ଜମି କାରବାରକୁ ନେଇ ହତ୍ୟା

ବାଲେଶ୍ୱର ଅଫିସ, ୯ା୬: ବାଲେଶ୍ୱର ଜିଲା ଚାନ୍ଦିପୁର ରାସ୍ତା ଗଛମାଳିଆ ଛକଠାରେ ଗତ ୩ତାରିଖ ରାତିରେ ସତ୍ୟବ୍ରତ ଦାସ (୪୨)ଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛନ୍ତି ପୂର୍ବାଞ୍ଚଳ ଆଇଜି ହିଂମାଶୁ କୁମାର ଲାଲ୍‌। ଜମି କାରବାର ନେଇ ଟଙ୍କା ହଡ଼ପ ଓ ମଦ ବେପାର ବଟି ଆଦାୟ ଘଟଣାକୁ ନେଇ କେତେଜଣ ଯୁବକ ଏକାଠି ହୋଇ ହତ୍ୟା କରିଥିଲେ। ଏହି ଘଟଣାରେ ୭ଜଣଙ୍କୁ ଗିରଫ କରାଯାଇଥିବା ବୁଧବାର ପୂର୍ବାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର ଗୋବିନ୍ଦ ସ୍ବାମୀ ଓରଫ୍‌ ଆନ୍ନା, ବାଲେଶ୍ୱର ଜିଲା ବଳରାମଗଡ଼ି ଥାନା ମିର୍ଜାପୁର ଗ୍ରାମର ଶିବ ପ୍ରସାଦ ଜେନା, ସଦର ଥାନା ଖାନନଗର ଗ୍ରାମର ପ୍ରଶାନ୍ତ କୁମାର, ଟାଉନ ଥାନା ବାରବାଟି ଗ୍ରାମର ସୁବାଶିଷ ଦାସ ଓ ପାତ୍ରପଡ଼ା ଗ୍ରାମର ନବ ରାୟ, ସହଦେବଖୁଣ୍ଟା ମଡ଼େଲ ଥାନା ଗୁଡ଼ିପଦା ଗ୍ରାମର ଭବାନୀ ଶଙ୍କର ସାହୁ ଓ ଚାନ୍ଦିପୁର ଥାନା ସୋନାପୁର ଗ୍ରାମରେ ରହିଆସୁଥିବା ଭଦ୍ରକ ଜିଲା ସବରଙ୍ଗ ଗ୍ରାମର ପ୍ରେମାନନ୍ଦ ମଲ୍ଲିକ (୩୮)। ଅଭିଯୁକ୍ତମାନଙ୍କଠାରୁ ୧୧ ମୋବାଇଲ ଫୋନ୍‌, ୫ ଗାଡ଼ି ଓ ବଡ଼ ଛୁରୀ ଜବତ ହୋଇଛି। ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ସତ୍ୟବ୍ରତଙ୍କୁ ହତ୍ୟା କରିବା ପରେ ପୋଲିସକୁ ଚକ୍‌ମା ଦେବା ପାଇଁ ଫେରାର ନ ହୋଇ ମୃତଦେହ ପାଖରେ ରହି ସମବେଦନା ଜଣାଉଥିଲେ। କାନ୍ଦିବା ଅଭିନୟ ମଧ୍ୟ କରୁଥିଲେ ବୋଲି ପୋଲିସ କହିଛି।
ସୂଚନା ଅନୁଯାୟୀ, ଗୋବିନ୍ଦ ସ୍ବାମୀ ଚାନ୍ଦିପୁର ଅଞ୍ଚଳରେ ୩ଟି ପ୍ଲଟ କିଣିଥିଲେ। ଉକ୍ତ ଜମିକୁ ଅଢ଼େଇ ବର୍ଷ ପୂର୍ବରୁ ନବ ରାୟ ୬୦ ଲକ୍ଷ ଟଙ୍କାରେ କିଣିବା ପାଇଁ ଡିଲ୍‌ କରିଥିଲେ। ଏହି ଡିଲ୍‌ରେ ମୃତକ ସତ୍ୟବ୍ରତ ମଧ୍ୟସ୍ଥତା କରିଥିଲେ। ଜମି ରେଜିଷ୍ଟ୍ରେସନ ସରିଯାଇଥିଲେ ମଧ୍ୟ ସତ୍ୟବ୍ରତ ନବଙ୍କଠାରୁ ଟଙ୍କା ନେଇ ଗୋବିନ୍ଦ ସ୍ବାମୀଙ୍କୁ ଦେଇ ନ ଥିଲେ। ଗୋବିନ୍ଦ ସ୍ବାମୀ ବାରମ୍ବାର ଟଙ୍କା ସତ୍ୟବ୍ରତଙ୍କୁ ମାଗିଥିଲେ। ଏଥିପାଇଁ ପୂର୍ବରୁ ଅଳ୍ପ ବହୁତ ଝଗଡ଼ା ମଧ୍ୟ ହୋଇଥିଲା। ଅନ୍ୟପକ୍ଷରେ ନବ ରାୟଙ୍କର ୩ଟି ମଦ ଦୋକାନ ଥିବା ବେଳେ ବଳରାମଗଡ଼ି ଓ ପାତ୍ରପଡ଼ା ଦୁଇଟି ଦୋକାନ କଥା ସତ୍ୟବ୍ରତ ବୁଝାବୁଝି କରିବା ସହ ପ୍ରତି ମଦ ବୋତଲ ପିଛା ୭, ୧୪ ଓ ୨୮ ଟଙ୍କା ଲେଖାଏଁ ବଟି ନେଉଥିଲେ। ଅନ୍ୟପକ୍ଷରେ କେତେକ ଖୁଚୁରା ଚୋରା ମଦବେପାରୀଙ୍କ ଦ୍ୱାରା ବେପାର କରି ସେମାନଙ୍କ ନିକଟରୁ ସମସ୍ତ ଲାଭ ଟଙ୍କା ନେଇଯାଉଥିବାରୁ ଅସନ୍ତୋଷ ବଢ଼ିଯାଇଥିଲା। ନବ ରାୟ ଓ ଗୋବିନ୍ଦ ସ୍ବାମୀଙ୍କ ଯୋଜନା ଅନୁସାରେ ସମସ୍ତେ ମିଳିତ ଭାବେ ସତ୍ୟବ୍ରତଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଗତ ୩ ତାରିଖରେ ସତ୍ୟବ୍ରତ ଘରକୁ ଫେରୁଥିବା ବେଳେ ସମସ୍ତେ ମିଶି ଗଛମାଳିଆ ଛକଠାରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ସତ୍ୟବ୍ରତଙ୍କ ମୃତ୍ୟୁ ହୋଇଥିଲା। ଗିରଫ ୭ଜଣଙ୍କ ମଧ୍ୟରୁ ୫ଜଣ ସହଦେବଖୁଣ୍ଟା ଥାନାରେ ଅଟକ ଅଛନ୍ତି। ଆକ୍ରମଣ ଘଟଣାରେ ଗୋବିନ୍ଦସ୍ବାମୀ ଆହତ ହୋଇଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛି। ନବ ରାୟଙ୍କୁ ଚାନ୍ଦିପୁର ଥାନାରେ ଅଟକ ରଖାଯାଇଛି। ଏନେଇ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର କହନ୍ତି, ଅଭିଯୁକ୍ତମାନେ ପୂର୍ବରୁ ବହୁ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବାରୁ ସେମାନଙ୍କ ନାମରେ ଜିଲାର ବିଭିନ୍ନ ଥାନାରେ ନିଶା କାରବାର, ଜମି ଦଲାଲ, ଲୁଟ୍‌ ଭଳି ସଙ୍ଗୀନ ମାମଲା ରହିଛି। ଖବରଦାତା ସମ୍ମିଳନୀରେ କ୍ରାଇମ ଡିଏସ୍‌ପି ଅମୂଲ୍ୟ ଧର, ସହଦେବଖୁଣ୍ଟା ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ନାୟକ, ଟାଉନ ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣ ଓ ଚାନ୍ଦିପୁର ଥାନା ଅଧିକାରୀ ଅଜୟ ମୁର୍ମୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri