ହିନ୍ଦୁ ମହିଳାଙ୍କୁ ମନ୍ଦିର ଦର୍ଶନ କରାଇ ଦେବା ପାଇଁ କାନ୍ଧରେ ବସାଇ ନେଲେ ମୁସଲମାନ ଯବାନ

ଆନ୍ଧ୍ରପ୍ରଦେଶର ତିରୁମାଲାରେ ଧାର୍ମିକ ସମନ୍ବୟର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି। ଜଣେ ମୁସଲମାନ ଯବାନ ହିନ୍ଦୁ ମହିଳାଙ୍କୁ କାନ୍ଧରେ ବସାଇ ୬ କିଲୋମିଟର ନେଇଥିଲେ। କାରଣ ମହିଳା ତିରୁମାଲା ମନ୍ଦିରରେ ଭଗବାନ ଭେଙ୍କଟେଶ୍ୱରଙ୍କୁ ପୂଜା କରିପାରିବେ।
୫୮ ବର୍ଷୀୟା ମହିଳା ମଙ୍ଗି ନାଗେଶ୍ୱରମ୍ମା ଦୁଇ ଦିନିଆ ତିରୁମାଲା ଗସ୍ତରେ ଆସିଥିଲେ। ସେ ପାଦରେ ଯାତ୍ରା କରୁଥିବା ସମୟରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ପାହାଡ ଉପରେ ଥିବା ତିରୁମାଲା ମନ୍ଦିର ମାତ୍ର ୬ କିଲୋମିଟର ଦୂରରେ ଥିଲା ହେଲେ ସେ ଆଉ ଚାଲି ପାରିଲେ ନାହିଁ।

ଏହି ସମୟ ମଧ୍ୟରେ କଡପା ଜିଲାର ସ୍ବତନ୍ତ୍ର ପୋଲିସ କର୍ମଚାରୀ ତୀର୍ଥଯାତ୍ରୀଙ୍କ ତତ୍ତ୍ୱାବଧାନରେ ଥିଲେ। ପରେ କନଷ୍ଟେବଳ ଶେଖ ଅର୍ଶଦଙ୍କ ନାଗେଶ୍ୱରମ୍ମାଙ୍କ ଉପରେ ନଜର ପଡ଼ିଥିଲା। ଅର୍ଶଦ ପ୍ରଥମେ ତାଙ୍କୁ ଡାକ୍ତରଖାନା ନେଇଥିଲେ। ଏହା ପରେ ସେ ନାଗେଶ୍ୱରମ୍ମାଙ୍କୁ କାନ୍ଧରେ ଉଠାଇ ୬ କିଲୋମିଟର ଦୂରରେ ଅବସ୍ଥିତ ମନ୍ଦିରକୁ ନେଇଗଲେ। ଏହି ସମୟ ମଧ୍ୟରେ ଅର୍ଶଦ ମଧ୍ୟ ପାହାଡ ଉପରେ ଥିବା ଜଙ୍ଗଲ ଦେଇ ଯାଇଥିଲେ। ଅର୍ଶଦଙ୍କ କାର୍ଯ୍ୟକୁ ତୀର୍ଥଯାତ୍ରୀମାନେ ପ୍ରଶଂସା କରିଛନ୍ତି। ତାଙ୍କ କାହାଣୀ ସମଗ୍ର ଆନ୍ଧ୍ରପ୍ରଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

Share