ଏସ୍‌ଏନ୍‌ଏଲ୍‌ ବିବାଦରେ ମସ୍କ

ଓ୍ବାଶିଂଟନ,୮ା୫: ଆମେରିକାର ଏନ୍‌ବିସି ‘ସଟର୍ଡେ ନାଇଟ୍‌ ଲାଇଭ୍‌’ (ଏସ୍‌ଏନ୍‌ଏଲ୍‌)ରେ ପ୍ରସାରିତ ବିଳମ୍ବିତ ରାତି ଟିଭି କମେଡି ଶୋ’ ମଚ୍‌ ଏଡୋ ଏବାଉଟ ନଥିଂ ଏହାର ୪୬ତମ ସିଜନ୍‌ରେ ବିବାଦ ଘେରକୁ ଆସିଛି। ସ୍ପେସେକ୍ସ-ଟେସ୍‌ଲା ସିଇଓ ତଥା ଅରବପତି ଏଲନ୍‌ ମସ୍କ ନିକଟରେ ପ୍ରଘଟ କରିଛନ୍ତି ଯେ, ସପ୍ତାହାନ୍ତ କାର୍ଯ୍ୟକ୍ରମ ଏସ୍‌ଏନ୍‌ଏଲ୍‌ରେ ତାଙ୍କୁ ବଛାଯାଇଥିବାରୁ ଉପସ୍ଥାପକ ସହଜ ଅନୁଭବ କରୁନାହାନ୍ତି। ସମସ୍ତେ ତାଙ୍କ ସହ ବନ୍ଧୁତାପୂର୍ଣ୍ଣ ବ୍ୟବହାର କରିଛନ୍ତି। ମସ୍କଙ୍କ ହୋଷ୍ଟିଂକୁ ନେଇ ଗତ ସପ୍ତାହରେ ବୋଓ୍ବେନ୍‌ ୟାଙ୍ଗଙ୍କ ସମେତ ଏସ୍‌ଏନ୍‌ଏଲ୍‌ ଷ୍ଟାରମାନେ ମୁହଁ ଶୁଖାଇ ଦେଇଥିଲେ। ଏସ୍‌ଏନ୍‌ଏଲ୍‌ ବାସ୍ତବରେ କେତେ ଚମତ୍କାର ଚାଲନ୍ତୁ ତାହା ଜାଣିବା। ଏହାର ମାନେ କ’ଣ ବୋଲି ୪୯ ବର୍ଷୀୟ ବିଜ୍‌ନେସ୍‌ ମ୍ୟାଗ୍‌ନେଟ ମସ୍କ ଟୁଇଟ୍‌ କରିଥିଲେ। ଏଡି ବ୍ର଼୍ୟାଣ୍ଟ ମସ୍କଙ୍କୁ ଟାର୍ଗେଟ କରି ଟୁଇଟ୍‌ କରିଥିଲେ, ଆମେରିକାର ୫୦ ଧନୀଙ୍କ ପାଖରେ ଦେଶର ଅଧା ଲୋକଙ୍କ ସମ୍ପତ୍ତି ରହିଛି। ଏହା ପରେ ଉଭୟ ୟାଙ୍ଗ ଓ ବ୍ର଼୍ୟାଣ୍ ନିଜ ପୋଷ୍ଟକୁ ହଟାଇଦେଇଛନ୍ତି।

Share