ଟ୍ରାକ୍ଟର ଡ୍ରାଇଭରଙ୍କ ସହ ପ୍ରେମ ସମ୍ପର୍କ, ୪ ମାସର ଗର୍ଭବତୀ: ଯୁକ୍ତ ୨ ଛାତ୍ରୀଙ୍କୁ ହତ୍ୟା

ନୂଆପଡ଼ା ଅଫିସ,୧୦।୧୧: ନୂଆପଡା ସଦର ଥାନା ଟାନୱାଟ ପଞ୍ଚାୟତ ରତିପାଲି ଗାଁର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ ନିଖୋଜ ଘଟଣାର ରହସ୍ୟ ବେନାମୀ ଚିଠି ଆଧାରରେ ବୁଧବାର ସଦର ଥାନା ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ୪ଜଣ ଯୁବକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ୨ ନାବାଳକଙ୍କୁ ବାଳସୁଦ୍ଧା ଗୃହକୁ ପଠାଯାଇଛି। ମୁଖ୍ୟ ଅଭିଯୁକ୍ତ ହେଲେ ରତିପାଲି ଗାଁର ପ୍ରମାନନ୍ଦ ସାହୁ ଓରଫ ସୋନୁ (୧୯)। ସହଯୋଗୀମାନେ ହେଲେ ମାହୁଲିଭଟାର ବନମାଳୀ ରାଉତ (୨୨), ଝିଲମିଲା ଗାଁର ଡମ୍ବରୁଧର ରାଉତ (୨୧), ଗୋବରା ଗାଁର ବସନ୍ତ ରାଉତ (୧୯)। ରତିପାଲି ଗାଁର ଟ୍ରାକ୍ଟର ଡ୍ରାଇଭର ପ୍ରମାନନ୍ଦ ସାହୁଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା। ମୃତା ଛାତ୍ରୀ ୪ ମାସର ଗର୍ଭବତୀ ଥିବାରୁ କୌଣସି ଉପାୟ ନ ପାଇ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଆୟୋଜିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଇନ୍ଦ୍ରମଣି ବେହେରା ସୂଚନା ଦେଇଛନ୍ତି।

ପ୍ରାପ୍ତ ସୂଚନା ମୁତାବକ, ସଦର ଥାନା ରତିପାଲି ଗାଁର ଧନିରାମ ନାଏକଙ୍କ ଝିଅ ହିତେଶ୍ୱରୀ ନାଏକ (୧୭) ଏକଲବ୍ୟ ବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷରେ ପଢ଼ୁଥିଲେ। ଗତବର୍ଷ ଡିସେମ୍ବରରେ ବଡ଼ଦିନ ଛୁଟିରେ ଘରକୁ ଆସିଥିଲେ। ସେହି ସମୟରେ ସେ ୪ ମାସର ଗର୍ଭବତୀ ଥିଲେ। ଏ ନେଇ ପ୍ରମାନନ୍ଦଙ୍କୁ ହିତେଶ୍ୱରୀ ଗର୍ଭପାତ କରିବା ପାଇଁ ବାରମ୍ବାର କହିବା ସତ୍ତ୍ୱେ ମଧ୍ୟ କରାଇ ନ ଥିଲେ। ଓଲଟି ପ୍ରମାନନ୍ଦ ସାଙ୍ଗମାନଙ୍କ ସହ ମିଶି ଜାନୁୟାରୀ ୨ ତାରିଖରେ ଠାକୁରବନ୍ଧଠାରେ ବସି ହତ୍ୟା ଯୋଜନା କରିଥିଲେ। ୩ ତାରିଖ ରାତିରେ ପ୍ରମାନନ୍ଦ ତାଙ୍କ ୫ଜଣ ସାଙ୍ଗଙ୍କ ମିଶି ଫୋନ କରି ହିତେଶ୍ୱରୀଙ୍କୁ ଡାକିଥିଲେ। ହିତେଶ୍ୱରୀ ଆସିବାକ୍ଷଣି ସାଙ୍ଗମାନଙ୍କ ସହ ଉଠାଇ ନେଇ ପ୍ରମାନନ୍ଦ ବେକରେ ରଶି ଲଗାଇ ହତ୍ୟା କରିଥିବା ବେଳେ ସାଙ୍ଗମାନେ ଦେହକୁ ଜାବୁଡି ଧରିଥିଲେ। ପରେ ୨ କି.ମି. ଦୂର ଦୁଖୁ ଶବରଙ୍କ ଜମିରେ ନେଇ ପୋତି ଦେଇଥିଲେ। ଛାତ୍ରୀ ନିଖୋଜ ହେବାରୁ ୧୦ ମାସ ପରେ ମଧ୍ୟ ପୋଲିସ କୌଣସି ଖୋଜ ଖବର ପାଇ ନ ଥିଲା। ହଠାତ୍‌ ଏକ ବେନାମୀ ଚିଠି ଆସିବାରୁ ସେହି ଆଧାରରେ ତଦନ୍ତ କରି ପୋଲିସ ନିଖୋଜ ଛାତ୍ରୀଙ୍କ କଙ୍କାଳ ଉଦ୍ଧାର କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ରଶି, ଗୋଲାପି ରଙ୍ଗର ସୁଇଟର, ଇନର,ସକ୍ସ, ଶରୀରର ଚିହ୍ନ, ଚୂଡି ଓ କଙ୍କାଳ ଜବତ କରାଯାଇଛି। ଘଟଣାସ୍ଥଳରେ ଗଳିତ ମୃତଦେହ ବ୍ୟବଚ୍ଛେଦ କରାଯାଇଥିବା ବେଳେ ପରବର୍ତ୍ତୀ ବ୍ୟବଚ୍ଛେଦ ପାଇଁ ବୁର୍ଲା ମେଡିକାଲ କଲେଜକୁ ପଠାଯାଇଛି। ହାଡ ଓ ମୃତ ଶରୀରର ଡିଏନଏ ପରୀକ୍ଷା ପାଇଁ ସଂରକ୍ଷିତ ରଖାଯାଇଛି ବୋଲି ଏଏସ୍‌ପି ବେହେରା ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଉପଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ସଦର ଥାନାଧିକାରୀ ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ, ଏସ୍‌ଆଇ ବିନୋଦ ବିହାରୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀ ଶୋଭାଯାତ୍ରାବେଳେ ଫାଙ୍କା ଗୁଳିଚାଳନା କରି ଫସିଲେ ବିଧାୟକ, ଏବେ…

ବଲାଙ୍ଗୀର/ଟିଟିଲାଗଡ଼,୨୯ା୩ (ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ଫୁଟିଛି ଗୁଳି। ଆଉ ଏହି ଗୁଳି ଚଳାଇଛନ୍ତି…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଯୁବତୀଙ୍କ ଗାଡ଼ିକୁ ସାଇଡ୍‌ କରିଦେଲେ ଯୁବକ, ରାଗି କି ଯୁବତୀ ଯାହା କଲେ ଭିଡିଓ ଦେଖିଲେ…

ଜୟପୁର,୨୭ା୩: ଜୟପୁରର ରାସ୍ତାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହା ଦେଖିବା ପରେ ଲୋକେ ସ୍ତବ୍ଧ ହୋଇଯାଇଛନ୍ତି। ଛୋଟ ଛୋଟ ରାସ୍ତା ବିବାଦ କିମ୍ବା ସାଇଡ୍‌-ଷ୍ଟେପିଂ ସାଧାରଣ…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri