Categories: ଫୁରସତ

ଦେଶୀ ଲୁକ୍‌ରେ ନଜର ଆସିଲେ ଏଲନ ମସ୍କ, ପିନ୍ଧିଛନ୍ତି ଭାରତୀୟ ଶେରଓ୍ବାନୀ

ଓ୍ବାଶିଂଟନ୍‌,୬।୩: ଟ୍ବିଟ୍‌ର ପୂର୍ବତନ ସିଇଓ ଏଲନ ମସ୍କ ସବୁବେଳେ ଲାଇମ୍‌ ଲାଇଟ୍‌ରେ ଥା’ନ୍ତି। ତେବେ ତାଙ୍କର ଏକ ଦେଶୀ ଲୁକ୍‌ରେ ଫୋଟା ଭାଇରାଲ ହୋଇଛି ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା କରାଯାଉଛି। ମିଡ୍‌ଜର୍ନି ଦ୍ୱାରା କରାଯାଇଥିବା ଆର୍ଟିଫିସିଆଲ ଇଣ୍ଟିଲେଜେନ୍ସି ଫଟୋଟିରେ ଏଲନଙ୍କୁ ଭାରତୀୟ ଗ୍ରୁମ୍‌ ଭାବେରେ ଦେଖାଯାଇଛି। ଫୋଟରେ ସେ ସୁନେଲି ରଙ୍ଗର ଶେରଓ୍ବାନୀ ପିନ୍ଧି ବିହ ଫଙ୍କସନ୍‌କୁ ଖୁବ୍‌ ଏଞ୍ଜୟ କରୁଛନ୍ତି। ଏଥିସହ ପାର୍ଟିରେ ଗେଷ୍ଟଙ୍କ ସହ ଏଞ୍ଜୟ, ଘୋଡା ଚଢି ଫଟୋଗୁଡିଗରେ ଦେଶୀ ଅନ୍ଦାଜରେ ନଜର ଆସିଛନ୍ତି।
ତେବେ ଏହି ଫଟୋ ନିଜେ ଏଲନ୍‌ ମଧ୍ୟ ରିଆକ୍ଟ କରିଛନ୍ତି। ସେ କମେଣ୍ଟରେ କହିଛନ୍ତି, ଆଇ ଲଭ୍ଡ ଇଟ୍‌!

Share