ଦେଢ଼ ଗୁଣା ବଢ଼ିଛି ଖବରଦାତାଙ୍କୁ ହତ୍ୟା ମାମଲା: ୨୦୨୨ରେ ୬୭ ଜଣଙ୍କ ହତ୍ୟା…

ଜେନେଭା,୪।୫ : ଖବରଦାତାଙ୍କ ହତ୍ୟା ମାମଲା ସାରା ବିଶ୍ୱରେ ଦେଢ଼ ଗୁଣ ବୃଦ୍ଧି ପାଇଛି। ୨୦୨୨ମସିହାରେ, ୬୭ ଗଣମାଧ୍ୟମ ପ୍ରତିନିଧୀଙ୍କୁ ହତ୍ୟା କରାଯାଇଛି। ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ବୁଧବାର ବିଶ୍ୱ ପ୍ରେସ ସ୍ବାଧୀନତା ଦିବସ ଅବସରରେ ଏହି ସୂଚନା ଦେଇଛନ୍ତି। ଖବରଦାତାଙ୍କ ହତ୍ୟାରେ ଏହି ବୃଦ୍ଧି ଅବିଶ୍ୱସନୀୟ ବୋଲି ଗୁଟେରସ କହିଛନ୍ତି। ଗଣମାଧ୍ୟମ ଏବଂ ନ୍ୟାୟର ମୂଳଦୁଆ ହେଉଛି ଗଣମାଧ୍ୟମର ସ୍ବାଧୀନତା। ବର୍ତ୍ତମାନ ଏହା ବିପଦରେ ଅଛି ବୋଲି ସେ କହିଛନ୍ତି। ଯେଉଁମାନେ ସତ୍ୟ ଏବଂ ଖବର ପ୍ରକାଶ କରନ୍ତି ସେମାନଙ୍କୁ ଟାର୍ଗେଟ କରିବା ବନ୍ଦ କରିବାକୁ ସେ ସମସ୍ତ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ସରକାରଙ୍କୁ ଅନୁରୋଧ କରିଛନ୍ତି।

 

୩୦ତମ ବିଶ୍ୱ ପ୍ରେସ ସ୍ବାଧୀନତା ଦିବସ ଅବସରରେ ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତିଳ ତଥ୍ୟ ଏବଂ କଳ୍ପନା, ବିଜ୍ଞାନ ଏବଂ ଷଡଯନ୍ତ୍ର ମଧ୍ୟରେ ପାର୍ଥକ୍ୟକୁ ଅଲଗା କରିବାକୁ ଚେଷ୍ଟା କରାଯାଇଛି। ଏହି କାରଣରୁ ସତ୍ୟ ବିପଦରେ ଅଛି। ୨୦୨୩ ୱାଲର୍‌ଡ ପ୍ରେସ ଫ୍ରିଡମ ଇଣ୍ଡେକ୍ସ ଅଫ ରିପୋଟର୍ସ ଅନୁଯାୟୀ, ୩୧ଟି ଦେଶରେ ଖବରଦାତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି।

Share