Posted inଜାତୀୟ

ବଳାତ୍କାରକୁ ନା କରିବାରୁ ହତ୍ୟା

ହଜାରିବାଗ,୨୩ା୧: ଜାନୁୟାରୀ ୭ ତାରିଖର ଘଟଣା। ଝାଡ଼ଖଣ୍ଡର ହଜାରିବାଗରେ ଜଣେ ୨୩ ବର୍ଷୀୟା ମହିଳାଙ୍କୁ ତାଙ୍କ ସମ୍ପର୍କୀୟମାନେ ବଳାତ୍କାର ଉଦ୍ୟମ କରିଥିଲେ। ମହିଳା ଜଣକ ଏହାକୁ ପ୍ରତିରୋଧ କରିବାରୁ ସେମାନେ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଅଁା ଲଗାଇଦେଇଥିଲେ। ତାଙ୍କ ଶରୀରର ୭୦ ଭାଗ ଜଳିଯାଇଥିଲା। ପୀଡ଼ିତାଙ୍କୁ ରାଞ୍ଚତ୍ର ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ (ରିମ୍ସ)ରେ ଭର୍ତ୍ତି କରାଯାଇଥିଲା। ୧୫ ଦିନ ଧରି ଜୀବନ ସହ ସଂଗ୍ରାମ କରିବା ପରେ ମହିଳା ଜଣକ ରବିବାର ସକାଳେ ଆଖି ବୁଜି ଦେଇଛନ୍ତି। ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ ଜଣ ହେଲେ ପୀଡ଼ିତାଙ୍କ ସମ୍ପର୍କୀୟ।

ପୋଲିସ ସେମାନଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ କରିଛି। ହେଲେ ଏଯାଏ ଜଣେ ହେଲେ ଅଭିଯୁକ୍ତଙ୍କୁ ଗିରଫ କରିପାରି ନାହିଁ। ତଦନ୍ତ ଜାରି ରହିଛି। ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ହଜାରିବାଗ ଏସ୍‌ପି ମନୋଜ ରତନ ଚୋଥେ ପ୍ରକାଶ କରିଛନ୍ତି। ଚୋଥେଙ୍କ କହିବା ହେଲା, ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ପୂର୍ବରୁ ୩ ଥର ବିବାହ କରିଥିଲେ। ପୀଡ଼ିତା ହେଉଛନ୍ତି ତାଙ୍କର ଚତୁର୍ଥ ସ୍ତ୍ରୀ। ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ତାଙ୍କ ସମ୍ପର୍କୀୟ। ୩ ଜଣଙ୍କ ମଧ୍ୟରେ ତାଙ୍କ ବଡ଼ଯାଆ ଅଛନ୍ତି। ବଡ଼ଯାଆ ଓ ତାଙ୍କ ପୁଅ ମହିଳାଙ୍କୁ ଜାଳିଦେଉଥିବାବେଳେ ରକ୍ଷା କରିବା ପାଇଁ ସେ ଚିତ୍କାର କରିଥିଲେ। ମହିଳାଙ୍କ ସ୍ବାମୀ ତାଙ୍କୁ ରକ୍ଷା କରିଥିଲେ। ପୀଡ଼ିତା ଓ ତାଙ୍କ ସ୍ବାମୀଙ୍କ କଥାରେ ତାଳମେଳ ନ ଥିବାରୁ ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନାହିଁ। କୌଣସି ନିଷ୍କର୍ଷରେ ପହଞ୍ଚତ୍ବା ପୂର୍ବରୁ ଫରେନ୍ସିକ୍‌ ସାଇନ୍ସ ଲାବରେଟୋରି ରିପୋର୍ଟକୁ ଅପେକ୍ଷା କରାଯାଇଛି।

ମହିଳା ବିରୋଧୀ ଅପରାଧ ତଥ୍ୟ

ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟାନୁସାରେ ଭାରତରେ ମହିଳାଙ୍କ ସୁରକ୍ଷା ବିପନ୍ନ ହେବାରେ ଲାଗିଛି। ଦେଶରେ ପ୍ରତି ୧୫ ମିନିଟରେ ଜଣେ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ଅଧିକାଂଶ କ୍ଷେତ୍ରରେ ଅଭିଯୁକ୍ତ ହେଉଛନ୍ତି ପୀଡ଼ିତାଙ୍କ ସମ୍ପର୍କୀୟ କିମ୍ବା ପରିଚିତ ବ୍ୟକ୍ତି।
ମୋଟ ୬୫,୦୨୫ ବଳାତ୍କାର ମାମଲା ରୁଜୁ ହୋଇଥିଲା। ସେଥିରୁ ୯୬.୮% ମାମଲାରେ ପୀଡ଼ିତା ବଳାତ୍କାରୀଙ୍କୁ ପୂର୍ବରୁ ଜାଣିଥିଲେ।
ମହିଳା ବିରୋଧୀ ହିଂସା ମାମଲା ୨୦୨୦ ତୁଳନାରେ ୨୦୨୧ରେ ୧୫.୩% ଅଧିକ ରହିଥିଲା।
ଏକାଠି କରି ରଖିବା ଲାଗି ମହିଳାମାନେ ହିଂସାକୁ ସହ୍ୟ କରିବା ଉଚିତ ବୋଲି ୬୫% ଭାରତୀୟ ମନେକରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଜାମ୍ମୁ-କାଶ୍ମୀର ବଜେଟକୁ ସମାଲୋଚନା କଲେ ଭାଜପା ବିଧାୟିକା; ଶାସକ ଦଳର ବିଧାୟକ କଲେ ପ୍ରଶଂସା

ଶ୍ରୀନଗର,୮ା୨: ଜାମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବୟାନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri