ପାର୍ବଣ ପାଇଁ ବାଦ୍ୟଯନ୍ତ୍ର ନିର୍ମାଣକାରୀ ଉତ୍ସାହିତ

କେନ୍ଦ୍ରାପଡା, ୪ା୧୦ (ଜଗନ୍ନାଥ ଧଳ)ଶ୍ରୀଗଣେଶ ପୂଜାଠାରୁ ପାର୍ବଣ ଋତୁ ଆରମ୍ଭ ହୋଇଛି। ଏହା ମଧ୍ୟରେ ଶ୍ରୀଜୀଉଙ୍କ ଭସାଣି ଉତ୍ସବ ସରିଥିବା ବେଳେ ମା’ ଖୁଦୁରୁକୁଣୀଙ୍କୁ ବିଦାୟ ଦିଆଯାଇଛି। ସେହିପରି ମା’ ଦୁର୍ଗାଙ୍କର ପୂଜା ଉତ୍ସବ ଆଗକୁ ଆସୁଛି। ଏହା ପରେ ଆସନ୍ତା ୨୮ ତାରିଖଠାରୁ ନବଦିନ ବ୍ୟାପୀ କେନ୍ଦ୍ରାପଡ଼ା ଜିଲାର ଗଣପର୍ବ ମା’ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବ। ପରେ ଶ୍ୟାମାକାଳୀ ପୂଜାର ମାହୋଲ ସୃଷ୍ଟି ହେବ। ଏହି ପାର୍ବଣ ଋତୁରେ ଜିଲାର ବାଦ୍ୟଯନ୍ତ୍ର ନିର୍ମାଣକାରୀ ଓ କଳାକାରଙ୍କ ମଧ୍ୟରେ ଉତ୍ସାହ ଭରି ଯାଇଛି। ଏହି ପାର୍ବଣ ଋତୁ ଆର୍ଥିକ ବିକାଶରେ ସହାୟକ ହେବ ବୋଲି ମତ ମିଳିଛି।
ଏ ସମ୍ପର୍କରେ ସହରର ଗୋପସ୍ଥିତ ଗୌରହରି ଦାସ(୭୨) କହିଛନ୍ତି, ପୂଜା ଉତ୍ସବ ବଞ୍ଚତ୍ବାର ରାହା ଦେଖାଇଛି। ଗ୍ରାମ୍ୟ କୃଷି ଅର୍ଥନୀତି ଆଧାରିତ ଏହି ଜିଲାରେ ଆର୍ଥିକ ସ୍ଥିତି ଭଲ ନାହିଁ। ଗ୍ରାମ୍ୟ କଳା ଓ ସଂସ୍କୃତି ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ମଧ୍ୟରେ ନିଶ୍ଚିହ୍ନ ହେବାକୁ ବସିଛି। ଡିଜେ ସଂସ୍କୃତି ଏବେ ବଢ଼ି ଚାଲିଛି। ତେବେ ସୁଖର କଥା ଡିଜେ ଶବ୍ଦକୁ ନେଇ ସଚେତନତା ସୃଷ୍ଟି କରାଯାଉଥିବାରୁ ଚଳିତବର୍ଷ ପାରମ୍ପରିକ ବାଦ୍ୟଯନ୍ତ୍ର ଓ କଳାକାରଙ୍କୁ ଖୋଜା ପଡ଼ିଲାଣି। ଚଳିତବର୍ଷ ଦୁର୍ଗାପୂଜା ପାଇଁ ୧୨ଟି ମୃଦଙ୍ଗ, ୬ଟି ସ୍ଥାନରୁ ତବଲା ଓ ଢୋଲ ନିର୍ମାଣ ପାଇଁ ବରାଦ ମିଳିଛି। ସେହିପରି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଏସବୁ ସାମଗ୍ରୀ ଯୋଗାଇବାକୁ ଅଗ୍ରୀମ ନିଆଯାଇଛି। ପୂଜା ପାଇଁ ଅଦ୍ୟାବଧି ୪୦ରୁ ଅଧିକ ବାଦ୍ୟଯନ୍ତ୍ର ଆୟୋଜକଙ୍କୁ ଯୋଗାଇ ଦିଆଯାଇଛି। ଅନ୍ୟତମ ବାଦ୍ୟଯନ୍ତ୍ର ଯୋଗାଣକାରୀ ମଧୁସୂଦନ ଦାସ କହିଛନ୍ତି, ଶବ୍ଦ ପ୍ରଦୂଷଣକୁ ଦୃଷ୍ଟିରେ ରଖାଯାଇ ଡିଜେ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଭସାଣି ଉତ୍ସବରେ ପାରମ୍ପରିକ ବାଦ୍ୟଯନ୍ତ୍ର ବ୍ୟବହାର ହେବ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯାହା ଆମ ପରି ପାରମ୍ପରିକ ବାଦ୍ୟଯନ୍ତ୍ର ନିର୍ମାଣକାରୀଙ୍କ ପାଇଁ ଏକ ଭଲ ଖବର। ତେବେ ନିର୍ମାଣକାରୀଙ୍କ ସଂଖ୍ୟା ଦିନକୁଦିନ କମୁଛି। ଜିଲାରେ ମାତ୍ର ୩୦ରୁ ସାମାନ୍ୟ ଅଧିକ ସ୍ଥାନରେ ଏସବୁ ନିର୍ମାଣ ହୋଇପାରୁଛି। ଉପଯୁକ୍ତ ସାମଗ୍ରୀ ସୁଲଭ ଦରରେ ମିଳୁ ନ ଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। କଣ୍ଢେଇ କଳା ଓ ଭାଲୁନାଚ ସଙ୍ଗଠନର ସଭାପତି ଫକୀର ସିଂହ କହିଛନ୍ତି, ପାରମ୍ପରିକ ଭାଲୁ, କଣ୍ଢେଇ ନାଚଠାରୁ ଆରମ୍ଭ କରି ଷଣ୍ଢ ଲଢ଼େଇ ପୂଜା ପାର୍ବଣରେ ଆଗେ ଖୋଜା ପଡୁଥିଲା। ଏବେ ଭସାଣି ଉତ୍ସବରେ ଡିଜେକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ବୟସ୍କ ଓ ରୋଗୀଙ୍କ ପାଇଁ ଡିଜେ ଶବ୍ଦ ଘାତକ ହୋଇଥିବା ନେଇ ବିଭିନ୍ନ ଥାନାରେ ମାମଲା ହେଲାଣି। ଏହାକୁ ଦୃଷ୍ଟିରେ ରଖି ପୂଜା ଆୟୋଜକମାନେ ପାରମ୍ପରିକ ବାଦ୍ୟଯନ୍ତ୍ର ଓ କଳାକାରଙ୍କୁ ଖୋଜିବା ଆରମ୍ଭ କଲେଣି; ଯାହା କଳା ସଂସ୍କୃତିକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି। ପୂଜା ଉତ୍ସବର ଭସାଣି ସମୟରେ କଳାକାରଙ୍କ ରୋଜଗାର ହୋଇଥାଏ। ଏଥିରେ ପରିବାର ଭରଣ ପୋଷଣ ହେବା ସହ ଆର୍ଥିକ ସମସ୍ୟାର ସମାଧାନ ହୁଏ। ଚଳିତବର୍ଷ ପୂଜା ଉତ୍ସବ ପାଇଁ ସମସ୍ତେ ଉତ୍ସାହିତ ଥିବା ସେ ପ୍ରକାଶ କରିଛନ୍ତି। ଖଡିଅଙ୍ଗ ଗଜଲକ୍ଷ୍ମୀ ପୂଜା କମିଟି ସଭାପତି ଭାବଗ୍ରାହୀ ସିଂ କହିଛନ୍ତି, ପୂଜା ବିଧିରେ ଘଣ୍ଟଠାରୁ ମୃଦଙ୍ଗ ଆଦି ବାଦ୍ୟଯନ୍ତ୍ର ଆବଶ୍ୟକ। ଆରତି, ନୈବେଦ୍ୟଠାରୁ ଆରମ୍ଭ କରି ମା’ଙ୍କ ବିସର୍ଜନ ପର୍ଯ୍ୟନ୍ତ ପାରମ୍ପରିକ ବାଦ୍ୟର ଆବଶ୍ୟକତା ଥିବାରୁ ଏହି ସାମଗ୍ରୀ କିଣାଯାଉଛି। ଚଳିତବର୍ଷ ଡିଜେ ବନ୍ଦ ଥିବାରୁ ଅଧିକ ପାରମ୍ପରିକ ବାଦ୍ୟର ବ୍ୟବହାର ହେବ ବୋଲି ସେ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri