Categories: ଜାତୀୟ

ଅଯୋଧ୍ୟା ମୁହାଁ ମୁସଲମାନ ରାମଭକ୍ତ…

ନୂଆଦିଲ୍ଲୀ, ୨୭।୭: ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିବେ। ଏଥିପାଇଁ ଦେଶର ବିଭିନ୍ନ ଅଞ୍ଚଳରୁ ମୁସଲମାନ ରାମଭକ୍ତ ଅଯୋଧ୍ୟା ମୁହାଁ ହୋଇଛନ୍ତି। କେତେକ ଇଟା ଧରି ଅଯୋଧ୍ୟା ଯାଉଛନ୍ତି। ଲକ୍‌ଡାଉନ୍‌ ଯୋଗୁ ବସ୍‌ ଏବଂ ଟ୍ରେନ୍‌ ଚଳାଚଳ ବନ୍ଦ ଥିବାରୁ ଛତିଶଗଡ଼ର ଫୈଜ୍‌ ଖାଁ ସାଇକେଲରେ ଇଟା ଧରି ଅଯୋଧ୍ୟା ଯାତ୍ରା ଆରମ୍ଭ କରିଛନ୍ତି। ସେହିପରି ଫୈଜାବାଦ୍‌ର ରସିଦ୍‌ ଅନସାରୀ କହିଛନ୍ତି ଯେ, ଏହି ପବିତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଆମେ ନିଜକୁ ଧନ୍ୟ ମନେ କରିବୁ। ଯଦି ସୁରକ୍ଷାକର୍ମୀ ଭିତରକୁ ପ୍ରବେଶ କରିବାକୁ ନ ଦିଅନ୍ତି ତେବେ ଆମେ ରାମମନ୍ଦିର ପରିସରରେ ଉତ୍ସବ ପାଳନ କରିବୁ। ଫୈଜ୍‌ ଏବଂ ଅନସାରୀଙ୍କ ଭଳି ବହୁ ମୁସଲମାନ ରାମଭକ୍ତ ମନ୍ଦିର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅଯୋଧ୍ୟାରେ ପହଞ୍ଚିବେ ବୋଲି କୁହାଯାଉଛି।

Share