ସମ୍ପତ୍ତି ଲୋଭରେ ବାପାଙ୍କୁ ହତ୍ୟା

ବ୍ରହ୍ମପୁର,୧୯।୮(ସୁବାସ ଚନ୍ଦ୍ର ପାଢ଼ୀ): ସମ୍ପତ୍ତି ଲୋଭରେ ଜଣେ ବୃଦ୍ଧଙ୍କୁ ତାଙ୍କ ପୁଅ ଓ କିନ୍ନର ବୋହୂ ମିଶି ହତ୍ୟା କରିଥିବା ଘଟଣା ବ୍ରହ୍ମପୁର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ବ୍ରହ୍ମପୁର ଅଯୋଧ୍ୟାନଗର ୩ୟ ଲେନ୍‌ର ତଥା ରାଜସ୍ବ ବିଭାଗର ଅବସରପ୍ରାପ୍ତ କିରାଣି ଗରିବବନ୍ଧୁ ପଣ୍ଡା(୭୪)। ତାଙ୍କର ଇଞ୍ଜିନିୟର ପୁଅ ସନ୍ଦୀପ ପଣ୍ଡା(୪୪) ଓ କିନ୍ନର ବୋହୂ ଶ୍ରୀୟାଙ୍କୁ ପୋଲିସ ଗିରଫ ପରେ ରବିବାର କୋର୍ଟ ଚାଲାଣ କରିଛି। ଉଭୟେ ହତ୍ୟାକାଣ୍ଡ ଭିଆଇବା ପରେ ଏହାକୁ ଦୁର୍ଘଟଣାର ରୂପ ଦେଖିବାକୁ ସମସ୍ତ ଯୋଜନା କରିଥିଲେ ବୋଲି ସୂଚନା ମିଳିଛି। ଘରୁ ରକ୍ତଭିଜା ତକିଆ, ଶାର୍ଟ ଓ ଗଞ୍ଜି ଜବତ କରି ପୋଲିସ ତଦନ୍ତ ଚଳାଇଛି। ଅବସରପ୍ରାପ୍ତ କିରାଣି ଗରିବବନ୍ଧୁଙ୍କ ସ୍ତ୍ରୀଙ୍କ ୨ ବର୍ଷ ତଳେ ମୃତ୍ୟୁ ହୋଇଯାଇଛି। ତାଙ୍କ ଝିଅ ଆମେରିକାରେ ନିଜ ପରିବାର ସହ ରହୁଛନ୍ତି। ପୁଅ ସନ୍ଦୀପ ପୂର୍ବରୁ ମୁମ୍ବାଇରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ହେଲେ ସେ ସବୁବେଳେ ମଦ୍ୟପାନ କରୁଥିବାରୁ ଅନେକ ଦିନ ହେଲା ତାଙ୍କ ସ୍ତ୍ରୀ ଓ ଝିଅ ବାପଘରକୁ ଚାଲି ଯାଇଛନ୍ତି। ଘରେ ଗରିବବନ୍ଧୁ ଓ ତାଙ୍କ ପୁଅ ସନ୍ଦୀପ ରହୁଥିଲେ। ମୁମ୍ବାଇରେ ରହୁଥିବା ବେଳେ ମହାରାଷ୍ଟ୍ର ଥାନେ ଜିଲାର କାଲସ୍ବା ଥାନା ଅନ୍ତର୍ଗତ ଶିବାଜୀନଗରର କିନ୍ନର ଶ୍ରୀୟା ଓରଫ ପ୍ରବୀଣ କୁମାର ଶର୍ମାଙ୍କ ସହ ସନ୍ଦୀପଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ନିଜ ସ୍ତ୍ରୀଙ୍କଠାରୁ ଅଲଗା ହେବା ପରେ ଶ୍ରୀୟାଙ୍କୁ ସେ ସ୍ତ୍ରୀ ଭାବେ ଗ୍ରହଣ କରି ପ୍ରାୟ ୩ ମାସ ହେଲା ବ୍ରହ୍ମପୁର ଆଣି ଘରେ ରଖିଥିଲେ। ଉଭୟେ ଅଧିକାଂଶ ସମୟ ନିଶାସକ୍ତ ହୋଇ ଗରିବବନ୍ଧୁଙ୍କୁ ଗାଳିଗୁଲଜ କରିବା ସହ ମାର୍‌ପିଟ କରୁଥିଲେ। ବାପା କାଳେ ସମ୍ପତ୍ତି ଅନ୍ୟ କାହା ନାମରେ କରିଦେବେ ସନ୍ଦୀପ ଆଶଙ୍କାରେ ଥିଲେ। ଗତ ୧୬ ତାରିଖ ସକାଳେ ଗରିବବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ସନ୍ଦୀପ ଓ ଶ୍ରୀୟା ଏମ୍‌କେସିଜି ମେଡିକାଲକୁ ନେଇଥିଲେ। ହେଲେ ମେଡିକାଲରେ ପହଞ୍ଚିବା ପୂର୍ବରୁ ଗରିବବନ୍ଧୁଙ୍କ ମୃତ୍ୟୁ ହୋଇସାରିଥିଲା ବୋଲି ଡାକ୍ତର ଘୋଷଣା କରିଥିଲେ। ତାଙ୍କ ଛାତି ହାଡ଼ ଭାଙ୍ଗି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବା ଡାକ୍ତରଙ୍କ ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା। ବୈଦ୍ୟନାଥପୁର ଥାନା ପୋଲିସ ଅପମୃତ୍ୟୁ ମାମଲା(ନଂ.୫୩୯/୨୪) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏପଟେ ଘରେ ଚଟାଣରେ ପଡିଯିବାରୁ ବାପା ଗୁରୁତର ହୋଇଥିଲେ ବୋଲି ସନ୍ଦୀପ ଡାକ୍ତର ଓ ପୋଲିସକୁ କହିଥିଲେ। ହେଲେ ମୃତକଙ୍କ ଶରୀରରେ ଯେଭଳି କ୍ଷତ ହୋଇଥିଲା ତାକୁ ଦେଖି ପୋଲିସର ସନ୍ଦେହ ଉପୁଜିଥିଲା। ତଦନ୍ତକାରୀ ଅଧିକାରୀ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବା ସହ ଗରିବବନ୍ଧୁଙ୍କ ପଡ଼ୋଶୀଙ୍କୁ ପଚରାଉଚରା କରିଥିଲା। ୧୫ ତାରିଖ ରାତିରେ ସନ୍ଦୀପ ଓ ଶ୍ରୀୟା ମଦ୍ୟପାନ କରିବା ପରେ ଗରିବବନ୍ଧୁଙ୍କ ସହ ଝଗଡା କରିଥିଲେ। ଉଭୟେ ଉତ୍ତ୍ୟକ୍ତ ହୋଇ ଗରିବବନ୍ଧୁଙ୍କ ଉପରକୁ ଟେବୁଲ ଫ୍ୟାନ ଓ ଷ୍ଟିଲ ଆଲମିରା ପକାଇ ଦେଇଥିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଘରର ବିଭିନ୍ନ ସ୍ଥାନରେ ରକ୍ତଛିଟା ପଡିଥିଲା। ହତ୍ୟାକୁ ଦୁର୍ଘଟଣା ରୂପ ଦେବାକୁ ସନ୍ଦୀପ ଓ ଶ୍ରୀୟା ତାହାକୁ ପୋଛାପୋଛି କରିଥିଲେ। ସକାଳେ ଆମେରିକାରେ ରହୁଥିବା ଭଉଣୀଙ୍କୁ ସନ୍ଦୀପ ବାପା ଅସୁସ୍ଥ ଥିବା ଫୋନ ଯୋଗେ ଜଣାଇଥିଲେ ବୋଲି ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ, ଯୁଦ୍ଧକୁ ଡେଇଁଲା ରୁଷିଆ!

ମସ୍କୋ,୭।୩: ଆମେରିକା-ଇସ୍ରାଏଲ ଯୁଦ୍ଧରେ ରୁଷିଆ ଇରାନକୁ ସହାୟତା କରୁଛି। ଦି ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆ ଇରାନକୁ ଆମେରିକୀୟ ସାମରିକ ଘାଟି…

ବିଜୟ ଦେବରକୋଣ୍ଡାଙ୍କ ପ୍ରେମ ଆଗରେ ହାରିଗଲେ ରୋନାଲ୍ଡୋ-ମେସି, ଫୁଟବଲ ଖେଳାଳିଙ୍କ ରେକର୍ଡ ଭାଙ୍ଗିଲେ ‘ବିରୋଶ’

ଚେନ୍ନାଇ,୭।୩: ୨୬ ଫେବୃଆରୀରେ ଉଦୟପୁରରେ ଅନୁଷ୍ଠିତ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ଏକ ବିରାଟ କାର୍ଯ୍ୟକ୍ରମଠାରୁ କମ ନଥିଲା। ସେମାନଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମଠାରୁ…

ଉପମୁଖ୍ୟମନ୍ତ୍ରୀ ଯାଉଥିବା ହେଲିକପ୍ଟରରୁ ବାହାରିଲା ଧୂଆଁ: ଆଉ ତା’ପରେ…

ଲକ୍ଷ୍ନୌ,୭।୩: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ହେଲିକପ୍ଟରକୁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। କୌଶାମ୍ବୀ ଅଭିମୁଖେ ଯାଉଥିବା ସମୟରେ ହେଲିକପ୍ଟରଟି ହଠାତ୍‌…

ଭାରତକୁ ପଶିଲା ଇରାନୀ ଜାହାଜ, ଆମେରିକାରେ ବାଜିଲା ସାଇରନ!

ନୂଆଦିଲ୍‌ଲୀ,୭।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଖରାପ ହେଉଛି। ସମ୍ପ୍ରତି ଭାରତରୁ ଫେରୁଥିବା ଇରାନୀ ଜାହାଜ ISIS ଡେନା ଉପରେ ଆମେରିକା ଆକ୍ରମଣ କରିଥିଲା। ୮୭ ଜଣ ଇରାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri