ସୁସ୍ଥ ଅଛନ୍ତି ମୁନ୍‌ମୁନ୍‌

ଦୁର୍ଘଟଣା ପରେ ଏବେ ସୁସ୍ଥ ଅଛନ୍ତି ମୁନ୍‌ମୁନ୍‌। ଜର୍ମାନୀ ଛୁଟି କଟାଇବାକୁ ଯାଇଥିବା ‘ତାରକ ମେହେତାକା ଉଲଟା ଚଷମା’ ସିରିଏଲ୍‌ ଅଭିନେତ୍ରୀ ମୁନ୍‌ମୁନ୍‌ ଦତ୍ତା ନିକଟରେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ବର୍ତ୍ତମାନ ସୁସ୍ଥ ହେବା ପରେ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି। ନିଜ ଇନ୍‌ଷ୍ଟା ଷ୍ଟୋରୀରେ ମୁନ୍‌ମୁନ୍‌ ଲେଖିଛନ୍ତି ଯେ, ‘ଜର୍ମାନୀରେ ଏକ ଛୋଟ ଦୁର୍ଘଟଣା ତାଙ୍କ ସହ ଘଟିଥିଲା। ଏଥିରେ ତାଙ୍କ ବାମ ଆଣ୍ଠୁରେ ଆଘାତ ଲାଗିଛି ଯେଉଁଥିଲାଗି ତାଙ୍କୁ ଛୁଟିକୁ ଅଧାରେ ଛାଡ଼ି ଘରକୁ ଫେରିବାକୁ ପଡ଼ିଛି। ଏହା ଲେଖିବା ସହ ସେ ବ୍ରୋକେନ୍‌ ହାର୍ଟର ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି। ପାରିବାରିକ କମେଡି ସୋ’ ‘ତାରକ ମେହେତା କା ଉଲଟା ଚଷମା’ ରେ ବବିତା ଭୂମିକାରେ ଅଭିନୟ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରଛନ୍ତି ମୁନ୍‌ମୁନ୍‌। ସିରିଏଲ୍‌ର ଗୋକୁଲଧାମ ସୋସାଇଟି ଏବଂ ଏଥିରେ ଅଭିନୟ କରୁଥିବା ପ୍ରତ୍ୟେକ ଚରିତ୍ରଙ୍କୁ ଦର୍ଶକ ବହୁତ ପସନ୍ଦ କରନ୍ତି। ଧାରାବାହିକରେ ଥିବା ଲୋକପ୍ରିୟ ଚରିତ୍ର ଭିତରୁ ବବିତାଜୀ ହେଉଛନ୍ତି ଅନ୍ୟତମ, ଯେଉଁଥିରେ ମୁନ୍‌ମୁନ୍‌ ଦତ୍ତା ବବିତାଜୀ ଚରିତ୍ରରେ ଅଭିନୟ କରନ୍ତି।

Share