ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ

ଢେଙ୍କାନାଳ ଅଫିସ, ୨୬।୬

ଢେଙ୍କାନାଳ ସଦର ଥାନା ତରଭା ଫାଣ୍ଡି ଅଞ୍ଚଳର ବହୁଚର୍ଚ୍ଚିତ ଚିକୁନ ବିଶ୍ୱାଳ (୩୩) ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଘଟଣାର ୧୧ଦିନ ପରେ ପୋଲିସ ହାତରେ ଧରାପଡ଼ିଛନ୍ତି ୫ ଅଭିଯୁକ୍ତ। ସେମାନେ ହେଲେ କାଙ୍କଡ଼ପାଳ ଗ୍ରାମର ଲିପୁନ କୁମାର ସାସ୍‌ମଲ (୩୨), ପ୍ରଶାନ୍ତ କୁମାର ସାହୁ(୪୬), ବ୍ରହ୍ମାନନ୍ଦ ସାସମଲ ଓରଫ୍‌ ହାଲୁଆ (୨୭), ଅଜୟ ସାହୁ ଓରଫ୍‌ କୁଲୁ (୩୧), ଢେଙ୍କାନାଳ ସହରସ୍ଥିତ ବାଜିଚୌକ ଅଞ୍ଚଳର ଶ୍ରୀକାନ୍ତ ରଣା ଓରଫ୍‌ ବଳି (୩୨)। ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗା, ଗରା, ପଥର ଜବତ ହୋଇଛି। ଏହି ଘଟଣାରେ ଅନ୍ୟ ୬ ଅଭିଯୁକ୍ତ ଫେରାର ଅଛନ୍ତି। ସାମାନ୍ୟ ବଚସାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଗୁରୁବାର ଅପରାହ୍ନରେ ସଦର ଥାନା ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ବିନୟକୃଷ୍ଣ କାମିଲା ସୂଚନା ଦେଇଛନ୍ତି।
ଜୁନ୍‌ ୧୧ ରଜ ଅବସରରେ ତରଭା ଗ୍ରାମର ପ୍ରକାଶ ଚନ୍ଦ୍ର ବିଶ୍ୱାଳ ଏବଂ ତାଙ୍କ ଦାଦା ପୁଅ ଭାଇ ଜଗନ ବିଶ୍ୱାଳ ଅପରାହ୍ନ ୪ଟାରେ ରାଇପୁର ଛକକୁ ଗ୍ରସେରି ସାମଗ୍ରୀ ଆଣିବାକୁ ଯାଇଥିଲେ। ଏହି ସମୟରେ ସୋନୁ, ଲିପୁନଙ୍କ ସମେତ ସେଠାରେ ଉପସ୍ଥିତ ୭-୮ଜଣ ଯୁବକଙ୍କ ସହ କୌଣସି କାରଣରୁ ସେମାନଙ୍କ ବଚସା ହୋଇଥିଲା। ଉଭୟେ ଏହାର ପ୍ରତିବାଦ କରିବାରୁ ଯୁବକମାନେ ନିସ୍ତୁକ ମାଡ଼ ମାରିବା ସହ ସେମାନଙ୍କ ବାଇକ୍‌ ଭଙ୍ଗାରୁଜା କରିଥିଲେ। ଅଭିଯୁକ୍ତମାନେ ଜଗନଙ୍କୁ ମରଣାନ୍ତକ ଆକ୍ରମଣ କରୁଥିବାବେଳେ ପୁତୁରା ଚିକୁନ ପହଞ୍ଚତ୍ ଏହାର ତୀବ୍ର ପ୍ରତିବାଦ କରିଥିଲେ। ଏହି ସମୟରେ ଆକ୍ରମଣକାରୀମାନେ ଚିକୁନଙ୍କୁ ଏକ ଗାଡିରେ ବସାଇ ନେଇଯାଇ ବେଲଗୁଣ୍ଠା ନିକଟରେ ଠେଙ୍ଗା, ପାଣିଗରା ଓ ପଥରରେ ଛେଚି ଲହୁଲୁହାଣ କରିଦେଇଥିଲେ। ଗୁରୁତର ଅବସ୍ଥାରେ ଅଭିଯୁକ୍ତମାନେ ତାଙ୍କୁ ଜିଲା ଚିକିତ୍ସାଳୟରେ ଛାଡ଼ି ଦେଇ ପଳାଇଥିଲେ। ସଙ୍କଟାପନ୍ନ ଅବସ୍ଥାରେ ଚିକୁନ୍‌ଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାବେଳେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ପ୍ରକାଶଙ୍କ ଅଭିଯୋଗ କ୍ରମେ ନଂ. ୨୨୫/୨୦, ଦଫା ୩୪୧, ୨୯୪, ୩୨୩, ୩୨୫, ୪୨୭, ୩୬୩, ୩୨୦, ୫୦୬ ଓ ୩୪ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏସ୍‌ପି ଅନୁପମା ଜେମ୍‌ସଙ୍କ ନେତୃତ୍ୱରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଲିପୁନ ଏବଂ ଶ୍ରୀକାନ୍ତ ପେସାଦାର ଅପରାଧୀ। ସେମାନଙ୍କ ନାମରେ ସଦର ଏବଂ ଟାଉନ୍‌ ଥାନାରେ ଯଥାକ୍ରମ ୮ ଏବଂ ୧୩ଟି ମାମଲା ରହିଛି। ଅନ୍ୟତମ ଅଭିଯୁକ୍ତ ସତ୍ୟ ପ୍ରକାଶ ରାଉତ ଓରଫ୍‌ ସୋନୁଙ୍କ ସମେତ ୬ଜଣ ଫେରାର ଅଛନ୍ତି। ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର, ଥାନାଧିକାରୀ ସନ୍ଧ୍ୟାରାଣୀ ବେଉରିଆ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?