ମସ୍କଙ୍କୁ ଟୁଇଟର ଶେୟାର ବିକ୍ରି କରାଯାଉ

ଓ୍ବାଶିଂଟନ୍‌, ୧୪ା୯: ଟୁଇଟର ଇଙ୍କ୍‌ର ବଡ଼ ସଂଖ୍ୟାରେ ଅଂଶୀଦାର କମ୍ପାନୀର ଶେୟାର ଟେସ୍‌ଲା ମାଲିକ ଏଲନ ମସ୍କଙ୍କୁ ବିକ୍ରି କରାଯାଉ ବୋଲି ଚାହାଁନ୍ତି। ମସ୍କଙ୍କ ୪୪ ବିଲିୟନ ଡଲାରର ବାଏଆଉଟ୍‌ ଡିଲ୍‌ ସପକ୍ଷରେ ସେମାନେ ଭୋଟ ଦେଇଛନ୍ତି। ମଙ୍ଗଳବାର ଏହ ଭୋଟିଂର ଶେଷ ଦିନ ଥିଲା। ଗତ ଏପ୍ରିଲରେ ମସ୍କ ଟୁଇଟର ଶେୟାର ପିଛା ୫୪.୨୦ ଡଲାରରେ କିିଣିବା ପାଇଁ ଚୁକ୍ତି କରିଥିଲେ। ତେବେ ଡିଲ୍‌ ବେଳେ ଟୁଇଟରରେ ଥିବା ସ୍ପାମ୍‌ ଓ ଫେକ୍‌ ଆକାଉଣ୍ଟ ବାବାଦରେ ତାଙ୍କୁ ଭୁଲ୍‌ ସୂଚନା ଦିଆଯାଇଥିବା କହି ଏଥିରୁ ଓହରି ଯିବାକୁ କହିଥିଲେ। ଏବେ ଟୁଇଟର ଶେୟାର ପିଛା ମୂଲ୍ୟ ୪୧ ଡଲାରକୁ ଖସିଆସିଛି। ଟୁଇଟର ଓ ମସ୍କଙ୍କ ବିବାଦ ଏବେ କୋର୍ଟରେ ପହଞ୍ଚିଛି। ଆସନ୍ତା ମାସରେ ଏହି ମାମଲାର ଶୁଣାଣି ଆରମ୍ଭ ହେବ।

Share