Posted inଖେଳ

ମୁସ୍ତାକ ଅଲୀ ଟି୨୦: ତାମିଲନାଡୁ- ବରୋଦା ଫାଇନାଲ

ଅହମ୍ମଦାବାଦ,୩୦।୧(ପି.ଟି.): ଦେଶର ସର୍ବବୃହତ୍‌ ଘରୋଇ ଟି୨୦ ଟୁର୍ନାମେଣ୍ଟ ମୁସ୍ତାକ ଅଲୀ ଟ୍ରଫିରେ ତାମିଲନାଡୁ ଫାଇନାଲରେ ପ୍ରବେଶ କରିଛି। ୩୧ ତାରିଖ ରବିବାର ତାମିଲନାଡୁ ଫାଇନାଲରେ ବରୋଦାକୁ ଭେଟିବ। ପ୍ରଥମ ସେମିରେ ତାମିଲନାଡୁ ରାଜସ୍ଥାନକୁ ହରାଇ ଓ ଦ୍ୱିତୀୟ ସେମିରେ ବରୋଦା ପଞ୍ଜାବକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।
ସ୍ଥାନୀୟ ମୋଟେରା ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ତାମିଲନାଡୁ ୮ଟି ବଲ ବାକିଥାଇ ୭ ଉଇକେଟରେ ରାଜସ୍ଥାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଟସ୍‌ ଜିତି ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୫୪ ରନ ସଂଗ୍ରହ କରିଥିଲା। ଜବାବରେ ତାମିଲନାଡୁ ୧୮.୪ ଓଭରରେ ୩ ଉଇକେଟ ହରାଇ ୧୫୮ ରନକରି ବିଜୟୀ ହୋଇଥିଲା। ତାମିଲନାଡୁ ତରଫରୁ ଅରୁଣ କାର୍ତ୍ତିକ ୫୪ ବଲରୁ ୯ ଚୌକା, ୩ ଛକା ସହ ୮୯ ରନ୍‌ର ଧୂଅଁାଧାର ପାଳି ଖେଳି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ସେହିପରି ଅଧିନାୟକ ତଥା ଉଇକେଟକିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ୧୭ ବଲରୁ ୩ ଚୌକା ସହ ଅପରାଜିତ ୨୬ ରନ୍‌ କରି ଅରୁଣ କାର୍ତ୍ତିକଙ୍କୁ ଉପଯୁକ୍ତ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାରାୟଣ ଜଗଦୀଶାନ ୨୮, ସି. ହରି ନିଶାନ୍ତ ୪ ଓ ବାବା ଅପରାଜିତ ୨ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ବୋଲିଂରେ ରାଜସ୍ଥାନ ତରଫରୁ ତନବୀର-ଉଲ-ହକ, ଅନିକେତ ଚୌଧୁରୀ, ରବି ବିଷ୍ନୋଇ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ତରଫରୁ ଅଧିନାୟକ ଅଶୋକ ମିନେରିଆ ସର୍ବାଧିକ ୫୧, ଅରଜିତ ଗୁପ୍ତା ୪୫, ଆଦିତ୍ୟ ଗରଓ୍ବାଲ ୨୯, ରାଜେଶ ବିଷ୍ନୋଇ ୧୨ ରନ ସଂଗ୍ରହ କରିଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ବୋଲିଂରେ ତାମିଲନାଡୁ ପକ୍ଷରୁ ଏମ୍‌. ମହମ୍ମଦ ସର୍ବାଧିକ ୪, ରବିଶ୍ରୀନିବାସନ ସାଇ କିଶୋର ୨, ସୋନୁ ଯାଦବ, ବାବା ଅପରାଜିତ ଓ ମୁରୁଗାନ ଅଶ୍ୱିନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଦ୍ୱିତୀୟ ସେମିଫାଇନାଲରେ ବରୋଦା ୨୫ ରନରେ ପଞ୍ଜାବକୁ ହରାଇ ଫାଇନାଲକୁ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ହେବନି IPL 2026ର ଉଦଘାଟନୀ ଉତ୍ସବ, ଏହି କାରଣରୁ BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୬ା୩: IPL ୨୦୨୬ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି BCCI । ଉଦଘାଟନୀ ଉତ୍ସବକୁ ବାତିଲ କରାଯାଇଛି । ଗତ ବର୍ଷ ବେଙ୍ଗାଲୁରୁରେ RCBର ବିଜୟ…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri