ଟୁଇଟରକୁ ମସ୍କଙ୍କ ଚେତାବନୀ…

ଓ୍ବାଶିଂଟନ, ୧୭।୫ : ଅଗ୍ରଣୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର କ୍ରୟ ବିଷୟରେ ଟେସଲା ମାଲିକ ଏଲନ ମସ୍କ ମଙ୍ଗଳବାର ଏକ ଚେତାବନୀ ଦେଇଛନ୍ତି। ଟୁଇଟର ସିଇଓ ପରାଗ ଅଗ୍ରୱାଲଙ୍କୁ ଏକ ଚେତାବନୀରେ ମସ୍କ କହିଛନ୍ତି ଯେ ନିୟାମକ ଏଜେନ୍ସିରେ କମ୍ପାନୀର ଦାଖଲର ସଠିକତା ଉପରେ ମୋର ଅଧିଗ୍ରହଣ ନିଆଯିବା ପ୍ରସ୍ତାବ ଆଧାରିତ।

ଯଦି ଟୁଇଟରର ସିଇଓ ସ୍ପାମ ଆକାଉଣ୍ଟଗୁଡିକର ପ୍ରମାଣ ପ୍ରଦାନ ନକରନ୍ତି ତେବେ ଏହି ଡିଲ ଆଗକୁ ବ ଢ଼ିବ ନାହିଁ। ସୋମବାର ଟୁଇଟର ସିଇଓ ପରାଗ ଅଗ୍ରୱାଲ ସ୍ପାମ ଆକାଉଣ୍ଟର ପ୍ରମାଣ ଦେଖାଇବାକୁ ସର୍ବସାଧାରଣରେ ମନା କରିଦେଇଥିଲେ। ଏଭଳି ପରିସ୍ଥିତିରେ ଟୁଇଟର କ୍ରୟ ଚୁକ୍ତି ଆହୁରି ଜଟିଳ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

Share