Categories: ଜାତୀୟ

ମମତା-ଅଭିଷେକଙ୍କ ମଧ୍ୟରେ ମତଭେଦ

କୋଲକାତା,୭ ।୨: ଗୋଟିଏ ପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣ ମୂଳ କଂଗ୍ରେସକୁ ରାଷ୍ଟ୍ରୀୟ ଦଳ କରିବାକୁ ଲାଗି ପଡିଛନ୍ତି । ଏଥିପାଇଁ ସେ ଗୋଆ ଓ ତ୍ରିପୁରା ପର୍ଯ୍ୟନ୍ତ ଦଳର ବିସ୍ତାର ଆରମ୍ଭ କରିଦେଇଛନ୍ତି । ହେଲେ ଅନ୍ୟପଟେ ତାଙ୍କ ଘର ଭିତରେ ମ୍ୟୁନିସିପାଲ ନିର୍ବାଚନ ଟିକେଟ ବଣ୍ଟାକୁ ନେଇ ପୁରୁତା ଅଭିଷେକଙ୍କ ସହ ମମତାଙ୍କର ମତଭେଦ ହୋଇ ଯାଇଥିବା ଜଣାପଡିଛି । ଏଭଳି ମତଭେକୁ ନେଇ ପ୍ରଶାନ୍ତ କିଶୋରଙ୍କ ଆଡକୁ ଅଙ୍ଗୁଳି ଉଠିଛି । ଯାହାଙ୍କୁ ଦିଦି ରାଜନୈତିକ ପରାମର୍ଶଦାତା ଭାବେ ହାୟର କରିଥିଲେ । ପଶ୍ଚମିବଙ୍ଗରେ ୧୦୮ ନଗର ନିଗମ ପାଇଁ ନିର୍ବାଚନ ହେବାକୁ ଯାଉଛି । ଏହି ଟିକେଟ ବଣ୍ଟାକୁ ନେଇ ମମତା-ଅଭିଷେକଙ୍କ ମଧ୍ୟରେ ମତଭେଦ ହୋଇଯାଇଛି । ତୃଣମୂଳ କଂଗ୍ରେସରେ ଅଭିଷେକଙ୍କର ଏକ ଭିନ୍ନ ପରିଚୟ ରହିଛି । ଏମିତିକି ତାଙ୍କରି ପରାମର୍ଶରେ ଦିଦି ଆଜି ଗୋଆ, ତ୍ରିପୁରା ଭଳି ରାଜ୍ୟରେ ଦଳର ପାଦ ମେଲାଇବାକୁ ଚେଷ୍ଟା ଚଳାଇଛନ୍ତି । ଏବେ ନଗର ପାଳିକା ନିର୍ବାଚନ ଲାଗି ଟିଏମସିର ପ୍ରାୟ ୨୨୦୦ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ୧୫୦ ଜଣଙ୍କୁ ନେଇ ଉଭୟଙ୍କ ମଧ୍ୟରେ ମତଭେଦ ହୋଇଥିବା କୁହାଯାଉଛି ।

Share