ବିଧାୟକ ଧରିଛନ୍ତି ପ୍ରଚାରମଙ୍ଗ

ଉମରକୋଟ,୨୧ା୩(ସ୍ବ.ପ୍ର.): ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ଏହାକୁ ନେଇ ଉମରକୋଟ ସହରରେ ପ୍ରଚାର ସରଗରମ ହେଉଛି। ଭୋଟ ହାତେଇବାକୁ ସବୁଦଳ ଉଦ୍ୟମ ଚଳାଇଛନ୍ତି। ଭାଜପା ମଧ୍ୟ ସ୍ବତନ୍ତ୍ର ରଣନୀତି ନେଇ ପ୍ରଚାରକୁ ଓହ୍ଲାଇଛି। ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ପ୍ରଚାର ମଙ୍ଗ ଧରିଛନ୍ତି। ଘରକୁ ଘର ଯାଇ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ବିଧାୟକ ୧୦ ନମ୍ବର ୱାର୍ଡରେ ପ୍ରଚାର କରିଥିଲେ। ଏହି ସମୟରେ ଅଧ୍ୟକ୍ଷା ପାର୍ଥିନୀ ରିଙ୍କି ଗଣ୍ଡ, କାଉସିଲର ପ୍ରାର୍ଥୀ କନକଲତା ନାୟକ ମଧ୍ୟ ଉପସ୍ଥିତ ରହି ଭୋଟ ମାଗିଥିଲେ।

କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନା, ଭାରତମାଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନା, କରୋନା ସମୟରେ ମାଗଣା ଚାଉଳ ବଣ୍ଟନ ସମେତ ବିଭିନ୍ନ ଯୋଜନା ବିଷୟରେ ଭୋଟରଙ୍କୁ ବୁଝାଇ ମନ ଜିଣିବାକୁ ଉଦ୍ୟମ କରୁଛନ୍ତି। ପ୍ରଚାରବେଳେ ରମେଶ ସାହୁ, ସୁରେଶ ଆଚାର୍ଯ୍ୟ, ପ୍ରମୋଦ ନାୟକ, ଆଶିଷ ରାଓ, ଭାଲୁ ସାହୁ, ପ୍ରଦୀପ ମିଶ୍ର, ଲୋକନାଥ ମହାପାତ୍ର, ସୀତାରାମ ପାଣ୍ଡେ, ପିଣ୍ଟୁ ମାଦଳାଙ୍କ ସମେତ ମହିଳା ସମର୍ଥକମାନେ ଉପସ୍ଥିତ ଥିଲେ।