇଛି । ଅଖିଳ ଭାରତୀୟ ଇମାମ ସଙ୍ଗଠନର କାର୍ଯ୍ୟାଳୟ ସେହିଠାରେ ରହିଛି ।
ଏହି ମହତ୍ୱପୂର୍ଣ୍ଣ ବୈଠକ ପରେ ଇଲିୟାସି କହିଛନ୍ତି, ଆମର ଡିଏନ୍‌ଏ ଗୋଟିଏ । କେବଳ ଆଲ୍ଲାଙ୍କୁ ଉପାସନା କରିବାର ଉପାୟ ଭିନ୍ନ । ସେ କହିଛନ୍ତି ମୋହନ ଭାଗବତ ‘ରାଷ୍ଟ୍ରପିତା’ ଓ ଆମ ସମସ୍ତଙ୍କୁ ମାନିବାକୁ ପଡିବ ଯେ ରାଷ୍ଟ୍ର ହେଉଛି ସବୁଠୁ ଉପରେ । ଏହା ବ୍ୟତୀତ ଇମାମ ଉମର ଅହମ୍ମଦ ଇଲିୟାସି କହିଛନ୍ତି, ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ତାଙ୍କ ନିମନ୍ତ୍ରଣ କ୍ରମେ ମଦ୍ରାସା ଆସିଥିଲେ ଓ ସେଠାରେ ଥିବା ପିଲାମାନଙ୍କ ସହ କଥା ହୋଇଥିଲେ ।

Share