Categories: ଜାତୀୟ

ମୁସଲମାନ ଜନସଂଖ୍ୟା କମୁଛି: ଓଓ୍ବାଇସି

ହାଇଦ୍ରାବାଦ,୧୦ା୧୦: ଦେଶରେ ମୁସଲମାନ ଜନସଂଖ୍ୟା ବଢ଼ୁନାହିଁ ବରଂ ଏହା ହ୍ରାସ ପାଉଛି। ସେମାନଙ୍କର ସନ୍ତାନ ଜନ୍ମ ବ୍ୟବଧାନ ମଧ୍ୟ ବଢ଼ିଛି। ମୁସଲମାନମାନେ ସର୍ବାଧିକ ଗର୍ଭନିରୋଧକ ବ୍ୟବହାର କରୁଥିବା ଏଆଇଏମ୍‌ଆଇଏମ୍‌ ନେତା ଅସାଦୁଦ୍ଦିନ ଓଓ୍ବାଇସି କହିଛନ୍ତି।

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ନିକଟରେ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଦେଇଥିବା ମନ୍ତବ୍ୟକୁ ଟାର୍ଗେଟ କରି ଓଓ୍ବାଇସି ଏହା କହିଛନ୍ତି। ଆର୍‌ଏସ୍‌ଏସ୍‌ର ଦଶହରା ରାଲିରେ ଯୋଗଦେଇ ଭାଗବତ କହିଥିଲେ, ସମସ୍ତଙ୍କ ପାଇଁ ସମାନ ଭାବେ ଲାଗୁ ହେବା ଭଳି ଜନସଂଖ୍ୟା ନିୟନ୍ତ୍ରଣ ନୀତି ଆବଶ୍ୟକ। ଜନସଂଖ୍ୟାରେ ଧର୍ମଭିତ୍ତିକ ଅସନ୍ତୁଳନତା ଏବଂ ବଳପୂର୍ବକ ଧର୍ମାନ୍ତରୀକରଣ କଥା ମଧ୍ୟ ଉଠାଇଥିଲେ। ଏହାର ଜବାବରେ ଓଓ୍ବାଇସି ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-୫ର ରିପୋର୍ଟକୁ ଦେଖାଇ ମୁସଲମାନଙ୍କ ମୋଟ ପ୍ରଜନନ ହାରରେ ସର୍ବାଧିକ ହ୍ରାସ ଘଟିଥିବା କହିଛନ୍ତି।

Share