Categories: ଜାତୀୟ

ଛାତିରେ ଯୋଗୀ ଆଦିତ୍ୟନାଥଙ୍କ ଟାଟୁ କଲେ ମୁସଲମାନ ଯୁବକ

ଲକ୍ଷ୍ନୌ,୧୪।୬: ଦେଶରେ ସାମ୍ପ୍ରଦାୟିକତା ନାମରେ ଅନେକ ହିଂସା ଘଟୁଥିବା ବେଳେ ୟୁପିର ଜଣେ ମୁସଲମାନ ଯୁବକ ଭାଇଚାରାର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ୨୩ ବର୍ଷୀୟ ମୁସଲମାନ ଯୁବକ ୟାମିନ ସିଦ୍ଦିକି ଛାତିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଟାଟୁ କରି ଚର୍ଚ୍ଚାକୁ ଆସିଛନ୍ତି। ୟାମିନ୍‌ କହିଛନ୍ତି, ଯୋଗୀ ତାଙ୍କର ଆଦର୍ଶ ଏବଂ ଯୋଗୀଙ୍କ ଜନ୍ମଦିନରେ ଏହି ଟାଟୁ କରି ନିଜକୁ ଏକ ଉପହାର ଦେଇଛନ୍ତି। ୟାମିନି ଫାରୁଖାବାଦ ଏବଂ ମେନପୁରୀ ଜିଲା ସୀମାରେ ଥିବା ଏକ ଗାଁରେ ରୁହନ୍ତି। ଏଠାରେ ସେ ଏକ ଚପଲ ଦୋକାନ କରିଛନ୍ତି।
ୟାମିନ ଏହା ମଧ୍ୟ ସ୍ବୀକାର କରିଛନ୍ତି ଯେ, ଟାଟୁ କରିବା ପରେ ସେ ତାଙ୍କ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ଦ୍ୱାରା ବହୁ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି କିନ୍ତୁ ସେ ଏଥିରେ ବିବ୍ରତ ନୁହନ୍ତି। ତାଙ୍କ ଇଚ୍ଛା ହେଉଛି ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ଏବଂ ତାଙ୍କୁ ଟାଟୁ ଦେଖାଇବା। ତାଙ୍କ ପ୍ରତି ମୋର ବହୁତ ଭଲପାଇବା ଏବଂ ସମ୍ମାନ ଅଛି। କ୍ଷମତାକୁ ଆସିବା ପରେ ସେ ଉତ୍ତରପ୍ରଦେଶକୁ ପରିବର୍ତ୍ତନ କରିଛନ୍ତି। ହିନ୍ଦୁ ଏବଂ ମୁସଲମାନମାନେ ସମସ୍ତ କଲ୍ୟାଣକାରୀ ଯୋଜନାର ଲାଭ ପାଉଛନ୍ତି। ଯୋଗୀ-ମୋଦିଙ୍କ ଯୋଜନା ସମଗ୍ର ସମାଜ ପାଇଁ ଅଟେ। ସେମାନେ ଭଲ ସରକାର ଚଳାଉଛନ୍ତି। ଏହା ମୋତେ ପ୍ରଭାବିତ କରିଛି। ଜ୍ଞାନବାପି ମସଜିଦ ଭଳି ବିବାଦୀୟ ପ୍ରସଙ୍ଗରେ ଜବାବ ଦେବାକୁ ସିଦ୍ଦିକି ମନା କରିଦେଇଥିଲେ। କୋର୍ଟ ନିଷ୍ପତ୍ତି ନେବେ ବୋଲି ୟାମିନ କହିଛନ୍ତି।

Share