ପୌରସଂସ୍ଥାର ଗେଷ୍ଟ ହାଉସ ଲିଜ୍‌ ବାତିଲ ହେଉ

ବ୍ରହ୍ମପୁର ଅଫିସ,୨୪ା୧୨: ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ର ସାଧାରଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ୪ ମାସ ପରେ ହୋଇଥିବା ଏହି ବୈଠକରେ ପୂର୍ବ ପୌର ପରିଷଦ ଅମଳରେ ୧୯୬୦ ଦଶକରେ ନିର୍ମିତ ଗେଷ୍ଟ ହାଉସ (ଅତିଥି ନିବାସ) ପୌର ଇତିହାସର ଐତିହ୍ୟ ହୋଇଥିବା ବେଳେ ତାହାକୁ ଲିଜ୍‌ ସୂତ୍ରରେ ଘରୋଇ ମାଲିକାନାକୁ ହସ୍ତାନ୍ତର କରାଯାଇଥିବା ନେଇ ତୁମ୍ବିତୋଫାନ ସୃଷ୍ଟି ହୋଇଥିଲା। ଲିଜ୍‌ ବାତିଲ କରି ପୁଣି ନିଗମ ଅଧିନକୁ ଆଣିବା ନିମନ୍ତେ ଦାବି କରାଯାଇଥିଲା।
ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କମିଶନର ଜେ. ସୋନାଲ କହିଥିଲେ ଗେଷ୍ଟ ହାଉସକୁ ଦୁଇ ବର୍ଷ ତଳେ ଲିଜ୍‌ ସୂତ୍ରରେ ଦିଆଯାଇଥିଲା। ସେତେବେଳେ ନିଗମରେ ନିର୍ବାଚିତ ପ୍ରତିନିଧି ନ ଥିଲେ। ସରକାରଙ୍କ ଅନୁମୋଦନକ୍ରମେ ଏହା କରାଯାଇଥିଲା। ବିଜେଡି କର୍ପୋରେଟର ସୁରେନ୍ଦ୍ର ମହାରଣା ଏହି ପ୍ରସଙ୍ଗ ଉଠାଇଥିଲେ। ଗେଷ୍ଟ ହାଉସ ପଛପଟେ ଥିବା ବିସ୍ତୃତ ଜମି ଘରୋଇ ମାଲିକଙ୍କୁ ଦେଇ ସମାଧାନ କରିବା ନଚେତ ସେହି ସ୍ଥାନରେ ମିଶନ ଶକ୍ତି ହବ୍‌ ନିର୍ମାଣ କରାଯିବାକୁ ପ୍ରସ୍ତାବ ଦେଇଥିଲେ। ଆଗାମୀ ବୈଠକରେ ଏହା ଉପରେ ବିଚାର ବିମର୍ଶ କରାଯିବ ବୋଲି ମେୟର ଆଶ୍ୱାସନା ଦେଇଛନ୍ତି। ଅନ୍ୟପକ୍ଷରେ ନିଗମ ପରିସରରେ ନିର୍ମିତ ଅତ୍ୟାଧୁନିକ ସମ୍ମିଳନୀ ଗୃହ ଭଡ଼ାରେ ଲଗାଇବା ପ୍ରସ୍ତାବକୁ ସ୍ବାଧୀନ କର୍ପୋରେଟର ଧିରେଶ ସାବତ ବିରୋଧ କରିଥିଲେ। ତେବେ ରାଜସ୍ବ ବୃଦ୍ଧି ନିମନ୍ତେ ନିର୍ମାଣ ପୂର୍ବରୁ ତଥା ସରକାରୀ ପରିଚାଳନା ବେଳେ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଥିଲା। ପରବର୍ତ୍ତୀ ବୈଠକରେ ଆଲୋଚନା ହେବାର ଦର୍ଶାଇ ଏହାର ଅନ୍ତ ଘଟାଇଥିଲେ ମେୟର। ନିଗମର ବିଭିନ୍ନ ଟିକସ ଆଦାୟ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୨ଟି ୱାର୍ଡର ଦାୟିତ୍ୱ ମିଶନ ଶକ୍ତି ବା ଏସଏଚଜିକୁ ଦିଆଯିବାର ଏଜେଣ୍ଡାରେ ଦର୍ଶାଯାଇଥିଲା। ମହିଳାଙ୍କ ଦ୍ୱାରା ଟିକସ ଆଦାୟ କରାଯିବା ପୂର୍ବରୁ ସେମାନଙ୍କୁ ଉପଯୁକ୍ତ ତାଲିମ ଦିଆଯିବା ଏବଂ ନିଗମର ଜଣେ ଲେଖାଏଁ କର୍ମଚାରୀଙ୍କୁ ନିୟୋଜିତ କରାଯିବାକୁ ୩୨ନଂ ୱାର୍ଡର ଶାସକ ଦଳ ଜନ ପ୍ରତିନିଧି ପରାମର୍ଶ ଦେଇଥିଲେ।
ମହାନଗରରେ ଅଧିକ ଆଲୋକ କରାଯିବା, ଭ୍ରାମ୍ୟମାଣ ଶୌଚାଳୟ ସଂଖ୍ୟା ବଢ଼ାଯିବା, ଚନ୍ଦନିଆ ପାହାଡ଼ ତଳୁ ୨ ଲକ୍ଷ ଟନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନେବା ସମେତ ମୋଟ ୧୯ ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା ହୋଇଥିଲା। ବିଧାୟକ ବିକ୍ରମ ପଣ୍ଡା ବୈଠକରେ ଯୋଗ ଦେଇ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଡେପୁଟି ମେୟର ଇ. ବିବେକ ରେଡ଼ି ଯୋଗ ଦେଇଥିବା ବେଳେ କର୍ପୋରେଟର ପ୍ରଶାନ୍ତ ପଟ୍ଟନାୟକ, ପ୍ରଦୀପ ଶତପଥୀ, ସମୀର ମିଶ୍ର, ପାର୍ବତୀ ପ୍ରଧାନ, ସୋନାଲି ଗନ୍ତାୟତ, ଦୁର୍ଗା ପ୍ରସାଦ ଲାୟକ, ତିରୁପତି ପାତ୍ର, ସନ୍ଧ୍ୟାରାଣୀ ଶୁକ୍ଲ, ରଂଜିତା ବେହେରା ଓ ଅନ୍ୟମାନେ ବିଭିନ୍ନ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri