ମଦ କାରବାର ପ୍ରତିଯୋଗିତାରୁ ହତ୍ୟାକାଣ୍ଡ

ଝାରସୁଗୁଡ଼ା ଅଫିସ,୨୩ା୧୦: ଝାରସୁଗୁଡ଼ା ସଦର ଥାନା ଅଧୀନ ଇବ୍‌ନଦୀ ନିକଟରୁ ପୋଲିସ ଗୁରୁବାର ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରିଥିଲା। ଏହା ବ୍ରଜରାଜନଗର ଓରିଏଣ୍ଟ ଥାନା କାଳୀନଗର ଅଞ୍ଚଳର ପଙ୍କଜ କୁମାର(୪୦)ଙ୍କର ବୋଲି ଜଣାପଡିଥିଲା । ପଙ୍କଜଙ୍କ ପ୍ରକୃତ ଘର ବିହାର ଜିଲା ଲଖୀସରାଇ ଇଣ୍ଡଟୋଲା ଗ୍ରାମରେ ହୋଇଥିବା ବେଳେ ସେ ବ୍ରଜରାଜନଗର କାଳୀନଗର ଅଞ୍ଚଳରେ ଏକାକି ରହୁଥିଲେ। କେହି ଦୁର୍ବୃତ୍ତ ତାଙ୍କୁ ଗୁଳିକରି ହତ୍ୟା କରିବା ପରେ ପ୍ରମାଣ ନଷ୍ଟପାଇଁ ଏଠାରେ ଫିଙ୍ଗିଦେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା। ଏ ନେଇ ଓରିଏଣ୍ଟ ପୋଲିସ ଏକ ହତ୍ୟା ମାମଲା (ନଂ.୧୮୪/୨୧) ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଘଟଣାର ଗୋଟିଏ ଦିନପରେ ଶୁକ୍ରବାର ପୋଲିସ ଏହାର ପର୍ଦ୍ଦାଫାଶ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବରଗଡ଼ ଜିଲା ପଦ୍ମପୁର ଥାନା କେସିଙ୍ଗାର ମୀନକେତନ ବେହେରା(୪୮), ବାଦଲ ବେହେରା(୧୮) ଓ ଅନୁଗୋଳ ଜିଲା ଜରପଡାର ପୂର୍ଣ୍ଣଚନ୍ଦ୍ର ନାୟକ(୩୧)। ଅଭିଯୁକ୍ତମାନେ କାଳୀନଗର ଅଞ୍ଚଳରେ ରହୁଥିଲେ। ମୀନକେତନ ଓ ବାଦଲ ବାପପୁଅ ହୋଇଥିବା ବେଳେ ପୂର୍ଣ୍ଣଚନ୍ଦ୍ର ହେଉଛନ୍ତି ତାଙ୍କ ସହଯୋଗୀ। ପୋଲିସ ତାଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ, ଗୁଳି ଓ ହତ୍ୟାକାଣ୍ଡରେ ବ୍ୟବହୃତ ଓଡି୨୩କେ-୫୦୮୫ନଂ ବାଇକ୍‌ ଜବତ କରିଛି  ।

ଏସ୍‌ପି ବିକାଶ ଚନ୍ଦ୍ର ଦାସ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ମୃତ ପଙ୍କଜ ଓ ମୀନକେତନ କାଳୀନଗର ଅଞ୍ଚଳରେ ଚୋରା ମଦ ବ୍ୟବସାୟ କରୁଥିଲେ। ମଦ ବ୍ୟବସାୟକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲା। ଅନେକ ସମୟରେ ପଙ୍କଜ ମୀନକେତନଙ୍କ ଘରକୁ ଯାଇ ଟଙ୍କା ମାଗିବା ସହ ତାଙ୍କୁ ଧମକଚମକ ଦେଉଥିଲେ। ଏଥିରେ ଅତିଷ୍ଠ ହୋଇ ମୀନକେତନ ତାଙ୍କୁ ରାସ୍ତାରୁ ହଟାଇଦେଲେ ଆଉ କେହି ପ୍ରତିଯୋଗୀ ରହିବେ ନାହିଁ, ମଦ ବ୍ୟବସାୟ ଭଲ ଚାଲିବ ବୋଲି ପୁଅ ବାଦଲ ସହ ଯୋଜନା କରିଥିଲେ। ଏଥିରେ ପୂର୍ଣ୍ଣଚନ୍ଦ୍ର ସହଯୋଗ କରିଥିଲେ। ଏଭଳି ସ୍ଥିତିରେ ଗତ ବୁଧବାର ରାତି ୧୧ଟାରେ ସେମାନେ କାଳୀନଗର ଅଞ୍ଚଳରେ ପଙ୍କଜଙ୍କୁ ଗୁଳିକରି ହତ୍ୟା କରିଥିଲେ। ପରେ ପ୍ରମାଣ ନଷ୍ଟ ପାଇଁ ବାଇକ୍‌ରେ ମୃତଦେହକୁ ଆଣି ଇବ୍‌ନଦୀ ନିକଟରେ ଫଙ୍ଗିଦେଇ ଚାଲିଯାଇଥିଲେ  ।  ବାଦଲ ବାଇକ୍‌ ଚଳାଇଥିବା ବେଳେ ମୃତଦେହକୁ ମଝିରେ ଧରି ପୂର୍ଣ୍ଣଚନ୍ଦ୍ର ପଛରେ ବସିଥିଲେ। ମୀନକେତନ କେବଳ ଚୋରା ମଦ ନୁହେଁ କୋରେକ୍ସ ନିଶା ବ୍ୟବସାୟ ମଧ୍ୟ କରନ୍ତି। ତାଙ୍କ ନାମରେ ପୂର୍ବରୁ ୧୧ଟି ମାମଲା ରହିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଦେଶୀ ବନ୍ଧୁକ କେଉଁଠୁ ଆସିଲା ସେ ନେଇ ପୋଲିସ୍‌ ତଦନ୍ତ ଜାରି ରଖିଛି ବୋଲି ଏସ୍‌ପି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri