Categories: ଜାତୀୟ

ମନ୍ଦିରରେ ପାଣି ପିଇବାରୁ ମୁସଲମାନ ନାବାଳକଙ୍କୁ ନିସ୍ତୁକ ମାଡ଼

ଗାଜିଆବାଦ୍‌,୧୪।୩ : ଉତ୍ତର ପ୍ରଦେଶର ଗାଜିଆବାଦର ଏକ ହୃଦୟ ବିଦାରକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଜଣେ ନାବାଳକଙ୍କୁ ମନ ଦେଇକି ଜଣେ ବ୍ୟକ୍ତି ଛେଚୁଛି। ମାଡ଼ ଖାଉଥିବା ବ୍ୟକ୍ତିର ଭୁଲ ହେଲା ସେ ଜଣେ ମୁସଲମାନ ଓ ପାଣି ପିଇବା ପାଇଁ ପଶିଯାଇଥିଲା ଏକ ହିନ୍ଦୁ ମନ୍ଦିରରେ।

ଏହି ହୃଦୟ ଥରା ଭିଡିଓରେ ଆରମ୍ଭରୁ ପୀଡ଼ିତର ପରିଚୟ ପାଇଁ ନାମ ଓ ବାପାଙ୍କ ନାମ ପଚରା ଯାଇଥିଲା। ଏଥିରୁ ମୁସଲମାନ ସ୍ପଷ୍ଟ ହେବା ପରେ ମନ୍ଦିରରେ କ’ଣ କରୁଥିଲ? ଏହାର ଉତ୍ତରରେ ପାଣି ପିବାକୁ ଯାଇଥିବା କହିଥିଲେ ମୁସଲମାନ ନାବାଳକ। ଏହାପରେ ଆରମ୍ଭ ହୋଇଥିଲା ମାଡ଼। ପୀଡ଼ିତଙ୍କ ମୁଣ୍ଡ, ବେକ, ପିଠି ଉପରେ ଗୋଇଠା ବିଧାର ହେଲା ବର୍ଷା। ଭାଇରାଲ ଭିଡିଓ ପୋଲିସ ସାମ୍ନାକୁ ଆସିବା ପରେ ଶ୍ରୀଙ୍ଗି ନନ୍ଦନ ଯାଦବ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେ ବିହାରର ବାଗଲପୁରରୁ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିଲେ। ବର୍ତ୍ତମାନ ତାଙ୍କ ପାଖରେ କୌଣସି ଚାକିରି ନାହିଁ ଓ ଗତ ୩ ମାସ ହେଲା ମନ୍ଦିରରେ ରହୁଛନ୍ତି।

Share