ରାଜଧାନୀରେ ମର୍ଡର: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ରାଜଧାନୀରେ ମର୍ଡର ହୋଇଛି। ରବିବାର ବିଳମ୍ବିତ ରାତିରେ ଗୋଟିଏ ପରିବାରକୁ ଦୁର୍ବୃତ୍ତମାନେ ଛୁରାରେ ଆକ୍ରମଣ କରିଛନ୍ତି। ଫଳରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଏହି ଦମ୍ପତି ପିଏମ୍‌ଜି ଛକ ଫୁଟ୍‌ପାଥରେ ରହୁଥିଲେ। ଆଜି ପିଏମ୍‌ଜି ନିକଟରେ ଥିବା ଏକ ଏଟିଏମ୍‌ ସାମ୍ନାରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖାରବେଳନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଛି। ଏହି ଦମ୍ପତିଙ୍କର ଏକମାତ୍ର ସନ୍ତାନକୁ ଚାଇଲ୍ଡଲାଇନ୍‌କୁ ହସ୍ତାନ୍ତର କରାଯାଇଛି।