ଅଭିଜିତଙ୍କ ନାଁରେ ସାଂଘାତିକ ଅଭିଯୋଗ: ତୁରନ୍ତ ଗିରଫ କରିବାକୁ ତେଜିଲା ଦାବି

ନୂଆଦିଲ୍ଲୀ,୪।୮: ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଫୈଜାନ ଅନସାରୀ କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଡିପକେଙ୍କ ବିରୋଧରେ ଦିଲ୍ଲୀ ପୋଲିସରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଅନସାରୀ ଅଭିଯୋଗ କରିଛନ୍ତି ଯେ, ଦିପକେଙ୍କ ସମର୍ଥକମାନେ ପୁଣେ ଏବଂ ଔରଙ୍ଗାବାଦରେ ତାଙ୍କ ଉପରେ ଆକ୍ରମଣ କରିଛନ୍ତି। ସେ ଦିଲ୍ଲୀ ପୋଲିସକୁ ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଅଭିଜିତ ଡିପକେଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

ଫୈଜାନ ଅନସାରୀ କହିଛନ୍ତି, ଅଭିଜିତ ଡିପକେଙ୍କ ବିରୋଧରେ ଦିଲ୍ଲୀ ଡିସିପିଙ୍କୁ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ମୋ ପାଖରେ ପ୍ରମାଣ ଅଛି ଯେ, ଅଭିଜିତ ଡିପକେଙ୍କ ସହଯୋଗୀମାନେ ମୋ ଉପରେ ଆକ୍ରମଣ କରିଛନ୍ତି। ଏହି ଘଟଣାଗୁଡ଼ିକ ସମ୍ପର୍କରେ ଦୁଇଟି ମାମଲା ପୂର୍ବରୁ ପଞ୍ଜିକୃତ ହୋଇସାରିଛି ଏବଂ ସେ ଏବେ ଦିଲ୍ଲୀ ପୋଲିସଠାରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଲୋଡିଛନ୍ତି। ଦିଲ୍ଲୀ ପୋଲିସ ତୁରନ୍ତ ଅଭିଜିତ ଡିପକେଙ୍କୁ ଗିରଫ କରିବା ଉଚିତ। ଦିପକେ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଏପରି କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି।

 

Dharitri – Odisha’s No.1 Odia Daily