ଘରେ ପଶି ଯୁବକଙ୍କ ହତ୍ୟା ଘଟଣା; ଦୁଇ ସନ୍ଦିଗ୍ଧ ଅଟକ

ବଲାଙ୍ଗୀର ଅଫିସ,୧୮।୧୨: ବଲାଙ୍ଗୀର ସହର ଗାନ୍ଧୀନଗରପଡାରେ ଶୁକ୍ରବାର ଅପରାହ୍ନରେ ଘରେ ପଶି ଯୁବକଙ୍କ ତଣ୍ଟି କାଟି ହତ୍ୟା ଘଟଣାରେ ବଲାଙ୍ଗୀର ପୋଲିସ ଦୁଇ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଦୁଇ ଯୁବକ ବଲାଙ୍ଗୀର ସହରର ବୋଲି ଜଣାପଡ଼ିଛି । ଏସ୍‌ଡିପିଓ ତୋଫାନ ବାଗଙ୍କ ଉପସ୍ଥିତରେ ଶନିବାର ସକାଳୁ ଫରେନସିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।