ଟ୍ରାକ୍ଟର ଡ୍ରାଇଭରଙ୍କ ସହ ପ୍ରେମ ସମ୍ପର୍କ, ୪ ମାସର ଗର୍ଭବତୀ: ଯୁକ୍ତ ୨ ଛାତ୍ରୀଙ୍କୁ ହତ୍ୟା

ନୂଆପଡ଼ା ଅଫିସ,୧୦।୧୧: ନୂଆପଡା ସଦର ଥାନା ଟାନୱାଟ ପଞ୍ଚାୟତ ରତିପାଲି ଗାଁର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ ନିଖୋଜ ଘଟଣାର ରହସ୍ୟ ବେନାମୀ ଚିଠି ଆଧାରରେ ବୁଧବାର ସଦର ଥାନା ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ୪ଜଣ ଯୁବକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ୨ ନାବାଳକଙ୍କୁ ବାଳସୁଦ୍ଧା ଗୃହକୁ ପଠାଯାଇଛି। ମୁଖ୍ୟ ଅଭିଯୁକ୍ତ ହେଲେ ରତିପାଲି ଗାଁର ପ୍ରମାନନ୍ଦ ସାହୁ ଓରଫ ସୋନୁ (୧୯)। ସହଯୋଗୀମାନେ ହେଲେ ମାହୁଲିଭଟାର ବନମାଳୀ ରାଉତ (୨୨), ଝିଲମିଲା ଗାଁର ଡମ୍ବରୁଧର ରାଉତ (୨୧), ଗୋବରା ଗାଁର ବସନ୍ତ ରାଉତ (୧୯)। ରତିପାଲି ଗାଁର ଟ୍ରାକ୍ଟର ଡ୍ରାଇଭର ପ୍ରମାନନ୍ଦ ସାହୁଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା। ମୃତା ଛାତ୍ରୀ ୪ ମାସର ଗର୍ଭବତୀ ଥିବାରୁ କୌଣସି ଉପାୟ ନ ପାଇ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଆୟୋଜିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଇନ୍ଦ୍ରମଣି ବେହେରା ସୂଚନା ଦେଇଛନ୍ତି।

ପ୍ରାପ୍ତ ସୂଚନା ମୁତାବକ, ସଦର ଥାନା ରତିପାଲି ଗାଁର ଧନିରାମ ନାଏକଙ୍କ ଝିଅ ହିତେଶ୍ୱରୀ ନାଏକ (୧୭) ଏକଲବ୍ୟ ବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷରେ ପଢ଼ୁଥିଲେ। ଗତବର୍ଷ ଡିସେମ୍ବରରେ ବଡ଼ଦିନ ଛୁଟିରେ ଘରକୁ ଆସିଥିଲେ। ସେହି ସମୟରେ ସେ ୪ ମାସର ଗର୍ଭବତୀ ଥିଲେ। ଏ ନେଇ ପ୍ରମାନନ୍ଦଙ୍କୁ ହିତେଶ୍ୱରୀ ଗର୍ଭପାତ କରିବା ପାଇଁ ବାରମ୍ବାର କହିବା ସତ୍ତ୍ୱେ ମଧ୍ୟ କରାଇ ନ ଥିଲେ। ଓଲଟି ପ୍ରମାନନ୍ଦ ସାଙ୍ଗମାନଙ୍କ ସହ ମିଶି ଜାନୁୟାରୀ ୨ ତାରିଖରେ ଠାକୁରବନ୍ଧଠାରେ ବସି ହତ୍ୟା ଯୋଜନା କରିଥିଲେ। ୩ ତାରିଖ ରାତିରେ ପ୍ରମାନନ୍ଦ ତାଙ୍କ ୫ଜଣ ସାଙ୍ଗଙ୍କ ମିଶି ଫୋନ କରି ହିତେଶ୍ୱରୀଙ୍କୁ ଡାକିଥିଲେ। ହିତେଶ୍ୱରୀ ଆସିବାକ୍ଷଣି ସାଙ୍ଗମାନଙ୍କ ସହ ଉଠାଇ ନେଇ ପ୍ରମାନନ୍ଦ ବେକରେ ରଶି ଲଗାଇ ହତ୍ୟା କରିଥିବା ବେଳେ ସାଙ୍ଗମାନେ ଦେହକୁ ଜାବୁଡି ଧରିଥିଲେ। ପରେ ୨ କି.ମି. ଦୂର ଦୁଖୁ ଶବରଙ୍କ ଜମିରେ ନେଇ ପୋତି ଦେଇଥିଲେ। ଛାତ୍ରୀ ନିଖୋଜ ହେବାରୁ ୧୦ ମାସ ପରେ ମଧ୍ୟ ପୋଲିସ କୌଣସି ଖୋଜ ଖବର ପାଇ ନ ଥିଲା। ହଠାତ୍‌ ଏକ ବେନାମୀ ଚିଠି ଆସିବାରୁ ସେହି ଆଧାରରେ ତଦନ୍ତ କରି ପୋଲିସ ନିଖୋଜ ଛାତ୍ରୀଙ୍କ କଙ୍କାଳ ଉଦ୍ଧାର କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ରଶି, ଗୋଲାପି ରଙ୍ଗର ସୁଇଟର, ଇନର,ସକ୍ସ, ଶରୀରର ଚିହ୍ନ, ଚୂଡି ଓ କଙ୍କାଳ ଜବତ କରାଯାଇଛି। ଘଟଣାସ୍ଥଳରେ ଗଳିତ ମୃତଦେହ ବ୍ୟବଚ୍ଛେଦ କରାଯାଇଥିବା ବେଳେ ପରବର୍ତ୍ତୀ ବ୍ୟବଚ୍ଛେଦ ପାଇଁ ବୁର୍ଲା ମେଡିକାଲ କଲେଜକୁ ପଠାଯାଇଛି। ହାଡ ଓ ମୃତ ଶରୀରର ଡିଏନଏ ପରୀକ୍ଷା ପାଇଁ ସଂରକ୍ଷିତ ରଖାଯାଇଛି ବୋଲି ଏଏସ୍‌ପି ବେହେରା ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଉପଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ସଦର ଥାନାଧିକାରୀ ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ, ଏସ୍‌ଆଇ ବିନୋଦ ବିହାରୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

ଇମ୍ରାନଙ୍କ ସହ ସ୍ତ୍ରୀଙ୍କୁ ୧୭ ବର୍ଷ ଜେଲ୍‌, ଏହି କାରଣ ପାଇଁ କୋର୍ଟ…

ଇସଲାମାବାଦ,୨୦ା୧୨: ତୋଶାଖାନା-୨ ମାମଲାରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ପିଟିଆଇ ପ୍ରତିଷ୍ଠାତା ଇମ୍ରାନ ଖାନ ଏବଂ ତାଙ୍କ ସ୍ତ୍ରୀ ବୁଶ୍‌ରା ବିବିଙ୍କୁ ୧୭ ବର୍ଷ ଜେଲ୍‌ଦଣ୍ଡ...

ମରିଗଲା ମାନବିକତା, ବୀମା ଟଙ୍କା ପାଇଁ ଘରେ ସାପ ପୂରାଇ ବାପାକୁ ମାରିଲେ ୪ ପୁଅ

ନୂଆଦିଲ୍ଲୀ, ୨୦।୧୨: ତାମିଲନାଡୁର ଥିରୁବଲୁବରର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୋଥାଥୁରପେଟର ନାଲ୍ଲାଥିନିରକୁଲମ ଷ୍ଟ୍ରିଟରେ ରହୁଥିବା ୫୬ ବର୍ଷୀୟ ଗଣେଶନଙ୍କ ସାପ କାମୁଡ଼ିବାରୁ...

ଦିବ୍ୟାଙ୍ଗଠାରୁ ଲାଞ୍ଚ ମାଗି ବଦଳିଲେ ଆର୍‌ଆଇ, ଚାକିରିରୁ ବିଦା ହେଲେ ପିଅନ

ବାସୁଦେବପୁର,୧୯ା୧୨(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଇରମ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ବେସରକାରୀ ଭାବେ କାର୍ଯ୍ୟରତ ପିଅନ କାଳିଆ ବେହେରା ଜଣେ ଦିବ୍ୟାଙ୍ଗଙ୍କଠାରୁ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ପାରିବାରିକ ବିବାଦର କରୁଣ ପରିଣତି, ସ୍ବାମୀଙ୍କୁ ଗାମୁଛାରେ ହତ୍ୟାକଲେ ସ୍ତ୍ରୀ

ସମ୍ବଲପୁର,୧୮।୧୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତିବିହାର ଠାରେ ଜଣେ ଏମସିଏଲ କର୍ମଚାରୀଙ୍କୁ ତାଙ୍କ ଧର୍ମପତ୍ନୀ ତଣ୍ଟି ଚିପି ହତ୍ୟା କରିଛନ୍ତି । ମୃତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri