ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ମର୍ଡର: ମୃତକଙ୍କ ମାଆ ଦେଲେ ଚାଞ୍ଚଲ୍ୟକର ବୟାନ-ମୁଁ ଦୋଷୀଙ୍କୁ ଫାଶୀ ଦେବାକୁ ଚାହୁଁନାହୁଁ…’

କୋଲକାତା,୭।୫: କୋଲକାତାର ଉତ୍ତର ଉପକଣ୍ଠରେ ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳିରେ ବୁଧବାର ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କୁ ହତ୍ୟା କରାଯାଇଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର କିଛି ଘଣ୍ଟା ମଧ୍ୟରେ ଘଟିଥିବା ଏହି ଘଟଣା ତୀବ୍ର ରାଜନୈତିକ ପ୍ରତିକ୍ରିୟା ସୃଷ୍ଟି କରିଛି ଏବଂ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି।

ଏହି ସମୟରେ ପିଏ ଚନ୍ଦ୍ରନାଥ ରଥଙ୍କ ମାତା ହସିରାଣୀ ରଥ କହିଛନ୍ତି, “ମୁଁ ଦୋଷୀମାନଙ୍କୁ ଦଣ୍ଡ ଦେବାକୁ ଚାହୁଁଛି। ମୁଁ ଜଣେ ମାଆ, ଏବଂ ମୁଁ ସେମାନଙ୍କୁ ଫାଶୀ ଦେବାକୁ ଚାହୁଁନାହିଁ। ମୁଁ ସେମାନଙ୍କ ପାଇଁ ଆଜୀବନ କାରାଦଣ୍ଡ ଚାହୁଁଛି। ଭାଜପା କ୍ଷମତାକୁ ଆସିବାରୁ ସେମାନେ ଏସବୁ କରିଛନ୍ତି। ଆମର ରାଜ୍ୟ ସଭାପତି ଏବଂ ନେତାମାନେ ବାରମ୍ବାର ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ବିଷୟରେ କଥା ହୁଅନ୍ତି, କିନ୍ତୁ ଶାସକ ଦଳର ଯେଉଁମାନେ ଉତ୍ତେଜନାପୂର୍ଣ୍ଣ ବୟାନ ଦେଉଥିଲେ, କହିଥିଲେ ଯେ ୪ ଜୁଲାଇ ପରେ ଦିଲ୍ଲୀରେ ବାପାମାନେ ଆମକୁ ରକ୍ଷା କରିପାରିବେ ନାହିଁ, ସେମାନେ ଠିକ୍‌ ସେହିପରି କରିଥିଲେ। ଯଦି ମୋ ପୁଅ ଦୁର୍ଘଟଣାରେ ମୃତ୍ୟୁବରଣ କରିଥାନ୍ତା, ତେବେ ମୁଁ ଏତେ ଦୁଃଖିତ ହୋଇନଥାନ୍ତି। ମୋ ପୁଅକୁ ଯେଉଁଭଳି ନିର୍ଯାତନା ଦେଇ ହତ୍ୟା କରିଛନ୍ତି। ତାହା ସବୁ ତୃଣମୂଳ ଦ୍ୱାରା ମନଗଢ଼ା କାହାଣୀ। ଶୁଭେନ୍ଦୁ ବାବୁ ମମତା ବାନାର୍ଜୀଙ୍କୁ ପରାସ୍ତ କରିବା ପରଠାରୁ, ମୋ ପରିବାର ସମାନ ଧମକର ସମ୍ମୁଖୀନ ହୋଇଆସୁଛି।”

Odisha’s No.1 Odia Daily

Share