Categories: ଖେଳ

ଦୁଇ ଭାଗ ହୋଇଛି ଭାରତୀୟ ଡ୍ରେସିଂ ରୁମ୍‌, ଖୁବ୍‌ଶୀଘ୍ର କୋହଲି ନେବେ ସନ୍ୟାସ: ମୁସ୍ତାକ

କରାଚି,୧୦।୧୧: ଭାରତୀୟ ଟି-୨୦ ଫର୍ମାଟର ଅଧିନାୟକ ପଦରୁ ବିରାଟ କୋହଲି ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ପାକିସ୍ତାନର ପୂର୍ବତନ ଟେଷ୍ଟ ଲେଗ୍‌ ସ୍ପିନର ମୁସ୍ତାକ ଅହମ୍ମଦ କହିଛନ୍ତି, କୋହଲିଙ୍କ ନିଷ୍ପତ୍ତିରୁ ଭାରତୀୟ ଡ୍ରେସିଂ ରୁମ୍‌ରେ ସବୁକିଛି ଠିକ୍‌ ନ ଥିବା ସ୍ପଷ୍ଟ ହେଉଛି।

ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ର ହାଇ ପରଫରମାନ୍ସ ସେଣ୍ଟରରେ କାର୍ଯ୍ୟ କରୁଥିବା ମୁସ୍ତାକ କହିଛନ୍ତି, ଯେତେବେଳେ ଜଣେ ସଫଳ ଅଧିନାୟକ ଇସ୍ତଫା ଦେବାକ ଚାହାନ୍ତି, ତାର ଅର୍ଥ ଡ୍ରେସିଂ ରୁମ୍‌ରେ ସବୁକିଛି ଠିକ୍‌ ନାହିଁ। ଏବେ ମୋତେ ଭାରତୀୟ ଡ୍ରେସିଂ ରୁମ୍‌ରେ ଦୁଇଟି ଗୋଷ୍ଠୀ ଦେଖାଯାଉଛି… ମୁମ୍ବାଇ ଏବଂ ଦିଲ୍ଲୀ ଗୋଷ୍ଠୀ। ଏହାଛଡ଼ା କୋହଲି ଖୁବ୍‌ଶୀଘ୍ର ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ସନ୍ୟାସ ନେବେ। ହେଲେ ଆଇପିଏଲ୍‌ରେ ଖେଳିବା ଜାରି ରହିବ। ଏହି ଆଇପିଏଲ୍‌ ପାଇଁ ଭାରତୀୟ ଟିମ୍‌ ବିଶ୍ୱକପ୍‌ରେ ଫ୍ଲପ୍‌ ରହିଲା। କାରଣ ସବୁ ଖେଳାଳି ଥକି ଯାଇଥିଲେ ବୋଲି ସେ କହିଛନ୍ତି।

Share