କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି ଭାବବିହ୍ବଳ କରି ପକାଇଥିଲା, ମଥୁରାନଗରୀରେ କଂସଙ୍କ ଅତ୍ୟାଚାର ସମଗ୍ର ମଥୁରାବାସୀଙ୍କୁ ଭୟଭୀତ କରି ପକାଇଥିଲା। ଉଭୟ ଗୋପପୁର ଏବଂ ମଥୁରାନଗରୀର ଦୃଶ୍ୟାଭିନୟ ଗୁଡ଼ିକ ଅତି ଚମତ୍କାର ହୋଇଥିବାବେଳେ ଅନ୍ୟଦିନ ଅପେକ୍ଷା ଦର୍ଶକଙ୍କ ଆଶାତୀତ ଭିଡ଼ ଜମିଥିଲା।
ଶ୍ରୀକୃଷ୍ଣ, ବଳରାମଙ୍କୁ ଧରି ମହାମନ୍ତ୍ରୀ ଅକ୍ରୂର ନନ୍ଦ ଭବନରୁ ବାହାରିଥିଲେ। ବେନିଭାଇ ଗୋପ ପରିକ୍ରମା କରି ଗୋପ ମଣ୍ଡପରେ ପହଞ୍ଚିଥିଲେ। ସେଠାରେ ଗୋପବାସୀ ବେନିଭାଇଙ୍କ ସମେତ ଅକ୍ରୂରଙ୍କୁ ପୂଜାର୍ଚ୍ଚନା କରିଥିଲେ। ଅକ୍ରୂର ବେନିଭାଇଙ୍କୁ ଧରି ମଥୁରା ଅଭିମୁଖେ ବାହାରୁଥିବାବେଳେ ନନ୍ଦରାଜା, ନନ୍ଦରାଣୀ ବାଟ ଓଗାଳିଥିଲେ। ଶ୍ରୀକୃଷ୍ଣଙ୍କୁ ମେଲାଣି ଦେବା ସମୟରେ ନନ୍ଦରାଣୀ, ନନ୍ଦରାଜାଙ୍କ ସମେତ ସମସ୍ତ ଗୋପବାସୀ ଭାବବିହ୍ବଳ ହୋଇ ପଡ଼ିଥିଲେ। ଶ୍ରୀକୃଷ୍ଣଙ୍କ ବିରହରେ ରାଧା ପଥରୋଧ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସେଥିରେ ବିଫଳ ହୋଇଥିଲେ। ସେହିପରି ଗୋପୀ, ଗୋପାଙ୍ଗନା ଏବଂ ଗୋପାଳ ବାଳକମାନେ ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଅନ୍ୟପଟେ ଶ୍ରୀକୃଷ୍ଣ, ବଳରାମଙ୍କୁ ଧରି ମହାମନ୍ତ୍ରୀ ଅକ୍ରୂର ମଥୁରାରେ ପ୍ରବେଶ କରିଥିଲେ।
ଅନ୍ୟପକ୍ଷେ ଶୂନ୍ୟବାଣୀ ଶୁଣିବା ପରଠାରୁ ମଥୁରାନଗରୀରେ କଂସ ମହାରାଜଙ୍କ ଅତ୍ୟାଚାର ଆହୁରି ବଢ଼ି ଚାଲିଛି। ଅନ୍ୟଦିନ ଭଳି ମଥୁରାଧିପତି ରାଜମହଲରୁ ମଥୁରାନଗରୀ ଭ୍ରମଣରେ ବାହାରିଥିଲେ। ନିଜ ପାତ୍ରମନ୍ତ୍ରୀଙ୍କ ସହିତ ସେ ଆମ୍ରବନ (ଗୋବିନ୍ଦପାଲି ହନୁମାନ ମନ୍ଦିର) ପ୍ରାଙ୍ଗଣରେ ପହଞ୍ଚିଥିଲେ। ସେଠାରେ ତପସ୍ୟାରତ ମୁନିଋଷିଙ୍କ ଉପରେ କଂସ ମହାରାଜ ଅତ୍ୟାଚାର କରିଥିଲେ। ଯଜ୍ଞ ମଣ୍ଡପକୁ ଭାଙ୍ଗି ଦେଇଥିବାବେଳେ ମୁନିଋଷିଙ୍କୁ ଚାବୁକରେ ପ୍ରହାର କରିଥିଲେ। ସେହିପରି କଂସଙ୍କ ଆଦେଶକ୍ରମେ ପାତ୍ରମନ୍ତ୍ରୀ, ସୈନ୍ୟ ସାମନ୍ତ ମୁନିଋଷିଙ୍କୁ ସେଠାରୁ ଧରି ଆଣି କାରାଗାରରେ ବନ୍ଦୀ ରଖିଥିଲେ। ଏହାପରେ ରଙ୍ଗମହଲକୁ ଆସି କଂସ ମହାରାଜ ସାଂସ୍କୃତିକ ଦଳର ନାଚଗୀତରେ ମସଗୁଲ ହୋଇଥିଲେ। ଏହାପରେ ସେଠାରୁ ସେ ଲୋକ ମଣ୍ଡପ ପଡ଼ିଆସ୍ଥିତ ରାଜଦରବାରକୁ ଯାଇଥିଲେ ଏବଂ ରାଜ ଅତିଥିମାନଙ୍କୁ ସମ୍ମାନିତ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri