ବ୍ରାନ୍‌ସନ୍‌ଙ୍କଠାରୁ ଟିକେଟ କିଣିଲେ ମସ୍କ

ସ୍ପେସ୍‌ଏକ୍ସ ଏବଂ ଟେସ୍‌ଲା ସିଇଓ ଏଲନ ମସ୍କ ଗତ ୧୧ ତାରିଖରେ ମହାକାଶ ଯାଇ ଫେରିଥିବା ବ୍ରିଟିଶ ବିଲିୟନେୟାର ରିଚାର୍ଡ ବ୍ରାନସନ୍‌ଙ୍କଠାରୁ ସ୍ପେସ୍‌ ଟିକେଟ କିଣିଛନ୍ତି। ବ୍ରାନ୍‌ସନ୍‌ଙ୍କ କମ୍ପାନୀ ଭର୍ଜିନ ଗାଲାକ୍ଟିକ୍‌ର ସ୍ପେସ୍‌କ୍ରାଫ୍ଟ ଟିକେଟ ପାଇଁ ମସ୍କ ୨ ଲକ୍ଷ ୫୦ ହଜାର ଡଲାର ଦେଇଛନ୍ତି। ତେବେ ଓ୍ବେଟିଂ ଲିଷ୍ଟରେ ମସ୍କ କେତେ ନମ୍ବରରେ ଅଛନ୍ତି ତାହା ଜଣାପଡ଼ିନାହିଁ। ଭର୍ଜିନ ଗାଲାକ୍ଟିକ୍‌ ଏ ବାବଦରେ ୮୦ ମିଲିୟନ ଡଲାର ସଂଗ୍ରହ କରିଛି। ଏକ ସାକ୍ଷାତକାରରେ ବ୍ରାନ୍‌ସନ୍‌ କହିଛନ୍ତି, ମସ୍କ ତାଙ୍କ ବନ୍ଧୁ। ଦିନେ ସେ ମସ୍କଙ୍କ ସ୍ପେସ୍‌ଶିପ୍‌ରେ ଯାତ୍ରା କରିବେ।

Share