ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ

ଢେଙ୍କାନାଳ ଅଫିସ, ୨୬।୬

ଢେଙ୍କାନାଳ ସଦର ଥାନା ତରଭା ଫାଣ୍ଡି ଅଞ୍ଚଳର ବହୁଚର୍ଚ୍ଚିତ ଚିକୁନ ବିଶ୍ୱାଳ (୩୩) ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଘଟଣାର ୧୧ଦିନ ପରେ ପୋଲିସ ହାତରେ ଧରାପଡ଼ିଛନ୍ତି ୫ ଅଭିଯୁକ୍ତ। ସେମାନେ ହେଲେ କାଙ୍କଡ଼ପାଳ ଗ୍ରାମର ଲିପୁନ କୁମାର ସାସ୍‌ମଲ (୩୨), ପ୍ରଶାନ୍ତ କୁମାର ସାହୁ(୪୬), ବ୍ରହ୍ମାନନ୍ଦ ସାସମଲ ଓରଫ୍‌ ହାଲୁଆ (୨୭), ଅଜୟ ସାହୁ ଓରଫ୍‌ କୁଲୁ (୩୧), ଢେଙ୍କାନାଳ ସହରସ୍ଥିତ ବାଜିଚୌକ ଅଞ୍ଚଳର ଶ୍ରୀକାନ୍ତ ରଣା ଓରଫ୍‌ ବଳି (୩୨)। ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗା, ଗରା, ପଥର ଜବତ ହୋଇଛି। ଏହି ଘଟଣାରେ ଅନ୍ୟ ୬ ଅଭିଯୁକ୍ତ ଫେରାର ଅଛନ୍ତି। ସାମାନ୍ୟ ବଚସାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଗୁରୁବାର ଅପରାହ୍ନରେ ସଦର ଥାନା ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ବିନୟକୃଷ୍ଣ କାମିଲା ସୂଚନା ଦେଇଛନ୍ତି।
ଜୁନ୍‌ ୧୧ ରଜ ଅବସରରେ ତରଭା ଗ୍ରାମର ପ୍ରକାଶ ଚନ୍ଦ୍ର ବିଶ୍ୱାଳ ଏବଂ ତାଙ୍କ ଦାଦା ପୁଅ ଭାଇ ଜଗନ ବିଶ୍ୱାଳ ଅପରାହ୍ନ ୪ଟାରେ ରାଇପୁର ଛକକୁ ଗ୍ରସେରି ସାମଗ୍ରୀ ଆଣିବାକୁ ଯାଇଥିଲେ। ଏହି ସମୟରେ ସୋନୁ, ଲିପୁନଙ୍କ ସମେତ ସେଠାରେ ଉପସ୍ଥିତ ୭-୮ଜଣ ଯୁବକଙ୍କ ସହ କୌଣସି କାରଣରୁ ସେମାନଙ୍କ ବଚସା ହୋଇଥିଲା। ଉଭୟେ ଏହାର ପ୍ରତିବାଦ କରିବାରୁ ଯୁବକମାନେ ନିସ୍ତୁକ ମାଡ଼ ମାରିବା ସହ ସେମାନଙ୍କ ବାଇକ୍‌ ଭଙ୍ଗାରୁଜା କରିଥିଲେ। ଅଭିଯୁକ୍ତମାନେ ଜଗନଙ୍କୁ ମରଣାନ୍ତକ ଆକ୍ରମଣ କରୁଥିବାବେଳେ ପୁତୁରା ଚିକୁନ ପହଞ୍ଚତ୍ ଏହାର ତୀବ୍ର ପ୍ରତିବାଦ କରିଥିଲେ। ଏହି ସମୟରେ ଆକ୍ରମଣକାରୀମାନେ ଚିକୁନଙ୍କୁ ଏକ ଗାଡିରେ ବସାଇ ନେଇଯାଇ ବେଲଗୁଣ୍ଠା ନିକଟରେ ଠେଙ୍ଗା, ପାଣିଗରା ଓ ପଥରରେ ଛେଚି ଲହୁଲୁହାଣ କରିଦେଇଥିଲେ। ଗୁରୁତର ଅବସ୍ଥାରେ ଅଭିଯୁକ୍ତମାନେ ତାଙ୍କୁ ଜିଲା ଚିକିତ୍ସାଳୟରେ ଛାଡ଼ି ଦେଇ ପଳାଇଥିଲେ। ସଙ୍କଟାପନ୍ନ ଅବସ୍ଥାରେ ଚିକୁନ୍‌ଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାବେଳେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ପ୍ରକାଶଙ୍କ ଅଭିଯୋଗ କ୍ରମେ ନଂ. ୨୨୫/୨୦, ଦଫା ୩୪୧, ୨୯୪, ୩୨୩, ୩୨୫, ୪୨୭, ୩୬୩, ୩୨୦, ୫୦୬ ଓ ୩୪ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏସ୍‌ପି ଅନୁପମା ଜେମ୍‌ସଙ୍କ ନେତୃତ୍ୱରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଲିପୁନ ଏବଂ ଶ୍ରୀକାନ୍ତ ପେସାଦାର ଅପରାଧୀ। ସେମାନଙ୍କ ନାମରେ ସଦର ଏବଂ ଟାଉନ୍‌ ଥାନାରେ ଯଥାକ୍ରମ ୮ ଏବଂ ୧୩ଟି ମାମଲା ରହିଛି। ଅନ୍ୟତମ ଅଭିଯୁକ୍ତ ସତ୍ୟ ପ୍ରକାଶ ରାଉତ ଓରଫ୍‌ ସୋନୁଙ୍କ ସମେତ ୬ଜଣ ଫେରାର ଅଛନ୍ତି। ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର, ଥାନାଧିକାରୀ ସନ୍ଧ୍ୟାରାଣୀ ବେଉରିଆ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri