ପରଲୋକରେ ରାମ ଲକ୍ଷ୍ମଣ

ବମ୍ବେ: ପରଲୋକରେ ବିଶିଷ୍ଟ ସଂଙ୍ଗୀତ ନିର୍ଦ୍ଦେଶକ ରାମ ଲକ୍ଷ୍ମଣ। ଦୀର୍ଘଦିନ ଧରି ସେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ। ତେବେ ସେ ଶନିବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।

‘ମେନେ ପ୍ୟାର୍‌ କିୟା’, ‘ ହମ୍‌ ଆପ୍‌କେ ହୈ କୌନ୍‌’ ଭଳି ଫିଲ୍ମରେ ହିଟ୍‌ ଗୀତ ଦେଇଥିବା ରାମ ଲକ୍ଷ୍ମଣଙ୍କ ଦେହାନ୍ତ ନେଇ ଖବର ମିଳିବା ପରେ ପରିବାର ସହ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ଅଭିନେତା ସଲ୍‌ମାନ୍‌ ଖାନ୍‌ଙ୍କଠାରୁ ଆରମ୍ଭ କରି ଲତା ମଙ୍ଗେସକର ପ୍ରମୁଖ ସୋସିଆଲ ମିଡିଆରେ ନିଜର ଶୋକବ୍ୟକ୍ତ କରୁଛନ୍ତି।

ବଲିଉଡ୍‌ଜଗତରେ ଖ୍ୟାତ ରାମ ଲକ୍ଷ୍ମଣଙ୍କ ପ୍ରକୃତ ନାମ ବିଜୟ ପାଟିଲ ଥିଲା। ସେ ମରାଠୀ ଫିଲ୍ମ ପାଇଁ ଗୀତ ଲେଖି ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ବଲିଉଡ୍‌ ସହ ଭୋଜପୁରୀ ଫିଲ୍ମ ପାଇଁ ସଙ୍ଗୀତ ଲେଖିଥିଲେ।

Share