ଭୀମଟାଙ୍ଗିରେ ମହିଳାଙ୍କ ତଣ୍ଟିକାଟି ହତ୍ୟା ଘଟଣା: ହତ୍ୟାର ୪ଦିନ ପୂର୍ବରୁ କରିଥିଲେ ଯୋଜନା

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ହାଉସିଂ ବୋର୍ଡ କଲୋନୀ ଫେଜ୍‌-୧ ପ୍ଲଟ୍‌ ନଂ. ଏ/ଏଲ୍‌-୧ରେ ଭଡ଼ାରେ ରହୁଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ହତ୍ୟା ଘଟଣାର ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ କମିଶନରେଟ୍‌ ପୋଲିସ ବୁଧବାର କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଝାରପଡ଼ା ଜେଲକୁ ପଠାଯାଇଛି। ଗତ ୫ତାରିଖରେ ଅଭିଯୁକ୍ତ ପ୍ରିୟଙ୍କାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ୨ସପ୍ତାହ ମେଡିକାଲରେ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇଥିଲେ। କମିଶନରେଟ୍‌ ପୋଲିସ ମଙ୍ଗଳବାର ରାତିରେ ତାଙ୍କୁ ଥାନାକୁ ଆଣି ଜେରା କରିଥିଲା। ୨ଜଣ ଏସିପି ଓ ଜଣେ ଥାନା ଅଧିକାରୀଙ୍କୁ ନେଇ ଗଠିତ ଏକ ୩ଜଣିଆ ଟିମ୍‌ ତାଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଥିଲେ। ଜେରା ସମୟରେ ଜଗନ୍ନାଥ ଘଟଣା ବିଷୟରେ ସମସ୍ତ କଥା କହିବା ସହ ପ୍ରିୟଙ୍କାଙ୍କୁ ହତ୍ୟା କରିଥିବା ନେଇ ସ୍ବୀକାର କରିଥିବା ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଜଗନ୍ନାଥ ହତ୍ୟା ଘଟଣାର ୪ଦିନ ପୂର୍ବରୁ ଯୋଜନା ପ୍ରସ୍ତୁତ କରିବା ସହ ଏକ ଆତ୍ମହତ୍ୟା ଚିଠି ଲେଖି ପକେଟରେ ରଖି ବୁଲୁଥିଲେ। ଏପରି କି ଯୋଜନା ମୁତାବକ ସେ ପ୍ରିୟଙ୍କାଙ୍କ ନିକଟକୁ ଚକ୍‌ଲେଟ, ମୃଦ୍ୟୁ ପାନୀୟ, ସିନ୍ଦୂର ଓ ଛୁରି ଓ ବିଷ ଧରି ଆସିଥିଲେ । ଏହା ଏକ ସୁଚିନ୍ତିତ ଓ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା ବୋଲି ଡିସିପି ଦାସ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ପ୍ରିୟଙ୍କା ଓ ଅଭିଯୁକ୍ତ ଜଗନ୍ନାଥଙ୍କ ଘର ଯାଜପୁର ଜିଲାରେ ହୋଇଥିବାବେଳେ ଉଭୟେ ପରସ୍ପରକୁ ପୂର୍ବରୁ ଜାଣିଥିଲେ। ପ୍ରିୟଙ୍କାଙ୍କ ବାହାଘର ପରେ ସେ ସ୍ବାମୀଙ୍କ ସହ ଭୁବନେଶ୍ୱର ଭୀମଟାଙ୍ଗି ହାଉସିଂ ବୋର୍ଡ କଲୋନୀରେ ଭଡ଼ା ନେଇ ରହୁଥିଲେ। ଘଟଣା ଦିନ ଜଗନ୍ନାଥ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାବେଳେ ପ୍ରିୟଙ୍କା ରହୁଥିବା ଘରେ ପଶି ତାଙ୍କ ବେକ କାଟି ହତ୍ୟା କରିଥିଲେ। ହତ୍ୟା ପରେ ପ୍ରିୟଙ୍କାଙ୍କ ସ୍ବାମୀଙ୍କ ନିକଟକୁ ଭିଡିଓ କଲ୍‌ କରିଥିଲେ। ତେବେ ସେ କଲ୍‌ ନ ଉଠାଇବାରୁ ତାଙ୍କୁ ପ୍ରିୟଙ୍କାଙ୍କ ରକ୍ତାକ୍ତ ମୃତଦେହ ଫଟୋ ପଠାଇଥିଲେ। ଏହାପରେ ନିଜେ ବିଷ ପିଇବା ସହ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ପ୍ରିୟଙ୍କାଙ୍କ ମୃତଦେହ ଜବତ କରିବା ସହ ଜଗନ୍ନାଥଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ ପଠାଇଥିଲା। ପ୍ରିୟଙ୍କାଙ୍କୁ ସେ ଭଲ ପାଉଥିଲେ ଓ କିଛିଦିନ ହେବ ତାଙ୍କ ସହ ତିକ୍ତତା କାରଣରୁ ଈର୍ଷାପରାୟଣ ହୋଇ ହତ୍ୟା କରିଥିବା ଜଗନ୍ନାଥ ସେତେବେଳେ ପୋଲିସକୁ କହିଥିଲେ। ଏଥିସହିତ ଘଟଣା ସ୍ଥଳରୁ ଜଗନ୍ନାଥଙ୍କ ହାତ ଲେଖା ଏକ ଚିଠି ମଧ୍ୟ ପୋଲିସକୁ ମିଳିଥିଲା। ଯେଉଁଥିରୁ ସେ ପ୍ରିୟଙ୍କା ଓ ତାଙ୍କ ୩ବର୍ଷର ଶିଶୁ ପୁତ୍ରଙ୍କୁ ହତ୍ୟା କରିବାପରେ ନିଜେ ଆତ୍ମହତ୍ୟା କରିବେ ବୋଲି ଲେଖିଥିବା ଜଣାପଡ଼ିଥିଲା।
ଅଫିସ ଯିବା ବାଟକୁ ଚାହିଁ ବସିଥିଲେ
ହତ୍ୟା ଘଟଣା ଦିନ ସକାଳ ପ୍ରାୟ ୯ଟା ବେଳେ ଅଭିଯୁକ୍ତ ଜଗନ୍ନାଥ ମୃତା ପ୍ରିୟଙ୍କାଙ୍କ ଘର ନିକଟରେ ପହଞ୍ଚତ୍ଥିଲେ। ପୂର୍ବରୁ ସେ ପ୍ରିୟଙ୍କାଙ୍କ ସ୍ବାମୀଙ୍କ ଅଫିସ ଯିବା ସମୟ ଜାଣିଥିଲେ। ତେଣୁ ଘର ନିକଟରେ ଥିବା ଏକ ଦୋକାନ ପାଖରେ ଅପେକ୍ଷା କରି ବସିଥିଲେ। ସ୍ବାମୀ ଅଫିସ ବାହାରିବା ସମୟରେ ପ୍ରିୟଙ୍କା ତାଙ୍କୁ ବାଟେଇବାକୁ ଗେଟ୍‌ ପାଖକୁ ଆସିଥିଲେ। ଏସମସ୍ତ ଦୃଶ୍ୟ ଜଗନ୍ନାଥ ଦୂରରେ ଥାଇ ଲକ୍ଷ୍ୟ କରିଥିଲେ। ପ୍ରିୟଙ୍କାଙ୍କ ସ୍ବାମୀ ଅଫିସ ଚାଲିଯିବା ପରେ ଜଗନ୍ନାଥ ଘର ଭିତରକୁ ଯାଇଥିଲେ।

ସାଙ୍ଗରେ ନ ଯିବାରୁ ହତ୍ୟା
ପ୍ରିୟଙ୍କାଙ୍କ ବାହାଘର ପରେ ଜଗନ୍ନାଥଙ୍କ ସହ ସମ୍ପର୍କ କଟି ଯାଇଥିଲା। ତେବେ କିଛି ମାସ ହେବ ସେ ପ୍ରିୟଙ୍କାଙ୍କ ସହ ପୁଣିଥରେ ସମ୍ପର୍କରେ ଆସି କଥାବାର୍ତ୍ତା ହୋଇଥିଲେ। ହେଲେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେବା ସହ ତିକ୍ତତା ସୃଷ୍ଟିି ହୋଇଥିଲା। ହତ୍ୟା ଘଟଣାର କିଛିଦିନ ପୂର୍ବରୁ ସେ ପ୍ରିୟଙ୍କାଙ୍କୁ ନିଜର କରିବା ପାଇଁ ବିଚଳିତ ହୋଇ ଉଠିଥିଲେ। ଘଟଣାର ୪ଦିନ ପୂର୍ବରୁ ସେ ଏକ ଚିଠିରେ ପ୍ରିୟଙ୍କାଙ୍କ ସହ ତାଙ୍କ ପୁଅକୁ ହତ୍ୟା କରିବେ ବୋଲି ଉଲ୍ଲେଖ କରିଥିଲେ। ଘଟଣା ଦିନ ପ୍ରିୟଙ୍କାଙ୍କ ଘରେ ପହଞ୍ଚତ୍ ତାଙ୍କୁ ସାଙ୍ଗରେ ଯିବାକୁ କହିଥିଲେ। ଉଭୟ ବାହା ହୋଇ କେଉଁ ଆଡେ ପଳାଇବାକୁ ଜଗନ୍ନାଥ ପ୍ରସ୍ତାବ ଦେଇଥିଲେ। ପ୍ରିୟଙ୍କା ତାଙ୍କ କଥାରେ ରାଜି ନ ହେବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଯୋଜନା ମୁତାବକ ଜଗନ୍ନାଥ ଜୋର ଜବରଦସ୍ତ ତାଙ୍କ ମଥାରେ ସିନ୍ଦୁର ପିନ୍ଧାଇବା ସହ ସାଥିରେ ଆଣିଥିବା ଏକ ଛୁରିରେ ତାଙ୍କ ବେକକୁ କାଟି ହତ୍ୟା କରିଥିଲେ।
ଘରମାଲିକ ଆସିବାରୁ ବାଥ୍‌ରୁମ୍‌ରେ ଲୁଚିଥିଲେ
ଘଟଣା ଦିନ ଜଗନ୍ନାଥ ପ୍ରିୟଙ୍କାଙ୍କ ଘରେ ପହଞ୍ଚତ୍ବା ପରେ ତାଙ୍କ ପାଖରେ ତାଙ୍କ ୩ବର୍ଷର ପୁଅ ମଧ୍ୟ ଥିଲେ। ଜଗନ୍ନାଥଙ୍କ ମନରେ ଉଭୟଙ୍କୁ ହତ୍ୟା କରିବା ଯୋଜନା ଚାଲିଥିବା ବେଳେ ଉପରେ ରହୁଥିବା ଘର ମାଲିକ ଦହିବରା ଦେବାକୁ ସେଠାକୁ ଆସିଥିଲେ। ତେବେ ଘର ମାଲିକଙ୍କୁ ଦେଖି ଅଭିଯୁକ୍ତ ଜଗନ୍ନାଥ ବାଥରୁମ୍‌ରେ ଲୁଚି ପଡ଼ିଥିଲେ। ଏହି ସମୟରେ ମାଲିକ ଦହିବରା ଦେଇ ଶିଶୁ ପୁତ୍ରକୁ ଖେଳାଇବା ପାଇଁ ନିଜ ସାଥିରେ ଉପର ମହଲାକୁ ନେଇ ଯାଇଥିଲେ। ଫଳରେ ଛୁଆଟିର ଜୀବନ ବଞ୍ଚତ୍ ଯାଇଥି୍‌ଲା।
ହତ୍ୟା ପୂର୍ବରୁ ପ୍ରିୟଙ୍କା, ତାଙ୍କ ପୁଅ ସହ ସେଲ୍ଫି
ପ୍ରିୟଙ୍କାଙ୍କ ପୁଅ ପାଇଁ ଜଗନ୍ନାଥ ସାଥିରେ ଚକ୍‌ଲେଟ୍‌ ଆଣିଥିଲେ। ଏପରି କି ପ୍ରିୟଙ୍କାଙ୍କ ସହ କିଛି ସମୟ ଖୁସି ଗପ କରିଥିଲେ। ଜଗନ୍ନାଥ ପ୍ରିୟଙ୍କାଙ୍କ ପୁଅଙ୍କୁ ଚକ୍‌ଲେଟ୍‌ ଦେଇ କଥା ହୋଇଥିଲେ। ଏହାପରେ ପ୍ରିୟଙ୍କା ଓ ତାଙ୍କ ପୁଅଙ୍କ ସହ ଜଗନ୍ନାଥ ସେଲ୍ଫି ଉଠାଇଥିଲେ। ପ୍ରିୟଙ୍କାଙ୍କ ସହ ଝଗଡ଼ା ହେବା ପୂର୍ବରୁ ଘରମାଲିକ ଆସି ପୁଅକୁ ତାଙ୍କ ସହ ନେଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri